୨୪ତମ ସୁନ୍ଦରିଆ ପ୍ରିମିୟର ଲିଗ୍: ସାଇ ଏକାଦଶ ଯାଜପୁରକୁ ହରାଇ ଗଙ୍ଗାଧରପୁର ସେମିରେ

Spread the love
  • 116
  •  
  •  
  •  
  •  
    116
    Shares

ଯାଜପୁର, ୯/୧ (ସନ୍ଧାନ ନିୟୁଜ/ମାନସ ରାଉତ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ସୁନ୍ଦରିଆ ନିୟୁ ଲାଇଫ ୟୁଥ କ୍ଲବ ପକ୍ଷରୁ ମା ମୋତେଇ ପଡିଆରେ ଚାଲିଥିବା ୨୪ତମ ସୁନ୍ଦରିଆ ପ୍ରିମିୟର ଲିଗ୍ର ୮ମ ଦିବସରେ ସାଇ ଏକାଦଶ ହରାଇ ଗଙ୍ଗାଧରପୁର ସେମିରେ ପ୍ରବେଶ କରିଛି । ପ୍ରଥମ ଟଚ ଜିତି ଗଙ୍ଗାଧରପୁର ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୯ୱକେଟ ହରଇ ୧୪୯ରନ୍ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷରୁ ଦେବାଶିଷ ମହାରଣା ୧୮ବଲରେ ୪୨ରନ୍ ଏବଂ ସୁରେଶ ବେହେରା ୩୦ବଲରେ ୩୩ରନ୍ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର କୁକୁନୁ ସମାଲ ୪ଓଭରରେ ୧୯ରନ୍ ଦେଇ ୨ଟି ୱକେଟ ଏବଂ ତପନ ନାୟକ ୪ଓଭରରେ ୧୬ରନ୍ ଦେଇ ୩ଟି ୱକେଟ୍ ଅକ୍ତିଆର କରିଥିଲେ ।

ଜବାବରେ ସାଇ ଏକାଦଶ ଦଳ ୧୮.୩ ଓଭର ମଧ୍ୟରେ ସମସ୍ତ ୱକେଟ ହରାଇ ମାତ୍ର ୧୨୪ରନ୍ କରିପାରି ପରାଜୟ ବରଣ କରିଥିଲା । ଦଳ ପକ୍ଷରୁ ପପି ଜେନା ୩୫ବଲରେ ୩୧ରନ୍ ଏବଂ ବିକ୍ରମ ସାହୁ ୧୮ବଲରେ ୩୮ରନ୍ ସଂଗ୍ରହ କରିିଥିଲେ । ବିପକ୍ଷ ଦଳର ବୋଲର ପଲଭେଶ ମିଶ୍ର ୪ ଓଭରରେ ୨୧ରନ୍ ଦେଇ ୪ଟି ୱକେଟ ଏବଂ ଦେବାଶିଷ ମହାରଣା ୩ଓଭରରେ ୧୪ରନ୍ ଦେଇ ୨ଟି ୱକେଟ ଅକ୍ତିଆର କରିଥିଲେ । ପଲଭେଶ ମିଶ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚନା କରାଯାଇଥିଲା । ଅତିଥି ଭାବରେ ନିୟୁ ଲାଇଫ ୟୁଥ୍ କ୍ଲବ ପରିଚାଳକ ନିର୍ମଳ ଦାସ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ ।

ଆଜିର ଖେଳକୁ ସୁବ୍ରଜିତ ଦାସ, ଶ୍ରିକାନ୍ତ ଦାସ ପରିଚାଳନା କରିଥିବା ବେଳେ ଅଶୋକ ବିଶ୍ୱାଳ,ଚନ୍ଦନ ସ୍ୱାଇଁ,ଅମ୍ବିତ ସାମଲ, ପ୍ରହଲ୍ଲାଦ ସାହୁ, ସନ୍ଦୀପ ଦାସ ପ୍ରମୁଖ ଧାରାବାହିତ ବିବରଣୀ ପ୍ରଦାନ କରିବା ସହିତ ସହଯୋଗ କରିଥିଲେ । ଆସନ୍ତା କାଲି ପ୍ରଥମ ସେମିଫାଇନାଲ ବାଘସାହି ଏବଂ ଅରାବଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ନିୟୁ ଲାଇଫ ୟଥ୍ କ୍ଲବ ସଭାପତି ସପ୍ତସାଗର ଦାସ ସୂଚନା ଦିଆଯାଇଛି ।

  • 116
    Shares

Related Posts

About The Author

Add Comment