୨୨ରେ ଡି.ୟୁ ପ୍ଲବିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ
୨୨ରେ ଡି.ୟୁ ପ୍ଲବିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ
Manas Kumar Rout |
December 14, 2024 |
ଭୁବନେଶ୍ୱର (ସନ୍ଧାନ ନିୟୁଜ) ଆସନ୍ତା ୨୨ ତାରିଖରେ ଚଣ୍ଡିଖୋଲ ସ୍ଥିତ ଯାଜପୁର ଜିଲ୍ଳାର ଅଗ୍ରଣୀ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି। ଏଥିରେ ଉଦଘାଟକ ଭାବେ ଯାଜପୁର ସାଂସଦ ଡକ୍ଟର ରବିନାରାୟଣ ବେହେରା, ମୁଖ୍ୟ ଅତିଥି ଭାବେ ଏଆଇଏମ ଏସର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ,୍ର, ମୁଖ୍ୟ ବକ୍ତ୍ା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡିଆ ବିଭାଗର ପ୍ରଫେସର ବିଷ୍ଣୁପ୍ରିୟା ଓତା ପ୍ରମୁଖ ଯୋଗଦେବାକୁ ସ୍ୱୀକିୃତି ପ୍ରଦାନ କରିଅଛନ୍ତି। ଏଥିରେ ବିଭିନ୍ନ କ୍ଷେତ୍ରରେ ପାରିଦାର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ବୋଲି ଡି.ୟୁ ପବ୍ଲିକ ସ୍କୁଲର ଚେୟାରମ୍ୟାନ୍ ଇଂଜିନିୟର ଧନେଶ୍ୱର ମହାପାତ୍ର ଏବଂ ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ମହାପାତ୍ର ପ୍ରକାଶ କରିଛନ୍ତି। ପୂର୍ବରୁ ଏହି ବିଦ୍ୟାଳୟରେ ଅଧ୍ୟୟନ କରି ଅନେକ ଛାତ୍ରଛାତ୍ରୀ ନିଟ୍ ଏବଂ ନାଇଜର ଭଳି ଶିକ୍ଷାନୁଷ୍ଠାନରେ ପଢ଼ିବାରେ ଗୌରଭ ଲାଭ କରିଛନ୍ତି।
Related Posts
About The Author