୨୦୩୦ ସୁଦ୍ଧା ଭାରତ ହେବ ତୃତୀୟ ବୃହତ୍‌ ଅର୍ଥନୀତି

Spread the love

ନୂଆଦିଲ୍ଲୀ 15/7 (ସନ୍ଧାନ ନିୟୁଜ): ଭାରତୀୟ ଅର୍ଥନୀତି ଏବେ ଉପରକୁ ଉଠି ଉଡ଼ିବା ପର୍ଯ୍ୟାୟକୁ ଆସିଯାଇଛି। ୨୦୩୦ ସୁଦ୍ଧା ଭାରତୀୟ ଅର୍ଥନୀତିର ଆକାର ୧୦ ଲକ୍ଷ କୋଟି ଡଲାରରେ ପହଞ୍ଚିବା ସହିତ ଭାରତ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହେବ। ଆଜି ଏହି ଆକଳନ କରିଛନ୍ତି କେନ୍ଦ୍ର ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ସୁଭାଷ ଚନ୍ଦ୍ର ଗର୍ଗ। ସ୍ୱାଧୀନତା ପରେ ୪୦ ବର୍ଷ ପର୍ଯ୍ୟନ୍ତ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୩.୫ ପ୍ରତିଶତ ରହୁଥିଲା। କିନ୍ତୁ ଏବେ ଏହା ୭ରୁ ୮ ପ୍ରତିଶତରେ ରହୁଛି ବୋଲି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଷ୍ଟ୍‍ ଆକାଉଣ୍ଟାଣ୍ଟ୍ସ ଅଫ୍‌ ଇଣ୍ଡିଆର ପ୍ଲାଟିନମ ଜୁବିଲି ଉତ୍ସବରେ ଯୋଗଦେଇ ଶ୍ରୀ ଗର୍ଗ କହିଛନ୍ତି। ୮ ପ୍ରତିଶତ ଅଭିବୃଦ୍ଧି ହାସଲଯୋଗ୍ୟ। ଯଦି ଏହାକୁ ଜାରି ରଖାଯାଇ ପାରେ ତାହେଲେ ଭାରତ ୧୦ ଲକ୍ଷ କୋଟି ଡଲାରର ଅର୍ଥନୀତିରେ ପରିଣତ ହେବା ସହିତ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି ହୋଇପାରିବ ବୋଲି ସେ କହିଛନ୍ତି। ଭାରତ ପାଇଁ ଏହା ସୁଯୋଗ ଏବଂ ଚାଲେଞ୍ଜ ମଧ୍ୟ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ବିଶ୍ୱବ୍ୟାଙ୍କ ପକ୍ଷରୁ ୨୦୧୭ ମସିହା ପାଇଁ ପ୍ରକାଶିତ ରିପୋର୍ଟରେ ଭାରତକୁ ବିଶ୍ୱର ଷଷ୍ଠ ବୃହତ୍‌ ଅର୍ଥନୀତିର ମାନ୍ୟତା ଦିଆଯାଇଛି। ଫ୍ରାନ୍ସକୁ ଅତିକ୍ରମ କରି ଭାରତ ଏହି ସ୍ଥାନ ହାସଲ କରିଛି। ଭାରତ ମୋଟ ଘରୋଇ ଉତ୍ପାଦ (ଜିଡିପି) ୨.୫୯ ଲକ୍ଷ କୋଟି ଡଲାର ରହିଛି।

Related Posts

About The Author

Add Comment