୨୦୧୮ ରେ ରାସ୍ତା ନିର୍ମାଣ ସରିବା କଥା,ସରିଲା ୨୦୨୦ ମସିହାରେ ; ପରିବର୍ତ୍ତନ ହେଉନି ୫ ବର୍ଷର ରକ୍ଷଣାବେକ୍ଷଣ ଅବଧି

Spread the love

ବାରିପଦା ୧୬/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା)-ଖୁଣ୍ଟା ବ୍ଲକ ଅଧୀନରେ ବିଭିନ୍ନ ସ୍ଥାନରେ ଚାଲିଥିବା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ (ପିଏମଜିସୱଇ) ଗୁଡ଼ିକ ନିର୍ମାଣ ଅଧିକାଂଶ ସ୍ଥାନରେ ଜାରି ରହିଥିବା ବେଳେ କେତେକ ସ୍ଥାନରେ ବହୁ ବିଳମ୍ବରେ ନିର୍ମାଣ ଶେଷ ହେଉଥିବା ଦେଖା ଯାଇଛି। ମାତ୍ର ନିର୍ମାଣ ଶେଷ ହେଉଥିବା ରାସ୍ତା ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ନିର୍ମାଣ ଶେଷରୁ ୫ ବର୍ଷ ସମୟ ଧାର୍ଯ୍ୟ କରା ଯାଇଥିବା ବେଳେ ବିଳମ୍ବ ଜନିତ ନିର୍ମାଣ ପାଇଁ ରକ୍ଷଣା ବେକ୍ଷଣର ସମୟକୁ ପରିବର୍ଦ୍ଧିତ କରା ଯାଉନଥିବା ଅଭିଯୋଗ ହୋଇଛି। ଖୁଣ୍ଟା ଗ୍ରାମ୍ୟ ନିର୍ମାଣ ଉପବିଭାଜନ ଆଧୀନରେ ନିର୍ମିତ ଖୁଣ୍ଟା ବ୍ଲକର ପିଏମଜିଏସୱଇ ରାସ୍ତା ଗୁଡିକ କ୍ଷେତ୍ରରେ ଏପରି ହେଉଥିବାର ଆଶଙ୍କା ପ୍ରକାଶ ପାଇଛି। ରାସ୍ତା ନିର୍ମାଣ ବିଳମ୍ବରେ ସରିଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅବଧି ଘୁଞ୍ଚି ନଥିବା ବିଭାଗୀୟ ଫଳକରୁ ସ୍ପଷ୍ଟ। ଫଳରେ ନିର୍ଦ୍ଧାରୀତ ସମୟ ମଧ୍ୟରେ ରାସ୍ତାର ରକ୍ଷଣାବେକ୍ଷଣରୁ ଠିକାଦାରମାନେ କର୍ତ୍ତୃପକ୍ଷଙ୍କ ଅନୁକମ୍ପା ଲାଭ କରି ଅଧିକ ଲାଭବାନ ହେଉଥିବା ଅଭିଯୋଗ ହେଉଛି ।ଅନୁସାରେ ୨୭-୦୩-୨୦୧୮ ତାରିଖରେ ରାସ୍ତାର ନିର୍ମାଣ ଆରମ୍ଭ ହୋଇ ସେହି ବର୍ଷ ୨୬-୧୨-୨୦୧୮ ତାରିଖରେ ଶେଷ ହେବା କଥା। ଏଥି ସହିତ ନିର୍ମାଣ ଶେଷ ହେଲା ପରେ ରାସ୍ତାର ରକ୍ଷଣା ବେକ୍ଷଣ ୫ ବର୍ଷ ପର୍ଯ୍ୟନ୍ତ ଠିକାଦାର କରିବେ। ତେବେ ରାସ୍ତା କାମ ଶେଷ ହେବା ବେଳକୁ ୨୦୨୦  ମସିହା ଜୁନ ମାସ ହୋଇଗଲା।ଅର୍ଥାତ ଠିକାଦାର ଜୁନ ୨୦୨୫ ପର୍ଯ୍ୟନ୍ତ ରକ୍ଷଣା ବେକ୍ଷଣ କରିବେ।ଗତ ଜୁନ ପ୍ରଥମ ସପ୍ତାହ ସୁଦ୍ଧା ରାସ୍ତା ଉପରେ ପିଚୁ ପକା ଯିବା ପରେ ଗମନା ଗମନ ସ୍ଵାଭାବିକ ହୋଇଛି। ବିଳମ୍ବ ଜନିତ ସଡ଼କ ନିର୍ମାଣ ପାଇଁ ଜନସାଧାରଣ ଅସୁବିଧାରେ ପଡ଼ିବା ପରେ ଏବେ ରକ୍ଷଣା ବେକ୍ଷଣ ଅବଧିକୁ ଚତୁରତାର ସହିତ ଟାଳିଦେବା ପାଇଁ ଯୋଜନା ହୋଇଥିବା ସନ୍ଦେହ ନିର୍ମାଣ ସ୍ଥଳରେ ଥିବା ଫଳକରୁ ଜଣାପଡିଛି।କେବଳ ବେଲପାଳ ରାସ୍ତା ନୁହେଁ ଖୁଣ୍ଟା ଗ୍ରାମ୍ୟ ନିର୍ମାଣ ଉପବିଭାଜନ ଅଧୀନରେ ଚାଲିଥିବା ଗୋଟିଏ ଦୁଇଟି ରାସ୍ତା ବ୍ୟତୀତ ଅନ୍ୟ ସମସ୍ତ ରାସ୍ତା ଅନେକ ବିଳମ୍ବରେ ଶେଷ ହେଉଥିଲେ ମଧ୍ୟ ସେଗୁଡ଼ିକର ପରିବର୍ତ୍ତିତ ରକ୍ଷଣା ବେକ୍ଷଣ ସମୟ ବାବଦରେ ସୂଚନା ଫଳକରେ ଉଲ୍ଲେଖ ନାହିଁ । ଉକ୍ତ ଘଟଣା ସମ୍ପର୍କରେ ସ୍ଥାନୀୟ ବିଭାଗୀୟ ଏସଡିଓ ବିଜୟ ସୁବୁଦ୍ଧିଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ବିଳମ୍ବରେ ରାସ୍ତା ନିର୍ମାଣ ଶେଷ ହେଲେ ମଧ୍ୟ ପ୍ରକୃତରେ ଯେଉଁ ଦିନ ନିର୍ମାଣ ସରିବ ସେହି ଦିନ ଠାରୁ ୫ବର୍ଷ ପର୍ଯ୍ୟନ୍ତ ଠିକାଦାର ରକ୍ଷଣା ବେକ୍ଷଣ କରିବେ ବୋଲି କହିଥିଲେ। ଯଦି ଏସଡିଓଙ୍କ କଥା ଠିକ ହୋଇଥାଏ ତେବେ ସେକଥା ସୂଚନା ଫଳକରେ କାହିଁକି ଉଲେଖ କରାଯାଉନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related Posts

About The Author

Add Comment