କୋରାପୁଟ, ୦୨.୦୨.୨୦୨୧(ସନ୍ଧାନ ନିଉଜ୍):- ଖୁଲମଖୁଲା ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ । କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତବର୍ତ୍ତୀ ପାଡୁଆ ଅଞ୍ଚଳରୁ କଳାହାଣ୍ଡିକୁ ଚୋରା ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରାପଡିଛି ବିପୁଳ ପରିମାଣର ଗଞ୍ଜେଇ । ସୂଚନାଯୋଗ୍ୟ ଯେ, ବିଶେଷ ସୂତ୍ରରୁ ଖବର ପାଇ ମାଛକୁଣ୍ଡ ଥାନା ଅଧିକାରୀ ଲମତାପୁଟ ପୋଲିସ ଏବଂ ଜଲାପୁଟ ପୋଲିସକୁ ଖବର ଦେଇଥିଲେ ଖବର ପାଇବା ପରେ କଡ୍ରି ଗ୍ରାମ ଛକ ନିକଟରେ ଲମତାପୁଟ ପୋଲିସ ଏବଂ ଜଲାପୁଟ ପୋଲିସ ନାକାବନ୍ଦୀ କରି ଗାଡି ଯାଞ୍ଚ କରୁଥିବା ସମୟରେ ଦ୍ରୃତ ଗତିରେ ଆସୁଥିବା ଅଟୋ ଏବଂ ଏସ୍କର୍ଟ କରି ଆସୁଥିବା ମଟର ସାଇକେଲକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା ପୋଲିସ । କିନ୍ତୁ ଗାଡି ଦୁଇଟି ପୋଲିସକୁ ଚକମା ଦେଇ ଚାଲିଯିବା ପାଇଁ ଚେଷ୍ଟା କରିଥଲେ ପୋଲିସ ଦୁଇଟି ଗାଡିକୁ ଅଟକାଇବା ସହ ତିନି ଜଣକୁ କାବୁ କରିବାରେ ସଫଳ ହୋଇଛି । ଅଟୋକୁ ଯାଞ୍ଚ କରିବାରୁ ସେଥିରେ ୬ ବସ୍ତା ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜଣାପଡିଥିଲା । ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ଅଟୋ ଏବଂ ମୋଟର ସାଇକେଲକୁ ଜବତ କରିଛି ପୋଲିସ । ଏହି ଅଟୋରେ ୧ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।
୧ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ
|
February 2, 2021 |
![](https://sandhannews.com/wp-content/uploads/2021/01/SAN-1.jpg)