ନିଜସ୍ୱ ମଇଳା ଜଳ ନିସ୍କାଷନର ବ୍ୟବସ୍ଥା ନାହିଁ
ମଇଳା ଅବଜର୍ନା ପୂର୍ଣ୍ଣ ଜଳ ଛାଡି ରାସାଁଳ ନାଳ ପଦୃଷିତ
ବଡଚଣା, ୨୯/୦୫ (ସନ୍ଧାନ ନିୟୁଜ/ମାନଶ ରାଉତ):-ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକରେ କଣ୍ଡୋଇ ନାମକ ଏକ ବ୍ୟକ୍ତି ଏକ ପେଟ୍ରୋଲ ପମ୍ପ ନିର୍ମାଣ କରିଥିଲେ । ଉକ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କରି ଯମୁନା ରିୟଲେଷ୍ଟଟ ନାମକ ଏକ ସଂସ୍ଥା କରି ସେଠାରେ ତ୍ରିତଳ ପ୍ରାସାଦ ନିର୍ମାଣ କରିଛନ୍ତି । ନିର୍ମାଣ ଚାଲିଥିବା କୋଠାର ସମ୍ମୁଖରେ ୧୬ନଂ ଜାତୀୟ ରାଜପଥ ଓ ସରକାରୀ ଜମିକୁ ଜବର ଦଖଲ କରି ଏକ ସ୍ଥାୟୀ ପାଚେରୀ ନିର୍ମାଣ କରିବା ସହିତ ସମ୍ମୁଖରେ ରଙ୍ଗୀନ ଇଟା ପକାଇ ଜବର ଦଖଲ କରିବା ଦ୍ୱାରା ସାଧାରଣ ଯାତ୍ରୀ ଯାତାୟତରେ ବାଧା ସୃଷ୍ଟି ହେଉଛି । ପ୍ରକଶ ଥାଉକି ଯେଉଁ ଗୃହ ନିର୍ମାଣ କରିଛନ୍ତି ସେଠାରେ ପ୍ରାୟ ୧୫୦ରୁ ଉର୍ଦ୍ଧ ପରିବାର ରହିଆସୁଛନ୍ତି । ସେଠାରୁ ବାହରୁଥିବା ଆବର୍ଜଣା ଜଳ ପାଖରେ ଯାଉଥିବା ରାସାଁଳ ଜୋରକୁ ଛାଡିବା ଦ୍ୱାରା ୪ଟି ପଂଚାୟତର ଲୋକ ଅସୁବୀଧାର ସମ୍ମୁଖୀନ ହେଉଛନ୍ତି । ଏହି ଜୋର ଉପରେ ସୁଙ୍ଗୁଡା, କ୍ଷେତ୍ରପାଳ,କଂଟିଗଡିଆ ଓ ଶାନ୍ତିପୁର ପଂଚାୟତର ପାଖାପାଖି ୫ହଜାରରୁ ଉର୍ଦ୍ଧ ପରିବାର ଏହି ଜୋରରେ ଯାଉଥିବା ଜଳକୁ ବ୍ୟବହାର କରିତାନ୍ତି । ଖରାଦିନେ ଏହି ଜୋରରେ ଗ୍ରାମର ବହୁ ସଂଖ୍ୟାର ଲୋକ ଗାଧୁଆ ପାଧୁଆ କରିଥାନ୍ତି ଓ ଗୋରୁଗାଁ ମାନେ ମଧ୍ୟ ଜଳ ପିଇଥାନ୍ତି । ଏହି ଆବର୍ଜନା ଜଳକୁ ବ୍ୟବହାର କରିବା ଦ୍ୱାରା ବହୁଲୋକ ବିଭିନ୍ନ ପ୍ରକାର ରୋଗରେ ଆକ୍ରାକ୍ତ ହେଉଛନ୍ତି । ଏ ସଂପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡିବାର ଦେକାଯାଉ ନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି । କୋରଡ କୋରଡ ଟଙ୍କାର ମାଲିକ ନିଜର ସ୍ୱାର୍ଥ ପାଇଁ ବଡବଡ ଅଟ୍ଟାଳିକା ନିର୍ମାଣ କରିବା ସହିତ ସରକାରୀ ଜମିକୁ ଜବର ଦଖଲ କରିଛନ୍ତି । ଏହାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ରାଂଚଳ ରାଜସ୍ୱ କମିଦସନ ଓ ଯାଜପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।