୧୦ ଟଙ୍କାରେ ୧୦୦କିଲୋମିଟର ଯାଉଛି ଏହି ବାଇକ୍

Spread the love
  •  
  •  
  •  
  •  
  •  

 10.01.2021 (ସନ୍ଧାନ ନିଉଜ୍) -ଦିନକୁ ଦିନ ପେଟ୍ରୋଲ ଖର୍ଚ୍ଚ ବଢ଼ିବାରେ ଲାଗିଛି। ଆଉ ଏମିତିରେ ଗାଡ଼ି ଚଳାଇବା ଭାରି ଚିନ୍ତା ଜନକ ହୋଇ ପଡ଼ିଛି। ବାହାରକୁ ଗାଡ଼ି ବାହାର କରିବା ଅର୍ଥ ପ୍ରଥମେ ପକେଟକୁ ହିଁ ଦେଖିବାକୁ ପଡ଼ିଛି। ଯଦି ଆପଣଙ୍କୁ ଶସ୍ତାରେ ଏକ ବାଇକ୍‌ ମିଳିଯାଏ , ଯାହାକି ୧୦ ଟଙ୍କାରେ ୧୦୦ କିଲୋମିଟର ଦୂର ଯାଇପାରିବ , ଆପଣ ଏକଥାକୁ ବିଶ୍ୱାସ କରିବେନି। ଆଉ ମଧ୍ୟ ଏହି ବାଇକ୍‌ର ଫ୍ରେମ୍‌ରେ ଜୀବନ ସାରା ୱାରେଣ୍ଟି ଓ ଏହାର ଚାଲାଣ ମଧ୍ୟ କଟିବ ନାହିଁ, ଲୋକେ ଏହାକୁ ଅସମ୍ଭବ ନିଶ୍ଚୟ କହିବେ। ହାଇଦ୍ରାବାଦ ସ୍ଥିତ ଏକ ଷ୍ଟାର୍ଟଅପ୍ ଦ୍ୱାରା ଏମିତି ବାଇକ୍‌ ଲଞ୍ଚ କରାଯାଇଛି। ଏହି ବାଇକ୍‌ର ନାଁ Atumobile Atum 1.0

ହାଇଦ୍ରାବାଦ ସ୍ଥିତ ଇଲେକ୍ଟ୍ରିକ୍‌ ହ୍ୱିଲକ୍ ଷ୍ଟାର୍ଟଅପ୍‌ Atumobile Pvt Ltdର  Atum 1.0 ଇଲେକ୍ଟ୍ରିକ୍‌ ବାଇକ୍‌ ର ଦାମ୍‌ ୫୦,୦୦୦ଟଙ୍କା। ଭାରତରେ ଏହି ଇଲେକ୍ଟ୍ରିକ୍ ବାଇକ୍କୁ କମ୍ପାନୀର ତେଲଙ୍ଗାନା ସ୍ଥିତ ଗ୍ରୀନ୍‌ଫିଲ୍ଡ ମ୍ୟାନୁଫାକ୍ଚରିଂ ୟୁନିଟ୍‌ ଦ୍ୱାରା ନିର୍ମାଣ କରାଯାଇଛି । ଏହାର ୟୁନିଟ୍‌ର ବାର୍ଷିକ ଉତ୍ପାଦନ କ୍ଷମତା ୧୫୦୦୦ଟି ବାଇକ୍‌ । ଏହି ବାଇକ୍‌ ବିଷୟରେ ଯଦି ଆଲୋଚନା କରିବା ତ ଏହା ଏକ ସୁରକ୍ଷିତ ଡ୍ରାଇଭ୍‌ର ବାଇକ୍‌ । ଏହି Atum 1.0 ବାଇକ୍‌ ଏକ ଆଇସିଏଟି  ସ୍ୱୀକୃତ କମ୍‌ଗତିଶୀଳ ଇଲେକ୍ଟ୍ରିକ୍‌ ବାହନ । ଏହାର ଟପ୍‌ ସ୍ପିଡ୍‌ ୨୫ କିମି ପ୍ରତି ଘଣ୍ଟାରେ ସୀମିତ ରହିଛି । ଏଥିପାଇଁ ଏହାର କୌଣସି  ରେଜିଷ୍ଟ୍ରେସନ ବା ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଆବଶ୍ୟକ ନାହିଁ ।

ପୋର୍ଟେବଲ ଲିଥିୟମ-ଆୟନ ବ୍ୟାଟେରୀ ପ୍ୟାକ୍‌ ଦ୍ୱାରା ପାୱର୍ଡ Atum1.0 ସିଙ୍ଗଲ ଚାର୍ଜରେ ୧୦୦ କି.ମିର ଦୂରତା ଯାଇପାରିବ। ଏହାର ବ୍ୟାଟେରୀ ୪ଘଣ୍ଟାରୁ ମଧ୍ୟ କମ୍‌ ସମୟରେ ଫୁଲ୍‌ ଚାର୍ଜ ହୋଇପାରିବ। ଏହି ବ୍ୟାଟେରୀର ୱାରେଣ୍ଟି ୨ବର୍ଷର ରହିଛି ଏବଂ ଏହା ଅନେକ ରଙ୍ଗରେ ଉପଲବ୍‌ଧ। Atum1.0 ୬କିଲୋଗ୍ରାମ୍‌ର ହାଲକା ପୋର୍ଟେବଲ ବ୍ୟାଟେରୀ ପ୍ୟାକ୍‌ ସହ ଆସିଥାଏ । ଏହି ବ୍ୟାଟେରୀର ଡିଜାଇନ୍‌ ଉଠାଇବା ନେବାରେ ସହଜ । ଏଥିରେ ଚାଳକ ସାମାନ୍ୟ ତିନି-ପିନ୍‌ ସକେଟ୍‌ର ବ୍ୟବହାର କରି ଏହାକୁ କେଉଁଠି ବି ଚାର୍ଜ କରିପାରିବେ । ସବୁଠୁ ବଡ଼ କଥା ହେଲା ଏହି ବାଇକ୍‌ରେ ମେଣ୍ଟେନାନ୍ସ ଖର୍ଚ୍ଚ କିଛି କରିବାକୁ ପଡ଼ିବନି , ଅର୍ଥାତ୍‌ ଏହାକୁ  ସର୍ଭିସ୍‌ କରିବାକୁ ଦରକାର ହେବନି ।

Related Posts

About The Author

Add Comment