୧୦ଟଙ୍କା ପାଇଁ ଜନ୍ମକଲା ପୁଅ ମା ର ଜୀବନ ନେଲା

Spread the love

ଯାଜପୁର ସଦର, ୦୫ା୦୯: ଏହିପିର ଘଟଣା ଯାଜପୁର ଜିଲ୍ଲାରେ ଚହଳ ପକାଇଦେଇଚି । ଘଟଣାରୁ ପ୍ରକାଶ ଯେ, ଯାଜପୁର ବ୍ଲକ ଯାଜପୁର ଥାନା ନିକଟସ୍ଥ ଉଆଁସପୁର ଗ୍ରାମର ହତ୍ୟାକାରୀ ଯୁବକ ୧୦ ଟଙ୍କା ଲାଗି ଜନ୍ମଦାତ୍ରୀ ମା କୁ ହତ୍ୟା କରିବା ଘଟଣା ଏଠାରେ ସୂଚନା ଯୋଗ୍ୟ ଯେ, ମାର ମୁଣ୍ଡକୁ ହେମଦସ୍ତ ପୁଆ ବାଡ଼ିରେ ଜନ୍ମକଲା ମା କୁ ଛେଚି ହତ୍ୟା କରିବା ସହିତ କୌଣସି ସୁତ୍ରରୁ ଖବର ପାଇ ଯାଜପୁର ଟାଉନ ଥାନା ପୋଲିସ ପହଁଞ୍ôଚ ହତ୍ୟାକାରୀ ପୁଅକୁ ଥାନାକୁ ଆଣିଥିଲେ । ମୃତ ମହିଳାଙ୍କ ଶବକୁ ଜବତ କରି ପୋଷ୍ଟବଟମ ପାଇଁ ଯାଜପୁର ମେଡିକାଲକୁ ପଠାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, କୁଆଁସପୁର ଗ୍ରାମର ନରେଶ ସାହୁଙ୍କ ଧର୍ମପତ୍ନୀ ନିରୁପମା ସାହୁ ତାଙ୍କ ଯୋଗ୍ୟତମ ସନ୍ତାନ ଶୁଭମ ଓରଫ ବାବୁନୁ(୨୦) ୧୦ ଟଙ୍କା ମା କୁ ମାଗିଥିବା ବେଳେ, ନିରୁପମାଙ୍କ ପାଖରେ ପଇସା ନାହିଁ ବୋଲି ପୁଅକୁ କହିବାରୁ ଶୁଭମ ରାଗିଯାଇ ଗାଳି ଗୁଲନ ଦେବା ସହିତ ମା କୁ ଘରେ ପୁରାଇ କବାଟ ଦେଇ ଦେଇଥିଲେ । ନିରୁପମାଙ୍କ ମୁଣ୍ଡରେ ହେମଦସ୍ତା ପୁଆରେ ପିଟି ଦେବାରୁ ଗଠାନ ସ୍ଥଳରେ ମା ଅଚେତ ହୋଇ ପଡ଼ିଥିବା ବେଳେ, ନିରୁପମାଙ୍କ ଚିତ୍କାର ଶୁଣି ପଡ଼ିଶା ଲୋକମାନେ ଘଟଣା ସ୍ଥଳରେ ପହଁଞ୍ôଚ ଭିତର ପଟୁ କବାଟ ଦିଆଯାଇଥିବା ବେଳେ, ଲୋକମାନଙ୍କୁ ଡାକ ପକାଇଥିଲେ । ଘଟଣା ସ୍ଥଳରେ ଲୋକମାନେ ପହଁଞ୍ôଚ ଝରକାରେ ଦେଖିଲା ବେଳକୁ ନିରୁପମାର ମୃତ୍ୟୁ ଘଟିଥିବା ଦେଖିବାକୁ ପାଇଥିଲେ । ଗ୍ରାମବାସୀ ମାନେ କବାଟ ଭାଙ୍ଗି ଶୁଭମକୁ ଉଦ୍ଧାର କରିବା ସହିତ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଟାଉନ ଥାନାକୁ ଖବର ଦେଇଥିଲେ । ଯାଜପୁର ଟାଉନଥାନା ପୋଲିସ ଶୁଭମକୁ ଗିରଫ କରି ଏକ ମାମଲାର ରୁଜୁ କରିବା ସହିତ ପ୍ରତ୍ୟେକ୍ଷଦର୍ଶି କହିବା ଅନୁସାରେ ଶୁଭମ ଡ୍ରକସ ଏବଂ ନିଶା ଖାଉଥିବା ପୋଲିସକୁ କହିଥିଲେ । ନିଶାପାଇଁ ଏପରି ଘଟଣା ଘଟିଚି ବୋଲି ପ୍ରତ୍ୟେକ୍ଷଦର୍ଶି କହୁଥିବା ଜଣାଯାଇଚି । ରିପୋର୍ଟ ଲେଖା ହେବା ବେଳକୁ ଶୁଭମକୁ ପୋଲିସ ଗିରଫ କରି ଥାନାରେ ରଖିଥିବା ସୂଚନା ମିଳଚି । ଜନ୍ମଦାତ୍ରୀ ମା କୁ ହତ୍ୟା କରିବା ଏପିରି କୁଳାଙ୍ଗାର ପୁଅକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବା ଲାଗି ସାଧାରଣରେ ଚର୍ଚ୍ଚା ଜୋର ଧରିଚି ।

Related Posts

About The Author

Add Comment