ହୋଲିଜେସସ୍ ସ୍କୁଲରେ ସ୍ୱାଭିମାନ ଦିବସ ପାଳିତ

Spread the love

ଯାଜପୁର୨୮/୪(ମାନ୍ୟୁଏ)

ଆମ ଓଡ଼ିଶା ଆନୁକୁଲ୍ୟାରେ ଓଡ଼ିଆ ଜାତିର ଜନକ, ନବଓଡ଼ିଶା ପ୍ରଦେଶର ନିର୍ମାତା, ନବଜାଗରଣର ପ୍ରବର୍ତ୍ତକ ଓଡ଼ିଆ ଜାତି, ଭାଷା, ସାହିତ୍ୟ ଓ ସ୍ୱାଭିମାନର ପ୍ରତୀକ କୂଳବୁଦ୍ଧ ମଧୁସୁଦନ ଦାସଙ୍କ ୧୭୧ତମ ଜୟନ୍ତୀ ଉତ୍ସବ ଆଜି ଧାନମଣ୍ଡଳ ୍ସ୍ଥିତ ହୋଲିଜେସସ ସ୍କୁଲ ପରିସରରେ ଅନୁଷ୍ଟିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ମୋହନ ଜେନା, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି, ଆମ ଓଡ଼ିଶାର ସଂଯୋଜକ ସାମ୍ବାଦିକ ଭକ୍ତ ଚରଣ ସାହୁ, ସମ୍ମାନିତ ଅତିଥି ଭାବେ ପଲ୍ଲିମଙ୍ଗଳ ସେବା ସମବାୟ ସମିତିର ସଭାପତି ସଂଜୟ ସ୍ୱାଇଁ, ସୁଲତାନ ସଇପୁର ଅଲ୍ଲି ଖାଁ, ସମ୍ଭକାର ଅନିରୁଦ୍ଧ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ସଭାରେ ଅଧ୍ୟକ୍ଷତା କରିଥିଲେ ହୋଲି ଜେସସ୍ର ଅଧ୍ୟକ୍ଷା ଶୁଶ୍ରୀ କାମୀନୀ ନାୟକ । ପ୍ରାରମ୍ଭରେ ଅତିଥିମାନେ ମଧୁବାରିଷ୍ଟରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ଉଜ୍ଜ୍ୱଳନ କରିଥିଲେ । ସ୍କୁଲର ଛାତ୍ରୀମାନେ ବନେ୍ଦ ଉକ୍ରଳ ଜନନୀ ଗାନ କରିଥିଲେ । ମଧୁବାବୁଙ୍କର ଓଡ଼ିଶା ଜାତି ପ୍ରତିÿ ଏକ ନିଷ୍ଟ ତ୍ୟାଗ ଓ ଓଡ଼ିଆ ଜାତିର ସୁନାମ ଓ ସ୍ୱାଭିମାନ ବୃଦ୍ଧି କ୍ଷେତ୍ରରେ ଅଗ୍ରଣୀ ବ୍ୟକ୍ତିତ୍ୱ ଭାବେ ଓଡ଼ିଆ ଜାତି ତାଙ୍କୁ ଚିରଦିନ ମନରଖିବ ବୋଲି ମତବ୍ୟକ୍ତ କରିଥିଲେ । ଆୟୋଜିତ ଉତ୍ସବରେ ପ୍ରଦୀପ୍ତ ପ୍ରଦାନ, ସଂଜୟ କୁମାର ରାଉତ, ଲକ୍ଷ୍ମୀଧର ମଳିକ, ସୌଭାଗ୍ୟଲକ୍ଷ୍ମୀ ପାଣ୍ଡବ, କାଦମ୍ବିନୀ ନାୟକ, ମୌସୁମୀ ଦାସ, କାଦମ୍ବିନୀ ନାୟକ, ସାମ୍ବାଦିକ ଶିବରାମ ସାହୁ, ପ୍ରସନ୍ନ କୁମାର ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ତ୍ୟାଗି ପୁରୁଷ ମଧୁବାବୁଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ଶିକ୍ଷୟତ୍ରୀ ସ୍ମୃତି ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

Related Posts

About The Author

Add Comment