ଯାଜପୁର ସଦର,୧୫ା୦୩(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ଅଲାଡ଼ି ସାହିର ଜଣେ ରାଜମିସ୍ତ୍ରୀଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ଅଲାଡ଼ି ସାହି ୭ନଂ ୱାର୍ଡ଼ର ଋଷିନାଥ ବେହେରା ଗାଧୋଇ ଆସି ଠାକୁର ପୂଜା କରୁଥିବା ବେଳେ, ହଠାତ୍ ତଳେ ପଡ଼ିଯାଇଥିଲେ । ତଳେ ପଡ଼ିଯିବାରୁ ପାଟି ନଖୋଲିବାରୁ ତାଙ୍କୁ ସଙ୍ଗେ ସଙ୍ଗେ କଟକ ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । କଟକ ମେଡିକାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଚି । ମୃତ୍ୟୁ ବେଳକୁ ଶ୍ରୀ ବେହେରାଙ୍କୁ ୪୫ ବର୍ଷ ହୋଇଥିବା ଜଣାଯାଇଚି । ତାଙ୍କ ମରଶରୀରକୁ କଟକ ମେଡିକାଲରୁ ଶୋକାକୁଳ ପରିବେଶରେ ନିଜ ଗ୍ରାମକୁ ଅଣାଯାଇଥିଲା । ତାଙ୍କ ମର ଶରୀର ଅଲାଡ଼ି ଗ୍ରାମରେ ପହଁଞ୍ôଚବା ପରେ ବ୍ରହ୍ମବରଦା ନିର୍ମାଣ ଶ୍ରମିକ ସଂଘର ସେକ୍ରେଟାକରୀ ସୁଦାମ ଚରଣ ଓଝା ତାଙ୍କ ବାସଭବନରେ ପହଁଞ୍ôଚ ତାଙ୍କ ପରିବାରକୁ ସାନ୍ତ୍ୟୋନା ଦେବା ସହିତ ଯାହା ସରକାରୀ ସହାୟତା ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଯାହା ସାହାଯ୍ୟ ଯୋଗାଇ ଦେବାପାଇଁ ପ୍ରତିଶୃତି ଦେଇଥିଲେ । ଶ୍ରୀ ବେହେରା ରାଜମିସ୍ତ୍ରୀ କାର୍ଯ୍ୟକରି ପରିବାରକୁ ପୋଷଣ କରୁଥିବା ବେଳେ, ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ନିର୍ମାଣ ଶ୍ରମିକ ସଂଘର ସଭାପତି ପ୍ରଦିପ ଦାସ ଏବଂ ବ୍ରହ୍ମବରଦା ନିର୍ମାଣ ଶ୍ରମିକର ମେମ୍ବରମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଶୋକାକୁଳ ପରିବେଶରେ ଶବକୁ ନିଆଯାଇ ଶବ ସଂସ୍କାର କରାଯାଇଥିଲା । ତାଙ୍କ ଆତ୍ମାର ସଦ୍ଗତି କାମନା କରି ଭଗବାନ ନିକଟରେ ପ୍ରାର୍ଥନା କରିଥିଲେ ।
ହୃଦଘାତରେ ନିର୍ମାଣ ଶ୍ରମିକଙ୍କର ପରଲୋକ
|
March 16, 2021 |