ହିଞିଳି, ୧୪/୦୯/୨୦(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା)- , ହିଞିଳି ବ୍ଳକ ଅଂଚଳରେ ସମବାୟ ସମିତିର ୟୁରିଆ ସାର ଘୋର ଅଭାବ ଦେଖାଦେଇଛି । ଚାଷ ଜମିରେ ବହୁ କଷ୍ଟ କରି ଫସଲ ଉତ୍ପାଦନ ନିମନ୍ତେ ବିଭିନ୍ନ ଗୋବର ଖତ ସହିତ ସାର ପିଡ଼ିଆ ଓ ଔଷଧ ଦରକାର ପଡିଥାଏ । ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକରେ ସାର କଳାବଜାରୀ ଚାଲୁଥିବା ବେଳେ ହିଞ୍ଜିଳି ବ୍ଳକରେ ମଧ୍ୟ ସାର ଅଭାବ ଯୋଗୁଁ ଚାଷୀ ହତାଶ ହୋଇଛି । ସାର ପାଉ ନଥିବା ଯୋଗୁଁ ଚାଷୀଭାଇଙ୍କ ନାହିଁ ନ ଥିବା ଅବସ୍ଥା ଭୋଗ କରୁଥିବା ଜଣାପଡିଛି । ବର୍ତ୍ତମାନ ଜମିରେ ସାରା ଆବଶ୍ୟକତା ହେତୁ ଗଞ୍ଜାମ ଜିଲ୍ଲାରେ ସାର ୟୁରିଆ ପାଇଁ ଚାଷୀକୁଳ ଚିନ୍ତା କାରଣ ପାଲଟିଛି ।ଦିନ ତମାମ ଜାଗିଲା ପରେବି ସମବାୟ ରେ ମିଳୁନାହିଁ ସାର ।ମାତ୍ର ଚଢା ଦରରେ ବ୍ୟବସାୟୀମାନେ ବଜାରରେ ବିକ୍ରି ହେଉଥିବା ସୂଚନା ମିଳିଛି ।ହେଲେ ସମବାୟ ସୋସାଇଟିରେ କମ ପରିମାଣ ୟୁରିଆ ସାରକୁ ଦେଖା ଦେଉଥିବା ବେଳେ ଚାଷୀମାନେ କାଳେ ମିଳିଯିବ ଆଶାରେ ଦିନତାମ ଲମ୍ବା ଧାଡିରେ ଠିଆ ହୋଇ ଜଗି ରହିଛନ୍ତି । ଏଥି ମଧ୍ୟରେ ସାମାଜିକ ଦୂରତା କୁ ମଧ୍ୟ ଭୁଲି ଯାଇଛନ୍ତି ଏବଂ କାହା ମୁଖରେ ମାସ୍କ ପାରିଧ୍ୟାନ ହୋଇନଥିବା ଦେଖାଯାଇଛି । ରବିବାର ଅପରାହ୍ନରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ହିଞ୍ଜିଳି ବ୍ଳକ ଶିଖରପୁର ସମବାୟ ସମିତିରେ । ୟୁରିଆ ସାର ପାଇଁ ଜଗି ରହିଥିବା ଗାଁ ଚାଷୀ ।ସୂଚନା ଥାଉକି ସମବାୟ ସମିତି ରେ କମ ପରିମାଣ ର ୟୁରିଆ ସାର ଥିଲା ମାତ୍ର ସମିତି ପକ୍ଷରୁ ପ୍ରାୟ ୩ସହ ରୁ ଅଧିକା ଚାଷୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା ।ଏନେଇ ରବିବାର ସକାଳୁ ସକାଳୁ ଶତାଧିକ ଚାଷୀ ସମବାୟ ଆଗରେ ଲମ୍ବା ଧାଡିରେ ସାର ପାଇବା ନିମନ୍ତେ ଚାହିଁ ବସିଥିଲେ।ହେଲେ ସାର କମ ପରିମାଣର ୟୁରିଆ ଥାଇ ଚାଷୀଙ୍କୁ ଖରାରେ ହଟହଟା କରି ଘରକୁ ଫେରସ୍ତ କରିଥିବା ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି । କିଛି ଚାଷୀ ପ୍ରତିଦିନ ଏମିତି ଫେରେଇ ଦେଇଥିବା କିଛି ଚାଷୀ କହିଛନ୍ତି ଯିବା ଅଚଂଳରେ କହିଛନ୍ତି । ବିକ୍ରି ଦର ସରକାରୀ ସ୍ତରରେ ମୂଲ୍ୟ ୨୬୬.୫୦ ଥିବା ବେଳେ ମୂଲ୍ୟ ୨୮୦ ଟଙ୍କା କ୍ରୟ କରିବା କହିଛନ୍ତି ।ଯାହା ଫଳରେ ବଜାର ଦର ୪୫୦.୦୦କିଣାବିକା ଗୋଟାଏ ଛୋଟିଆ ଚାଷୀଙ୍କ ପାଇଁ ମୁଣ୍ଡବ୍ଯଥା କାରଣ ହୋଇଥାଏ ଏଣୁ ପ୍ରତ୍ୟେକ ଚାଷୀ ମାନେ ନିଜ ନିଜର ସମବାୟ ସମିତି ଜରୀଆରେ ସାର କିଣିବା ପାଇଁ ସକାଳୁ ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ୟୁରିଆ ସାର ବସ୍ତାଏ ସକାଶ ଅପେକ୍ଷା କରିବାକୁ ବାଦ୍ଧ୍ଯ ହୋଇଥାଏ ।କିନ୍ତୁ ସମବାୟରେ ସାର ଅଭାବ ସାଗଂକୁ ହିଞିଳି ବଜାରରେ ଚଢ଼ା ଦରରେ ୟୁରିଆ ସାର ବିକ୍ରି ରାଧେ ରାଧେ ନୀତିରେ ହିଞିଳି କୃଷି ଅଧିକାରୀଙ୍କ ସଲାସୁତରାରେ ବିକ୍ରି ହେବା ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ବୋଲି ହିଞିଳି ଅଞ୍ଚଳର ସାଧାରଣ ରେ ଚର୍ଚ୍ଚା ହେବା ସହ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା ରହିଛି । ସରକାରଙ୍କ ଚାଷୀ ମାରଣ ନୀତି ବୋଲି ସମାଲୋଚନା କରିଛନ୍ତି ।
ହିଞ୍ଜିଳିରେ ସାର ପାଇଁ ଚାଷୀ ହତାଶ
|
September 14, 2020 |



