ହସ୍ପିଟାଲ୍‌ରୁ ହସ୍ପିଟାଲ୍‌କୁ ଡ୍ରୋନ ସାହାଯ୍ୟରେ ବୁହା ହେବ ଅଙ୍ଗ; ସହଜ ହେବ ଅଙ୍ଗ ପ୍ରତିରୋପଣ ବ୍ୟବସ୍ଥା

Spread the love

ନୂଆଦିଲ୍ଲୀ, 30/11 (ସନ୍ଧାନ ନିଉଜ) : ଏଣିକି ଅଙ୍ଗ ପ୍ରତିରୋପଣ ସକାଶେ କୌଣସି ହସ୍ପିଟାଲ୍‌ରୁ ଅନ୍ୟ ଏକ ହସ୍ପିଟାଲ୍‌କୁ ଅଙ୍ଗ ବୋହି କରି ନେବା ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଟ୍ରାଫିକ୍‌ ସମସ୍ୟା ହେତୁ ସଡ଼କରେ ଚାଲୁଥିବା ଯାନରେ ଅଙ୍ଗ ଆଣିବାରେ ବିଳମ୍ବ ହେଉଥିଲା। ଏଥିପାଇଁ ଏଥର ଡ୍ରୋନ୍‌କୁ ଏହି କାମରେ ନିୟୋଜିତ କରାଯିବ। ଫଳରେ ଆଉ ସ୍ୱତନ୍ତ୍ର ମାର୍ଗଗୁଡ଼ିକରେ ଗ୍ରିନ୍‌ କରିଡର କରାଯିବାର ଆବଶ୍ୟକତା ପଡ଼ିବ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ଜୟନ୍ତ ସିହ୍ନା ପ୍ରକାଶ କରିଛନ୍ତି।

ଡିସେମ୍ବର ପହିଲାରୁ ବଡ଼ ବଡ଼ ଡ୍ରୋନ୍‌ଗୁଡ଼ିକର ପଞ୍ଜିକୃତ ଆରମ୍ଭ ହୋଇଯିବ ବୋଲି ଜାଣିବାକୁ ମିଳିଛି। ଏଥିପାଇଁ ହସ୍ପିଟାଲ୍‌ଗୁଡ଼ିକରେ ‘ଡ୍ରୋନ୍‌ ପୋର୍ଟ’ ତିଆରି କରାଯିବା ପାଇଁ ଜାଗା ଯୋଗାଡ଼ କରାଯାଉଛି। ପଞ୍ଜିକୃତ ହେବା ପରେ ଡ୍ରୋନ୍‌ଗୁଡ଼ିକର ଲାଇାସନ୍ସ ବାହାର କରାଯିବ। ସିହ୍ନା ଆହୁରି ବି ନିଶ୍ଚିତ କରିଛନ୍ତି ଯେ ‘ଫ୍ଲାଇଂ’ ଡ୍ରୋନ୍‌ଗୁଡ଼ିକୁ ହିଁ ଅଙ୍ଗ ବୁହା କାର୍ଯ୍ୟରେ ବ୍ୟବହୃତ କରାଯିବ। ଡ୍ରୋନ୍‌ ୨.୦ ନୀତି ଅନୁସାରେ ଅନ୍ୟ ସଡ଼କଚାଳିତ ଯାନ ଅପେକ୍ଷା ଡ୍ରୋନ୍‌ ଦ୍ୱାରା ହସ୍ପିଟାଲ୍‌ଗୁଡ଼ିକୁ ତୁରନ୍ତ ପରିବହନ ସେବା ଯୋଗାଇ ଦେଇ ହେବ।

Related Posts

About The Author

Add Comment