ହନୁମାନ ପଇସା ନେଇ ଠକୁଥିବା ଅଭିଯୁକ୍ତ ମାନଙ୍କର ପର୍ଦ୍ଦାଫାଶ

Spread the love

ବ୍ରହ୍ମପୁର, 27.01.2021 (ସନ୍ଧାନ ନିଉଜ୍):  ୩  ହନୁମାନ ମୁଦ୍ରାକୁ ବିକ୍ରି କରି ଗ୍ରାହକଙ୍କୁ ୨ କୋଟି ଟଙ୍କାର ଚୂନା ଲଗାଇବାର ଉଦ୍ୟମ ବିଫଳ କରିଛି ବ୍ରହ୍ମପୁର ବଡ ବଜାର ଥାନା ପୁଲିସ। ମାମଲାର ପର୍ଦ୍ଦାଫାଶ କରିବା ସହ ଏହି ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ସେମାନଙ୍କ ଠାରୁ ସମସ୍ତ ହନୁମାନ ମୁଦ୍ରା ନଗଦ ଦେଢ ଲକ୍ଷ ଟଙ୍କା, ଦୁଇଟି ମୋଟର ସାଇକେଲ ଆଉ ସ୍ପିରିଟ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ତେବେ ଘଟଣାର ମାଷ୍ଟର ମାଇଣ୍ଡ ସୂର୍ଯ୍ୟ ନାରାୟଣ ପାତ୍ର ଫେରାର ଥିବା ପୁଲିସ ସୂଚନା ଦେଇଛି। ସମସ୍ତ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ବଲପୁର ଖେତରାଜପୁରର ପ୍ରଦୀପ ମହାପାତ୍ର(୪୧), ସମ୍ବଲପୁର ଶାସନର ଅନିଲ କୁସୁମ(୩୪), ସମ୍ବଲପୁର ଖେତରାଜପୁରର ସୁରେଶ ମେହେର(୩୧)ଗଞ୍ଜମା ସୋରଡାର ଅକ୍ଷୟ କୁମାର ପାତ୍ର(୩୬), ରାଉକେଲା ପାନପୋଷର ଜୟନ୍ତ ପ୍ରଧାନ(୨୧), ରାଉରକେଲା ପାନପୋଷର ବିଜେନ  କୁମାର ବାଗ(୪୦) ଏବଂ କେ ନୂଆଗାଁ ବୋମକେଇର ଜୟରାମ ପାତ୍ର(୩୪) ସାମିଲ। ଏହି ଅଭିଯୁକ୍ତଙ୍କଠାରୁ ତିନୋଟି ହନୁମାନ କଏନ, ଦେଢ ଲକ୍ଷ ଟଙ୍କା, ଦୁଇଟି ବାଇକ୍, ମ୍ୟାଗନେଟ୍, ସ୍ପିରିଟ୍ ଏବଂ ଅନ୍ୟ ବେଆଇନ ଉପକରଣ ଜବତ କରାଯାଇଛି। ଏହି ଠକେଇ କାରବାର ଶାନ୍ତିନଗର ସୂର୍ଯ୍ୟ ପାତ୍ରଙ୍କ ଘରେ ଚାଲିଥିଲା। ଘରର ମାଲିକ ସୂର୍ଯ୍ୟ ପାତ୍ର ଫେରାର ରହିଛି ଏହି ଘଟଣାରେ ବଡ ବଜାର ପୋଲିସ ମାମଲାର ରୁଜୁ କରି ତଦନ୍ତ ଚଳାଇଛି। ଉପରୋକ୍ତ ଅଭିଯୁକ୍ତ ଶାନ୍ତିନଗର ସୂର୍ଯ୍ୟ ପାତ୍ରଙ୍କ ଘରେ ୨ କୋଟିର ଡିଲ୍ ପାଇଁ ଏକତ୍ର ହୋଇଥିଲେ। ସେମାନେ ସେଠାରେ ଗ୍ରାହକଙ୍କ ଅପେକ୍ଷାରେ ଥିଲେ। ଉଦ୍ଦେଶ୍ୟ ଥିଲା ହନୁମାନ କଏନ ବିକି ୨ କୋଟି ଟଙ୍କା ଗ୍ରାହକଙ୍କଠୁ  ହଡପ କରି ନେବେ। ହେଲେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇବା ପରେ ବଡ ବଜାର ପୁଲିସ ଉକ୍ତ ଘର ଉପରେ ଚଢାଉ କରିଥିଲା। ଏଥିସହ ହନୁମାନ ମୁଦ୍ରା ନାଁରେ ଗ୍ରାହକଙ୍କୁ ଠକିବାକୁ ବହୁଡ ବଡ ଉଦ୍ୟମକୁ ପୁଲିସ ବିଫଳ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Related Posts

About The Author

Add Comment