ହନୁମାନ ଓ ଶନି ମନ୍ଦିର ପ୍ରତିଷ୍ଠା ସମ୍ପନ୍ନ:ବଡକୁଣ୍ଢେସରା ଅଞ୍ଚଳରେ ଭକ୍ତଙ୍କ ଉତ୍ସାହ

Spread the love

ସମ୍ବଲପୁର,(ସନ୍ଧାନ ନ୍ୟୁଜ): ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡ଼କୁଣ୍ଢେଇସରାରେ ନବନିର୍ମିତ ହନୁମାନ ଓ ଶନି ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ଗତ ୧୯ ତାରିଖରୁ ଆରମ୍ଭ ହୋଇ ଗୁରୁବାର ସମ୍ପନ୍ନ ହୋଇଯାଇଛି।ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଦୁଇଦିନ ଧରି ଅଦିନିଆ କାଳବୈଶାଖୀ ବର୍ଷା ବାଧକ ସାଜିଥିବା ବେଳେ ଆଜି ପାଗ ଶୁଖିଲା ରହିଥିବା ଯୋଗୁଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କର୍ତ୍ତା ଦାୟିତ୍ୱରେ ପ୍ରସନ୍ନ ପଧାନ ଓ ଦିପ୍ତିମଞ୍ଜରୀ ପଧାନ, ମନୋଜ ସାହୁ ଓ ରଞ୍ଜିତା ସାହୁ, ସୁଦିପ ନାଥ ଓ ମୀରାଶ୍ରୀ ନାଥ, ଖିତେନ୍ଦ୍ର ସାହୁ ଓ ଚନ୍ଦ୍ରକାନ୍ତି ସାହୁ ରହିଥିବାବେଳେ ପୂଜକ ଭାବରେ ପଣ୍ଡିତ ଶାଶ୍ଵତ ବଡ଼ପଣ୍ଡା, ପୁରୁଷୋତ୍ତମ ମହାପାତ୍ର, ପ୍ରଶାନ୍ତ ନାୟକ, ସମିତ ପଣ୍ଡା, ମାନସ ପୁରୋହିତ, ଅଜୟ ନାୟକ, ଶ୍ରୀକାନ୍ତ ପଣ୍ଡା ଓ ବିଦ୍ୟାଭୂଷଣ ନାୟକ କାର୍ଯ୍ୟ ତୁଲାଇଥିଲେ। ତେବେ କାର୍ଯ୍ୟକ୍ରମର ପ୍ରତି ସନ୍ଧ୍ୟାରେ ଭଜନ, କିର୍ତ୍ତନ୍ୟ ତଥା କୃଷ୍ଣଗୁରୁ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ କମିଟିର ବାବୁଲା ସାହୁ, ପ୍ରଶାନ୍ତ ନାଥ, ପ୍ରଦୀପ ସାହୁ, ଡମ୍ବରୁ ବେହେରା, ଭୁବନେଶ୍ୱର ସାହୁ, ଭରତ ନାଏକ, କାର୍ତ୍ତିକ ସାହୁ, ମହେନ୍ଦ୍ର ନାଥ, ଦୁର୍ଗା ପଧାନ, ମିହିର ପଧାନ, ଅଶ୍ଵିନୀ କୈବର୍ତ୍ତ, ଅକ୍ଷୟ ସାହୁ, କୁନା ବସନ୍ତରା, ସଞ୍ଜୀବ ସାହୁ, ସଦାଶିବ ସାହୁ, ଅଜୁ ସାହୁ, ଆକାଶ ପଧାନ, ସପ୍ନେଶ୍ୱର ନାୟକ ଓ ପ୍ରମୋଦ ସାହୁଙ୍କ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Related Posts

About The Author

Add Comment