ହତ୍ୟା ଅପରାଧିକୁ ଆଜିବନ ଜେଲ

Spread the love

ଭଦ୍ରକ, ୧୯/୧୧ (ସନ୍ଧାନ ନିଉଜ) : ଭଦ୍ରକ ଅତିରିକ୍ତ ଜିଲ୍ଲା ଦୌରା ଜଜ ପ୍ରଣତି ସାହା ଏକ ହତ୍ୟାମାମଲାର ବିଚାର କରି ଧୁଷୁରୀ ଥାନା ଅନ୍ତର୍ଗତ ବମକୁରା ବନ୍ଧ ସାହି ଗ୍ରାମର ଶରତ ମଳିକ ୫୩ କୁ ଦଫା ୩୦୨ରେ ଦିଷି ସାବ୍ୟସ୍ତ କରି ଆଜିବନ ଜେଲ ଓ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି lଜୋରିମାନା ଅନାଦେୟ ପୁନଶ୍ଚ ୬ ମାସ ଜେଲ ଭୋଗିବାକୁ ଆଦେଶରେ ଦର୍ଶାଇଛନ୍ତି l
ବିବରଣି ଅନୁଯାୟି ପୁର୍ବ ଶତୃତାକୁ କେନ୍ଦ୍ର କରି ସୃଷ୍ଟିଧର ମଳିକ ଓ ଶରତ ମଳିକ ପରିବାର ସହ ମତାନ୍ତର ଚାଲି ଆସୁଥିଲା l ଗତ ୫.୧.୧୬ ରିଖ ସୃଷ୍ଠିଧର ଧୁସୁରି ବଜାରରୁ ମାଛ ନେଇ ଘରକୁ ଫେରୁଥିବା ବେଳେ ଶରତ ଓ ତାର ପତ୍ନୀ ଦୁତି ଓ ପୁଅ ବାପିନା ସୃଷ୍ଟିଧର ମଲିକକୁ ବାଉଁଶ ବାଡିରେ ମରାଣାନ୍ତକ ଆକ୍ରମଣ କରି ଥିଲେ l ଗୁରୁତ୍ତର ଅବସ୍ତାରେ ସେ ପ୍ରଥମେ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତର ହୋଇ ୯.୧.୧୬ ରିଖ ମୃତ୍ୟୁ ବରଣ କରିଥିଲା.ଏହି ମାମଲାଟି ଧୁଷୁରି ଥାନା କେଶ ନଂ ୪/୧୬ ଦଫା ୩୦୨,୧୦୯,୩୪ରେ ଏକ ମାମଲା ହୋଇ ଶରତ ଗିରଫ ହୋଇ ସେହି ଦିନରୁ ବିଚାରାଧିନ ବନ୍ଦି ଭାବେ ଜେଲରେ ଅଟକ ଅଛି l କୋର୍ଟ ଦୁତି ଓ ବାପିନାକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଥିବା ବେଳେ ଶରତକୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି l

Related Posts

About The Author

Add Comment