ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ୮ମ ଇ-ପାଠ୍ୟଚକ୍ର: “ଅଖଣ୍ଡ ଭାରତ ସ୍ବପ୍ନ : ଶ୍ରୀ ଅରବିନ୍ଦ”

ଭୁବନେଶ୍ୱର, ୦୨/୦୮/୨୦୨୦ (ସନ୍ଧାନ ନିଉଜ) ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ୮ମ ଇ-ପାଠ୍ୟଚକ୍ର ଗୁଗଲ୍ ମିଟ୍ ମାଧ୍ୟମରେ ତା୦୨/୦୮/୨୦୨୦,  ରବିବାର ଅପରାହ୍ନ ୩ ଘଟିକା ବେଳେ ଆୟୋଜିତ ହେଇଯାଇଅଛି । ଏଥିରେ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର,ଖଣ୍ତଗିରି, ଭୁବନେଶ୍ୱର ର ଅଧ୍ୟକ୍ଷ ଶ୍ରୀ ରବିନ୍ଦ୍ରନାଥ ପାଢି ମୁଖ୍ୟ ବକ୍ତା ଭାବେ ଯୋଗଦେଇ  ” ଶ୍ରୀ ଅରବିନ୍ଦଙ୍କ ଜୀବନୀ ଏବଂ କୃତି” ବିଷୟରେ ଆଲୋକପାତ କରିଥିଲେ। ରେଭେନ୍ସା ବିଶ୍ବବିଦ୍ୟାଳୟ ର ଦର୍ଶନ ବିଭାଗର ପ୍ରମୁଖ ଡ଼ ପତିତପାବନ ଦାସ ଙ୍କ ପୌରହତ୍ୟରେ ଆୟୋଜିତ ଏହି ୱେବିନାର୍ ରେ ଶ୍ରୀ ଅରବିନ୍ଦଙ୍କ ଜୀବନଚକ୍ରରେ ଭିଭିନ୍ନ ସ୍ତରରେ ଆସିଥିବା ବାଧାବିଘ୍ନ ଏବଂ ତାହାର ସମାଧାନ, ଦେଶପ୍ରୀତି,ଆଧ୍ୟାତ୍ମିକ ସନ୍ଦେଶ ଆଦିକୁ ବିଭିନ୍ନ ଉଦାହରଣ ଏବଂ ଘଟଣାଚକ୍ରର ମାନଙ୍କ ବିଷୟରେ ଆଲୋଚନା କରାଯାଇଥିଲା। ପ୍ରାରମ୍ଭରେ  ସ୍ୱାତୀ ମିଶ୍ର ଗଣେଶ ଏବଂ ସରସ୍ୱତୀଙ୍କ ବନ୍ଦନା ପାଠ କରିଥିବା ସ୍ଥଳେ ବିବେକାନନ୍ଦ ଯୁବସଂସଦ ପାଠ୍ୟଚକ୍ର ପରିଚାଳନା ସମିତି ର ଶାବେରୀ ଦଳର ଅଧ୍ୟାପିକା ବିଶ୍ୱଶ୍ରୀ ତନୟା ପ୍ରିୟଦର୍ଶିନୀ,  ସନ୍ଦିପ କୁମାର ପଣ୍ତା,ସତ୍ୟସ୍ନିଗ୍ଧା ପ୍ରିୟଦର୍ଶିନି ପ୍ରଭୃତି ସଭା ଆୟୋଜନ କରିଥିବା ବେଳେ ଅର୍ଥନୀତି ଅଧ୍ୟାପିକା ମନିଷା ମହାରଣା ସଂଯୋଜନା କରିଥିଲେ ତଥା ସଂସଦ ର ରାଜ୍ୟ ଆବହକ  ଅଧ୍ୟାପକ ବିନାୟକ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ ।ସଭାଶେଷରେ ସମେବେତ ଶାନ୍ତିପାଠ କରାଯାଇ ଜଗତ କଲ୍ୟାଣ କାମନା କରାଯାଇଥିଲା ।ଆଗାମୀ ରବିବାର ଅପରାହ୍ନ ୩ ରୁ ୪.୩୦ ମଧ୍ୟରେ ମହାମାରୀ ପରିବର୍ତ୍ତିତ ପରିସ୍ଥିତିରେ ଭାତର ପାଇଁ ସୁଯୋଗ ବିଷୟରେ ୱେବିନାର୍ ଆୟୋଜନ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତରଞନ ନାୟକ  ସୂଚନା ପ୍ରଦାନ କରିଥିଲେ।

Related Posts

About The Author

Add Comment