ଭୁବନେଶ୍ୱର, ୨୭/୦୭ (ସନ୍ଧାନ ନିଉଜ) ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ୭ମ ଇ-ପାଠ୍ୟଚକ୍ର ଅପରାହ୍ନ ୩ ଘଟିକା ବେଳେ ଆୟୋଜିତ ହେଇଯାଇଅଛି । ଏଥିରେ କ୍ୟାଟ୍ ର ଅବସର ପ୍ରାପ୍ତ ରେଜିଷ୍ଟ୍ରାର୍ ଜେନେରାଲ୍ ତଥା ଦିବ୍ୟଜୀବନ ସଂଘ, କଟକ ଶାଖାର ଉପସଭାପତି ଶ୍ରୀ ରମାନାଥ ପଣ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ “ସ୍ୱାମୀ ଶିବାନନ୍ଦ : କରୁଣା ଏବଂ ପ୍ରଶାନ୍ତିର ଏକ ଅବତାର” ବିଷୟରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ସେ ନିଜର ଅଭିଭାଷଣ ମାଧ୍ୟମରେ ସ୍ୱାମୀ ଶିବାନନ୍ଦଙ୍କ ପ୍ରାରମ୍ଭିକ ଜୀବନ, ସାମାଜିକ ସଂସ୍କାର ଏବଂ ଧାର୍ମିକ ପୁନଃରୁ ଥାନ ସମ୍ପର୍କରେ ଉଦ୍ ବୋଧନ ଦେଇଥିଲେ । ଅନ୍ୟର ସେବାରେ ନିଜକୁ ସମ୍ପୁର୍ଣ୍ଣ ଉତ୍ସର୍ଗୀକୃତ କରିପାରିଲେ ମନୁଷ୍ୟ ଜୀବନ ସୁଖମୟ ହେଇପାରିବ ବୋଲି ଶ୍ରୀମାନ୍ ପଣ୍ତା ନିଜ ବକ୍ତବ୍ୟ ବାଢିଥିଲେ ପ୍ରାରମ୍ଭରେ ଶ୍ରୀମତି ସ୍ୱାତୀ ମିଶ୍ର ଗଣେଶ ଏବଂ ସରସ୍ୱତୀଙ୍କ ବନ୍ଦନା ପାଠ କରିଥିବା ସ୍ଥଳେ ବିବେକାନନ୍ଦ ଯୁବସଂସଦ ପାଠଚକ୍ର ପରିଚାଳନା ସମିତି ର ସଙ୍ଗମ ଦଳର ପାର୍ଥସାରଥି ସାହୁ, ଦିଲେଶ୍ୱର ବିଶୋଇ, ସନ୍ଦିପ କୁମାର ପଣ୍ତା, ସଂଜୟ ମୁଖି , ପ୍ରଭୃତି ସଭା ଆୟୋଜନ କରିଥିବା ବେଳେ ଶ୍ରୀ କୈବଲ୍ୟପତି ମିଶ୍ର ସଂଯୋଜନା କରିଥିଲେ। ଏଥିରେ ସ୍ୱାମି ବିବେକାନନ୍ଦ ବିଚାରଧାରା ଫୋରମ୍ ର ଟ୍ରଷ୍ଟି ଶ୍ରୀ କୁଳମଣି ମିଶ୍ର ପୌରହିତ୍ୟ କରିଥିବା ସ୍ଥଳେ, କେନ୍ଦ୍ରିୟ ବିଦ୍ୟାଳର କଟକର ଅଧ୍ୟାପକ ବାସୁଦେବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭାଶେଷରେ ସମେବେତ ଶାନ୍ତିପାଠ କରାଯାଇ ଜଗତ କଲ୍ୟାଣ କାମନା କରାଯାଇଥିଲା ।ଆଗାମୀ ରବିବାର ଅପରାହ୍ନ ୩ ରୁ ୪.୩୦ ମଧ୍ୟରେ ଶ୍ରୀ ଅରବିନ୍ଦଙ୍କ ଜୀବନି ଏବଂ କୃତି ବିଷୟରେ ୱେବିନାର୍ ଆୟୋଜନ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତରଞନ ନାୟକ ସୂଚନା ପ୍ରଦାନକରିଥିଲେ।
ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ୭ମ ଇ-ପାଠ୍ୟଚକ୍ର
|
July 27, 2020 |