ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ୬ଷ୍ଠ ଇ-ପାଠ୍ୟଚକ୍ର ଆୟୋଜିତ

Spread the love
  •  
  •  
  •  
  •  
  •  
ଭୁବନେଶ୍ୱର, ୨୦/୦୭ (ସନ୍ଧାନ ନିଉଜ) ପକ୍ଷରୁ ୬ଷ୍ଠ ଇ-ପାଠ୍ୟଚକ୍ର ଗୁଗଲ୍ ମିଟ୍ ମାଧ୍ୟମରେ ତା: ୧୯/୦୭/୨୦୨୦, ରବିବାର ଅପରାହ୍ନ ୩ ଘଟିକା ବେଳେ ଆୟୋଜିତ ହେଇଯାଇଅଛି ।ଏଥିରେ ସ୍ୱନାମଧନ୍ୟ ଭାଷ୍ୟକାର ରେଭେନ୍ସା ବିଶ୍ବବିଦ୍ୟାଳୟ ର ପ୍ରଫେସର୍ ସଞ୍ଜୟ କୁମାର ଶତପଥି ମୁଖ୍ୟବକ୍ତା ଭାବେ ଯୋଗଦେଇ “ସାମ୍ୟ, ମୈତ୍ରୀ ଏବଂ  ପ୍ରିତୀ : ଜଗନ୍ନାଥ ସଂସ୍କୃତି” ଉପରେ ବକ୍ତବ୍ୟ ରଖିଥିଲେ ।ସେ ତାଙ୍କ ଅଭିଭାଷଣରେ ଜଗନ୍ନାଥ ସଂସ୍କୃତି କିଭଳି  ସାମ୍ୟତା, ମୈତ୍ରୀଭାବ ଏବଂ ପ୍ରିତି ବଣ୍ଟନ କରି ଅଦର୍ଶବାଦର ଧାରାରେ ଜନମାନସକୁ ପ୍ରବାହିତ କରିଅଛି ତାହା ବଳରାମ ଦାସ, ରଘୁଅରକ୍ଷିତ, ଦାସିଆ ବାଉରୀ, ଭକ୍ତ ସାଲବେଗ, ଜୟଦେବ,  ଆଦି ବିଭିନ୍ନ ବୃତ୍ତାନ୍ତ, ଶ୍ଳୋକ ତଥା ସଙ୍ଗୀତ ମାଧ୍ୟରେ ମାଧ୍ୟମରେ  ପରିବେଷଣ କରିଥିଲେ । ଭାରତର ବିଭିନ୍ନ ପ୍ରାନ୍ତରୁ ଯୁବପିଢିଗଣ ଏଥିରେ ଯୋଗଦେଇ  ଦେଇଥିଲେ ।ପ୍ରାରମ୍ଭରେ ଶୁଶ୍ରୀ ଅହଲ୍ୟା ଗୋଛୟତ ଗଣେଶ ଏବଂ ସରସ୍ୱତୀଙ୍କ ବନ୍ଦନା ପାଠ କରିଥିବା ସ୍ଥଳେ ବୈତରଣୀ ଗ୍ରୁପ୍ ର ସଦସ୍ୟଗଣ ଅହଲ୍ୟା ଗୋଛୟତ, ଦିଲିପ କୁମାର ବାରକ୍ , ବିଭୁତି ସାହୁ ପ୍ରଭୃତି ସଭା ଆୟୋଜନ କରିଥିବା ବେଳେ ଅଧ୍ୟାପକ ଡ଼ ପ୍ରୟବ୍ରତ ଶତପଥୀ ସଂଯୋଜନା କରିଥିଲେ। ଏଥିରେ ଉତ୍କଳ କଳା ସଂସ୍କୃତି ପରିଷଦର ଖୋର୍ଦ୍ଧା ଜିଲ୍ଲା ସଭାପତି ଅମରେନ୍ଦ୍ର ସାହୁ  ପୌରହିତ୍ୟ  କରିଥିବା ସ୍ଥଳେ,  ଅଧ୍ୟାପକ ବିନାୟକ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ । ସଭାଶେଷରେ ସମେବେତ ଶାନ୍ତିପାଠ କରାଯାଇ ଜଗତ କଲ୍ୟାଣ କାମନା କରାଯାଇଥିଲା ।ଆଗାମୀ ରବିବାର ଅପରାହ୍ନ ୩ ରୁ ୪.୩୦ ମଧ୍ୟରେ ସ୍ୱାମି ଶିବାନନ୍ଦ : କରୁଣା ଏବଂ ପ୍ରଶାନ୍ତିର ଏକ ଅବତାର ବିଷୟରେ ୱେବିନାର୍ ଆୟୋଜନ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତରଞନ ନାୟକ  ସୂଚନା ପ୍ରଦାନ କରିଥିଲେ।

Related Posts

About The Author

Add Comment