ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ତରଫରୁ ୩ୟ ଅନ୍ ଲାଇନ୍ ଆଲୋଚନା ମାଳା ଆୟୋଜିତ

Spread the love

ଭୁବନେଶ୍ୱର,  ୨୮/୦୬ (ସନ୍ଧାନ ନିଉଜ) ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ତରଫରୁ ତା-‍୨୮.୦୬.୨୦୨୦ ଦିନ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ୩ୟ ଅନ୍ ଲାଇନ୍ ଆଲୋଚନା ମାଳା ଆୟୋଜିତ ହେଇଯାଇଛି । ଏଥିରେ ରାମକୃଷ୍ଣ ମିଶନ୍,ଭୁବନେଶ୍ୱର ସମ୍ପାଦକ ସ୍ୱାମୀ ଆତ୍ମପ୍ରଭାନନ୍ଦ ମୁଖ୍ୟ ବକ୍ତାଭାବେ ଯୋଗଦାନ କରି ସ୍ୱାମୀ ବିବେକାନନ୍ଦଙ୍କ ବୈଶ୍ୱିକି ଧର୍ମମତ ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସ୍ୱାମି ବିବେକାନନ୍ଦ ଦେଇଥିବା ସର୍ବଭାରତୀୟ ଧର୍ମର ଧାରଣା ବିଷୟରେ ସ୍ୱାମୀ ଅାତ୍ମପ୍ରଭାନନ୍ଦ ଏକ ସ୍ପଷ୍ଟ ବର୍ଣ୍ଣନା କରିଥିଲେ। ବିଭିନ୍ନ ଧର୍ମ କିପରି ପରିପକ୍ୱ ଏବଂ ସେମାନେ ସମାନ ସିଦ୍ଧାନ୍ତକୁ ନେଇ ବିଭିନ୍ନ ପଥ ଗ୍ରହଣ କରନ୍ତି ବୋଲି ସେ ଉଦାହରଣ ମାଧ୍ୟମରେ ଦର୍ଶାଇଥିଲେ । ସିଦ୍ଧାନ୍ତ ହେଉଛି ସର୍ବୋଚ୍ଚ ସଂଯମତା | ସର୍ବୋଚ୍ଚ ଚେତନା ହେଉଛି ଏକମାତ୍ର ଧର୍ମ – ଏହି ଜଗତରେ ବିଦ୍ୟମାନ ଥିବା ସମସ୍ତ ବିଷୟର ମୂଳ ହେଉଛି ପ୍ରକୃତ ବିଶ୍ୱବ୍ୟାପୀ ଧର୍ମ । ସେ ଧ୍ୟାନ ଜୀବନ ଏବଂ ସକ୍ରିୟ ଜୀବନ ମଧ୍ୟରେ ସମନ୍ୱୟ ବିଷୟରେ ଏକ ଧାରଣା ଦେଇଥିଲେ । ଏହି ସଭାରେ ଓଡିଶା ତଥା ଭାରତର ବିଭିନ୍ନ ରାଜ୍ୟରୁ ଯୁବ ପିଢିଗଣ ଯୋଗଦାନ କରି ନିଜର ଜିଜ୍ଞାସା ଗୁଡିକର ସମାଧାନ କରିଥିଲେ। ସଭାଟିକୁ ପାର୍ଥସାରଥି ସାହୁ ସଂଯୋଜନା କରିଥିବା ସ୍ଥଳେ , ଅରୁଣ କୁମାର ତ୍ରିପାଠୀ ବୃହଦାରଣ୍ୟକ ଉପନିଷଦର ଶାନ୍ତି ମନ୍ତ୍ର ପରିବେଷଣ କରିଥିଲେ । ସ୍ୱାମି ବିବେକାନନ୍ଦ ଲୋକସଂସଦ ଅନୁଗୋଳ ଜିଲ୍ଲା ସଭାପତି ଶ୍ରୀ ସୋମନାଥ ମିଶ୍ର ସଭାରେ ପୌରହିତ୍ୟ କରିଥିଲେ । ସଭାଶେଷରେ ରମାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତରଞ୍ଜନ ନାୟକ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ୱେବିନାର୍ ଟିମ୍ ସଦସ୍ୟ ପ୍ରିୟବ୍ରତ ଶତପଥି, ବିନାୟକ ଘୋଷ,ଆଶିଷ କୁମାର ପ୍ରଧାନ,ପ୍ରିୟବ୍ରତ ମିଶ୍ର, ବିଶ୍ୱେଶର ମହାପାତ୍ର, ଗୌତମ ସାମଲ, ଚିନ୍ମୟ ରଂଜନ କୁମାର,କୈବଲ୍ୟପତି ମିଶ୍ର,ଗୁପ୍ତେଶ୍ୱର ପଟେଲ,ବିଶ୍ୱଶ୍ରୀ ଦାଶ,ସ୍ୱୟଂଶ୍ରୀ ବାରିକଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଆଗାମି ୦୬.୦୭.୨୦୨୦ ରେ ଓଡିଶା ଅର୍ଥନିତୀରେ କୋଭିଡ୍ ର ପ୍ରଭାବକୁ ନେଇ ଆଲୋଚନାମାଳା ଆୟୋଜିତ ହେବ ବୋଲି ଏକ ପ୍ରେସ୍ ବିବୃତ୍ତି ରେ କହିଛନ୍ତି । ସଭା ଶେଷରେ ସମବେତ ଶାନ୍ତିପାଠ କରାଯାଇ ଜଗତର କଲ୍ୟାଣ କାମନା କରାଯାଇ ଥିଲା ।//Report- Manas Rout//

Related Posts

About The Author

Add Comment