ସ୍ୱଳ୍ପ ଟଙ୍କା ଲୋଭରେ କୁଜିନେତା; ବଦନାମ ହେଉଛନ୍ତି ଧର୍ମଶାଳା ବିଧାୟକ: ମୃତ ଲୋକର ସମାଧିକୁ ବି ଛାଡିଲେନି , ସମାଧି କାନ୍ଥରେ କଲେ ସୂଚନା ଫଳକ

Spread the love

ଧର୍ମଶାଳା,୮/୧/୨୦୨୦ (ସନ୍ଧାନ ନିଉଜ) ପଞ୍ଚାୟତରାଜ ବ୍ୟବସ୍ଥାରେ ବିଭିନ୍ନ ସରକାରୀ ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ଜନସାଧାରଣଙ୍କ ଅବଗତି ବା ସୂଚନା ନିମନ୍ତେ ସଂଯୁକ୍ତ ପ୍ରକଳ୍ପର ନାମ ଓ ବ୍ୟୟ ଅଟକଳ ଡିସପ୍ଲେ ବୋର୍ଡ ପ୍ରକଳ୍ପ ନିର୍ମାଣ ସ୍ଥାନରେ ରହିବା ବାଧ୍ୟତା ମୂଳକ । ଏହି ଡିସପ୍ଲେ ବୋର୍ଡ ନିମନ୍ତେ ମଧ୍ୟ ସରକାରୀ ଭାବରେ ଅର୍ଥ ବରାଦ ରହିଛି । କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଏହି ବ୍ଲକ ପଟୁଣିଆ ପଞ୍ଚାୟତରେ । ପଞ୍ଚାୟତରେ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପର ନିର୍ଦ୍ଧିଷ୍ଟ କୌଣସି ସୂଚନା ଫଳକ(ଡିସପ୍ଲେ ବୋର୍ଡ) ନାହିଁ । ସୂଚନା ଗୁଡିକ ବିଭିନ୍ନ କାନ୍ଥରେ ଲେଖାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଧାଦେଈପୁର ଶ୍ମଶାନ ନିମନ୍ତେ ଅଢେଇ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିକଟରେ ଶ୍ମଶାନ ନିର୍ମାଣ ଶେଷ ହୋଇଛି । କିନ୍ତୁ ଶ୍ମଶାନ ଗୃହ ନିକଟରେ କୌଣସି ସୂଚନା ଫଳକ ନାହିଁ କି ସେହି କାନ୍ଥରେ କୌଣସି ସୂଚନା ନାହିଁ । ଶ୍ମଶାନ ଛାତ ଉପରେ ସୂଚନା ଫଳକ ନିମନ୍ତେ ସ୍ଥାନ ରହି ଥିବା ସ୍ଥଳେ ସେଠାରୁ ଅନତି ଦୂରରେ ଥିବା ଏକ ଜନୈକ ବ୍ୟକ୍ତିଙ୍କ ସମାଧି କାନ୍ଥରେ ଶ୍ମଶାନ ନିର୍ମାଣ ସମ୍ବଦ୍ଧୀୟ ସୂଚନା ରହିଛି । ତେବେ ସରକାର ଡିସପ୍ଲେ ବୋର୍ଡ ପାଇଁ ସ୍ୱତନ୍ତ୍ର ଅର୍ଥ ଦେଉଥିବା ସ୍ଥଳେ ଜନୈକ ବ୍ୟକ୍ତିଗତ ସମାଧିକୁ ଡିସପ୍ଲେ ବୋର୍ଡ ଭାବରେ ବ୍ୟବହାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏପରି ଅନିୟମିତତା କାର୍ଯ୍ୟ ସମ୍ପର୍କରେ ତଦନ୍ତ ନିମନ୍ତେ ପଞ୍ଚାୟତର ଯୁବ ସଂଗଠକ ବିବେକ ଗନ୍ତାୟତ ଦାବି କରିଛନ୍ତି । Report- P Samal

Related Posts

About The Author

Add Comment