ସ୍ୱର୍ଣ୍ଣପ୍ରଭାଙ୍କୁ ୟୁଥ୍ ଆଇକନ୍ ଆୱାର୍ଡ

Spread the love

ଯାଜପୁର,୨୨/୦୯(ସନ୍ଧାନ ନିୟୁଜ/ମାନସ ରାଉତ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସାହାସପୁର(ତୁରଙ୍ଗ) ଗ୍ରାମର ଯୁବ ଗବେଷିକା ସ୍ୱାର୍ଣ୍ଣପ୍ରଭା ଖଟୁଆଙ୍କୁ ଚଳିତ ବର୍ଷର ୟୁଥ ଆଇକନ ଆୱାର୍ଡ-୨୦୨୦ରେ ସମ୍ମାନିତ କରାଯାଇଛି ।ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସୁର୍ଯ୍ୟାଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି । ସ୍ୱାର୍ଣ୍ଣପ୍ରଭାଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୦୦ଜଣ ଗାଳ୍ପିକ, କବି, ନାଟ୍ୟକାରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କବି ଅଂଶୁମାନ ସ୍ୱାଇଁ ଭାରତର ୨୮ତମ ତାଲିକାରେ ରହି ଏହି ସଫଳତା ଅର୍ଜନ କରିଛନ୍ତି । ତାଙ୍କର କୃତି ମଧ୍ୟରେ ‘ଲୋଭ ପରି ଶବ୍ଧଟିଏ’ ‘ପ୍ରାପ୍ତି ନା ଅପ୍ରାପ୍ତି’ ଭାଗ୍ୟ ସିଲଟ, ମାନବ ରୁପି ଦାନବ, ମୁଖା, ହସର ପ୍ରଚ୍ଛଦ ପଟ, ଏଇତ ପ୍ରେମ ଆଦି ବିଭିନ୍ନ କବିତା ଆଦି ଲେଖି ପରିଚିତ ହୋଇପାରିଥିଲେ । ଅନୁଷ୍ଠାନର ସମ୍ପାଦକ ମନୋଜ କୁମାର ପଣ୍ଡା, ମୁଖ୍ୟ ଉପଦେଷ୍ଟା ରୋହିଣୀ କୁମାର ବେହେରାଙ୍କ ସମେତ ଅନୁଷ୍ଠାନର ସମସ୍ତ ସଭ୍ୟସଭ୍ୟା ମାନଙ୍କୁ ସ୍ୱର୍ଣ୍ଣପ୍ରଭା ଧନ୍ରବାଦ ଜଣାଇଛନ୍ତି । ଏଭଳି କୃତିତ୍ୱ ପାଇବା ପରେ ଯାଜପୁରକୁ ଗୈରବାନିତ କରିଥିବା ସ୍ୱର୍ଣ୍ଣପ୍ରଭାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Related Posts

About The Author

Add Comment