ସ୍ମୃତି ସ୍ତମ୍ଭରୁ ଟାଇଲ୍ ଉଭାନ୍ : ପ୍ରଶାସନ ନୀରବ

Spread the love

ଚଣ୍ଡିଖୋଲ, ୩୦/୦୯/୨୦ (ସନ୍ଧାନ ନିଉଜ) – ଦେଶ ସ୍ୱାଧିନତାରେ ଯାଜପୁର ଜିଲ୍ଲା ବଡ଼ଚଣା ମାଟିର ଏକ ସ୍ୱତନ୍ତ୍ର ସ୍ଥାନ ରହିଅଛି । ଏହି ବଡ଼ଚଣା ମାଟିରୁ ବହୁ ସ୍ୱାଧିନତା ସଂଗ୍ରାମୀ ଝାସ ଦେଇ ଦେଶ ପାଇଁ ପ୍ରାଣବଳୀ ଦେଇଛନ୍ତି । ଦିବଙ୍ଗତ ସ୍ୱାଧିନତା ମାନଙ୍କୁ ମନେ ପକାଇବା ପାଇଁ ବଡ଼ଚଣା ବ୍ଲକ୍୍ ସମ୍ମୁଖରେ ଏକ ସ୍ୱାଧିନତା ସଂଗ୍ରାମୀ ସ୍ମାରକୀ ସଙ୍ଗ ନିର୍ମାଣ କରାଯାଇଛି । ପାଖପାଖି ୨୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ସ୍ତମ୍ଭଟି କଳା ମୁଗୁନୀ ପଥରରେ ନିର୍ମାଣ କରାଯାଇଛି । ଗତ ୦୨.୦୩.୨୦୧୯ ମସିହାରେ ବଡ଼ଚଣାକୁ ମାନ୍ୟବର ମୂଖ୍ୟମନ୍ତ୍ରୀ ଆସି ଏହି ସ୍ତମ୍ଭକୁ ଲୋକାର୍ପଣ କରିଥିଲେ । ପରେ ବିଧାୟକ ଅମର ପ୍ରସାଦ ଶତପଥି ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ନିଳମଣୀ ସାମଲଙ୍କ ଉପସ୍ଥିତିରେ ଏହାକୁ ସାର୍ବଜନୀନ କରାଯାଇଥିଲା । ସ୍ତମ୍ଭର ଚର୍ତୁପାଶ୍ୱର୍ରେ ବଡ଼ଚଣାର ବିଭିନ୍ନ ଅଂଚଳ ସ୍ୱାଧିନତା ସଂଗ୍ରାମୀ ଯେଉଁମାନେ ସ୍ୱାଧିନତା ସଂଗ୍ରାମରେ ଯୋଗ ଦେଇଥିଲେ ସେମାନଙ୍କ ନାମ ସେଥିରେ ଉଲ୍ଲେଖ ଥିଲା । ବ୍ଲକ୍ କୁ ଆସୁଥିବା ବିଭିନ୍ନ ରାଜନୈତିକ ନେତା ଓ ପ୍ରଶାସନିକ ଅଧିକାରୀମାନଙ୍କ ଦୃଷ୍ଠି ଗୋଚରରେ ଏହି ସ୍ତମ୍ଭଟି ରହିଅଛି ମାତ୍ର କିଛି ଦିନ ହେବ ଏହି ସ୍ତମ୍ଭର କିଛି ମାର୍ବଲ ଖଣ୍ଡ ଉଭାନ୍ ହେଇଥିବା ଦେଖିବାକୁ ମିଳିଛି । ଏହାକୁ କେହି ଦୁର୍ବୁତ ଚୋରୀ କରି କିମ୍ବା ଜାଣିଶୁଣି ନଷ୍ଟ କରିଦେଇଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏପରି କାର୍ଯ୍ୟକୁ ସାଧାରଣରେ ତିବ୍ର ନିନ୍ଦା କରାଯାଇଅଛି । ଯଥା ଶିଘ୍ର ଭଙ୍ଗା ଯାଇଥିବା ସ୍ଥାନରେ ନୂତନ ମାର୍ବଲ ଲାଗାଇବାକୁ ସାଧାରଣରେ ଦାବୀ ହେଉଅଛି । ଏ ବିଷୟରେ ବଡ଼ଚଣା ବ୍ଲକ୍ ବିଡ଼ିଓଙ୍କୁ ପରାରିବାରୁ ସେ ତୁରନ୍ତ ମାର୍ବଲ ଲଗାଇବାକୁ ପ୍ରତିଶୃତି ଦେଇଛନ୍ତି ।

Related Posts

About The Author

Add Comment