ଭୁବନେଶ୍ୱର, ୦୧/୦୪ (ସନ୍ଧାନ ନିୟୁଜ) ଅଣାୟତ କରୋନାକୁ ଆୟତକୁ ଆଣିବାକୁ ଚୀନ ଯେଉଁସବୁ ଉପାୟ ଆପଣାଇଥିଲା ଚୀନ୍, ସେଇ ସବୁ ଉପାୟ ଭିତରୁ ଅନ୍ୟତମ ଥିଲା ସ୍ୱଚ୍ଛତା । କାରଣ, ବିଶୋଧନ ଜରିଆରେ ଜୀବାଣୁମୁକ୍ତ ପରିବେଶ ପାଇଁ ଚୀନ୍ର ଉହାନ୍ ସହର ଗଳିକନ୍ଦିରୁ ଆରମ୍ଭ କରି ଚାରିଆଡେ ରାସାୟନିକ ପଦାର୍ଥ ମିଶ୍ରତ ସିଂଚନ କରାଯାଇଥିଲା । କେଉଁଠି ଜଳୀୟ, ତ ଆଉ କେଉଁଠି ଗ୍ୟାସିୟ ଆକାରରେ ସ୍ପ୍ରେ କରାଯାଇଥିଲା ।କରୋନା ଭୁତାଣୁ ସହ ଲଢ଼ିବା ପାଇଁ ପରିଷ୍କାର-ପରିଚ୍ଛନତାକୁ ଅସ୍ତ୍ର ଭାବେ ବାଛି ନେଇଛି ପ୍ରଶାସନ । ରାଜଧାନୀ ଭୁବନେଶ୍ୱରର ରାସ୍ତାଘାଟ, ଦୋକାନ ବଜାର, ଗଳିକନ୍ଦି ଚାରିଆଡେ ସାନିଟାଇଜ୍ କରିବା ପାଇଁ ଅଂଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ ।