ସ୍ବର୍ଗତ ଉଜ୍ଜଳ ତନ୍ତୀ ଙ୍କ ତିରୋଧାନ ଶ୍ରଦ୍ଧାଞ୍ଜଳି ଦିବସ ପାଳନ l

Spread the love

ସୁନ୍ଦରଗଡ଼ ତା:୧୩/୬)୨୦୨୫ (ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ସବୁ ଜାତି ନିଜ ନିଜ ସମାଜ କୁ ଏକତା କରି ସଂଗଠନ କୁ ସବୁ ଦିଗ ରେ ସମାଜ କୁ ଉଚିତ ଦିଗଦର୍ଶନ ଦେଇ ଆଗକୁ ବଢ଼ାଇ ଚାଲିଛନ୍ତି l ସେ ଭିତରୁ ଜିଲ୍ଲା ଲକ୍ଷେ ଘର ସମାଜ ଅନ୍ୟତମ ଅଟେ l ଜିଲ୍ଲା ଲକ୍ଷେ ଘର ସମାଜ କୁ ଏକତା ର ବନ୍ଧନ ରେ ବାନ୍ଧି ସାମାଜିକ ନୀତି ନିୟମ ପ୍ରସ୍ତୁତ କରି ଉଚିତ ରୀତି ନୀତି ରେ ସମାଜ କୁ ଆଗେଇ ବଢାଇବା ପାଇଁ ଜଣେ ମହାପୁରୁଷ ଆମ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ତୁମଳିଆ ପଞ୍ଚାୟତ ର ଭଣ୍ଡାରୀ ଶଙ୍କରା ରେ ୧୯୪୬ମସିହା ଜାନୁଆରୀ 1ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ l ସେ ହେଲେ ସ୍ବର୍ଗତ ଉଜ୍ଜଳ ତନ୍ତୀ ଅଟନ୍ତି l ସେ ଶାନ୍ତ, ବିଦ୍ୟାନ ସମାଜ ପ୍ରେମୀ ବ୍ୟକ୍ତି ଥିଲେ l ସେ ପାଠ ପଢି ସାରି କୃଷି ବିଭାଗ ରେ ଚାକିରୀ କରିଲେ l ସେ ଚାକିରୀ କରୁଥିବା ସମୟରେ ୨ବର୍ଷ ନିଜର ଚାକିରୀ ଛାଡି ସମାଜ ସେବା ରେ ମନ ଲଗାଇ ଦେଇ ସୁନ୍ଦରଗଡ଼ ଜିଲ୍ଲା ର ସମସ୍ତ ବ୍ଲକ ଗ୍ରାମାଞ୍ଚଳ କୁ ଯାଇ ସାମାଜିକ ବ୍ୟକ୍ତି ମାନଙ୍କ ସହିତ ବୈଠକ କରି ଏକତା ର ହାତ ବଢ଼ାଇ ଥିଲେ l ସମାଜ ର ସମସ୍ତ ସାମାଜିକ ବନ୍ଧୁ ମାନଙ୍କୁ ଏକାଠି କରି ୧୯୮୧ମସିହାରେ ସରକାର ଙ୍କ ପାଖରେ ରେଜିଷ୍ଟ୍ରି କରି ଥିଲେ lଏହା ଛଡା ସମାଜ କେଉଁ ନୀତି ନିୟମ ପାଳନ କରି ସମାଜ କୁ ଆଗକୁ ବଢାଇବ ସେଥିପାଇଁ ସେ ସମାଜ ପାଇଁ ଏକ ନିୟମାବଳୀ ମଧ୍ୟ ଲେଖିଥିଲେ l 2018ମସିହା ଜୁନ 12ତାରିଖ ଦିନ ତାଙ୍କ ଦେହାନ୍ତ ହୋଇଥିଲା l ତାଙ୍କର ଦେହାନ୍ତ ପରେ ସମାଜ ଅନାଥ ହୋଇ ପଡିଥିଲା l କିନ୍ତୁ ତାଙ୍କ ସାଙ୍ଗରେ ଯେଉଁ ବ୍ୟକ୍ତି ମାନେ ରହୁଥିଲେ ସେ ତାଙ୍କ ଦ୍ୱାରା ସମାଜ କୁ ଆଗକୁ ବଢ଼ାଇବାକୁ ପଡିଲା l ଆଜି ତାଙ୍କର ସପ୍ତମ ତମ ତିରୋଧାନ ଶ୍ରଦ୍ଧାଞ୍ଜଳି ଦିବସ ପାଳନ ବାଲିଶଙ୍କରା ଲକ୍ଷେ ଘର ସମାଜ ର ବ୍ଲକ କମିଟି ତରଫରୁ ହୋଇ ଯାଇଛି l ତାଙ୍କର ଏହି ତିରୋଧାନ ଶ୍ରଦ୍ଧାଞ୍ଜଳି ଦିବସ ରେ ସମସ୍ତ ଲକ୍ଷେ ଘର ସମାଜ ର ଜନ ସାଧାରଣ ସମାଜ କୁ ଏକତା, ସୁ ଦୃଢ଼, ଓ ନିର୍ମଳ ସମାଜ କରିବା ପାଇଁ ଶପଥ ନେଇଥିଲେ l

Related Posts

About The Author

Add Comment