ବାରିପଦା ୧୫.୦୭.୨୦(ଲିଙ୍ଗରାଜ ପଣ୍ଡା):- ମହାମାରୀ କୋରନା ଭୂତାଣୁ କୋଭିଡ-୧୯ ସଂକ୍ରମଣ ପାଇଁ ସମଗ୍ର ପୃଥିବୀ କବଳିତ । ବିଭିନ୍ନ କଳକାରଖାନା , ଉଦ୍ୟୋଗଭଳି କର୍ମ ସଂସ୍ଥାନ ପ୍ରଭାବିତ । ବର୍ତ୍ତମାନ ସେଗୁଡିକ ବନ୍ଦ ଅବା ସ୍ବଭାବିକ କାର୍ଯ୍ୟ କରୁ ନଥିବାରୁ ସେଠାରେ ନିଯୁକ୍ତି କର୍ମଚାରୀ ଓ ଶ୍ରମିକ ଘର ମୁହାଁ । ଦେଶ ଭିତରେ ରାଜ୍ୟ ସରକାର ସ୍ବତନ୍ତ୍ର ଟ୍ରେନ ଓ ବସ୍ ଦ୍ବାରା ଏପରି ପ୍ରବାସୀଙ୍କୁ ସେମାନଙ୍କ ଜନ୍ମମାଟିରେ ପହଞ୍ଚାଇବାରେ ସହଯୋଗ କରିଥିବା ଅନେକ ଉଦାହରଣ ରହିଛି । ସେହିପରି ବିଦେଶରେ ଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ମଧ୍ୟ ସରକାର ବନ୍ଦେ ଭାରତ ଯୋଜନାରେ ଓ ଚଳଚ୍ଚିତ୍ର ତାରକା ସୋନି ସୁଦଙ୍କ ଭଳି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ କିଛି ପ୍ରବାସୀ ଫେରିଛନ୍ତି । ତେବେ ପ୍ରଥମ ଥର ପାଇଁ ବିଦେଶରେ ଥିବା ଓଡ଼ିଆ ଭାଇ ମାନେ ମିଳିତ ଭାବେ ସହଯୋଗର ହାତ ବଢାଇ ୧୮୦ଜଣ ପ୍ରବାସୀ ଓଡ଼ିଆଙ୍କୁ ସ୍ବତନ୍ତ୍ର ବିମାନରେ ଓଡ଼ିଆ ପଠାଇଛନ୍ତି । ଗଲଫ ଦେଶ ଓମାନର ମସ୍କଟରୁ ସଲାମ ଏୟାର ବିମାନରେ ୧୦ ତାରିଖ ସନ୍ଧ୍ୟାରେ ସେମାନେ ଆସି ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ନିଜ ଘରକୁ ଯାଇଛନ୍ତି । କେନ୍ଦ୍ରାପଡ଼ା, ଜଗତସିଂହପୁର,କଟକ, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ବାଲେଶ୍ଵର ଓ ବ୍ରହ୍ମପୁର। ଆଦି ଜିଲ୍ଲାର ଏହି ୧୮୦ ଜଣ ଶ୍ରମିକ , ଓମାନର ତୈଳ କମ୍ପାନୀ, ନିର୍ମାଣ ସଂସ୍ଥା, ସଫେଇ ସଂସ୍ଥା ଓ ହୋଟେଲ ଶିଳ୍ପରେ ଠିକାସଂସ୍ଥାଙ୍କ ଅଧୀନରେ ସେଠାରେ ବର୍ତ୍ତମାନ ଖୋରଧାର ପ୍ରକୋପ ଭୟଙ୍କର ସ୍ଥିତିରେ ଥିବାରୁ ଉପରୋକ୍ତ ସଂସ୍ଥା ବନ୍ଦ ରହିଛି । କେନ୍ଦ୍ର ସରକାର ବନ୍ଦେ ଭାରତ ଯୋଜନାରେ ଓମାନରୁ ଏୟାର ଇଣ୍ଡିଆର ୨ଟି ସ୍ଵତନ୍ତ୍ର ବିମାନରେ ୩୬୦ ଜଣ ପ୍ରବାସୀଙ୍କୁ ଆଣିଥିବା ବେଳେ ଏହି ୧୮୦ଜଣ ଆସିବା ପାଇଁ ସେଠାରେ ଥିବା ଇଣ୍ଡିଆ ସୋସିଆଲ କ୍ଲବର ଓଡ଼ିଆ ଓ୍ବିଙ୍ଗସ ସହାୟତାର ହାତ ବଢ଼ାଇଥିଲା । ଏହି ଓ୍ବିଙ୍ଗସର କୋଷାଧ୍ୟକ୍ଷ ଜ୍ୟୋତିପ୍ରକାଶ ପଣ୍ଡାଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ବଡସାହି ବ୍ଲକ ମାଣତ୍ରୀରେ । ସେ ସେଠାରେ ୫ବର୍ଷ ଧରି ଏକ ଘରୋଇ କମ୍ପାନୀରେ ପ୍ରମୁଖ ପଦରେ କାର୍ଯ୍ୟ କରିଛନ୍ତି । ତାଙ୍କ ଭଳି ସେଠାରେ କାର୍ଯ୍ୟରତ ଓଡ଼ିଶାର ୫୦୦ ଜଣ ସଙ୍ଗଠନରେ ସଦସ୍ୟ ଥିବା ବେଳେ ପ୍ରମୁଖ ନେତୃବୃନ୍ଦ ସଙ୍ଗଠନର ଆବାହକ ମନୋଜ ମହାପାତ୍ର ସହ ଆବାହକ ସଞ୍ଜିତ ସ୍ବାଇଁ , କ୍ରୀଡା ସଂପାଦକ ସମ୍ପଦ କୁମାର ବଳ , ସାଂସ୍କୃତିକ ସଂପାଦକ ଅବଦୁଲ ଜାଭେଦ ଖାନ୍ , ମନୋରଞ୍ଜ ସମ୍ପାଦକ ପଦାରବିନ୍ଦ ବେହେରା ଓ ମହିଳା ସଙ୍ଗଠନ ସମ୍ପାଦିକା ସୁଚିସ୍ମିତା ସିଂ ମିଳିତ ହୋଇ ଭାରତ ସରକାର , ଓଡ଼ିଆ ସରକାର ସଲାମ ଏୟାର ଓ ବିଶ୍ୱ ମାନବାଧିକାର ସଙ୍ଗଠନ (ଭାରତ) ଙ୍କ ଆଲୋଚନା କରି ଏହି ପ୍ରବାସୀଙ୍କ ଓଡ଼ିଆ ଫେରିଥିବାରେ ସଫଳ ହୋଇଛନ୍ତି । ପ୍ରତି ଯାତ୍ରୀଙ୍କ ପାଇଁ ୧୩୦ ଅମାନ ମୁଦ୍ରା (ଅମାନରିଆଲ) ଯାହାକି ଭାରତୀୟ ମୁଦ୍ରାରେ ୩୫୦ ଟଙ୍କା ଭଡା ବାବଦକୁ ଖର୍ଚ୍ଚ ହୋଇଛି । ପ୍ରବାସୀଙ୍କ କମ୍ପାନୀ କେତେ ଜଣ ନିଜସ୍ଵ ଓ ଆଉ କେତେ ଜଣଙ୍କ ଖର୍ଚ୍ଚ ଏହି ଓ୍ବିଙ୍ଗସ ବହନ କରିଛି । ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଠାରୁ ଆରମ୍ଭ କରି ଖାଦ୍ୟପେୟ ବ୍ୟବସ୍ଥା ମଧ୍ୟ ଏହି ଓ୍ବିଙ୍ଗସ ପକ୍ଷରୁ କୁହାଯାଇଥିଲା । ଶ୍ରମିକ ମାନେ ଘରେ ପହଞ୍ଚି ସହଯୋଗର ହାତ ବଢ଼ାଇଥିବା ସମସ୍ତଙ୍କୁ ସାଧୁବାଦ ଜଣାଇଥିବା ବେଳେ ଓ୍ବିଙ୍ଗସକୁ ସହଯୋଗ ହାତ ବଢ଼ାଇଥିବା ସରକାରୀ ବେସରକାରୀ କର୍ତ୍ତୃପକ୍ଷଙ୍କୁ କମିଟି ପକ୍ଷରୁ କୃତଜ୍ଞତା ଜଣାଇଛି ।
ସ୍ବତନ୍ତ୍ର ବିମାନରେ ଓମାନରୁ ଫେରିଲେ ୧୮୦ ପ୍ରବାସୀ ଓଡ଼ିଆ
|
July 15, 2020 |



