ସ୍ନାପ୍‌ଡିଲ୍‌ରେ ନକଲି ଘଣ୍ଟା ବିକ୍ରି ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ଟାଇଟାନକୁ ଆଶ୍ବସ୍ତି

Spread the love

ବେଙ୍ଗାଲୁରୁ, ୨୧/୦୯ (ସଂଧାନ ନିଉଜ) : ଇ-କମର୍ସ ୱେବସାଇଟ୍‌ ସ୍ନାପ୍‌ଡିଲ୍‌ରେ ଦୁଇ ଜଣ ବିକ୍ରେତା ନକଲି ଟାଇଟାନ୍ ଏବଂ ଫାଷ୍ଟ୍‌ଟ୍ରାକ୍ ଘଣ୍ଟା ବିକ୍ରି କରୁଥିଲେ। ଏହା ଜାଣିବା ପରେ ଟାଇଟାନ୍ କଂପାନି ଲିମିଟେଡ୍ ତରଫରୁ ଦିଲ୍ଲୀ ହାଇକୋର୍ଟରେ ବିକ୍ରେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ମାମଲାର ବିଚାର କରି କୋର୍ଟ କଂପାନି ସପକ୍ଷରେ ରାୟ ଦେଇଛନ୍ତି। ଦୁଇ ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ସ୍ନାପ୍‌ଡିଲ୍‌କୁ ମଧ୍ୟ କୋର୍ଟ ଉତ୍ତର ମାଗିଛନ୍ତି। କେତେ ମୂଲ୍ୟରେ ସାମଗ୍ରୀ ବିକ୍ରି ହୋଇଛି। ସ୍ନାପଡିଲଠାରୁ ହୋଇକୋର୍ଟ କେତେକ ନିର୍ଦ୍ଦିଷ୍ଟ ତଥ୍ୟ ମାଗିଛନ୍ତି। ୨୦୧୮ ଜାନୁଆରି ପହିଲାରୁ ଏ ସଂକ୍ରାନ୍ତ ତଥ୍ୟ ଦେବାକୁ ସ୍ନାପଡ଼ିଲକୁ କୁହାଯାଇଛି। ହାଇକୋର୍ଟଙ୍କ ରାୟ ସ୍ବାଗତ‌ଯୋଗ୍ୟ ବୋଲି କଂପାନିର ସିଇଓ ଏସ୍‌ ରବି କାନ୍ତ କହିଛନ୍ତି।

Related Posts

About The Author

Add Comment