ଚଣ୍ଡିଖୋଲ,୧୪/୯(ସନ୍ଧାନ ନିୟୁଜ/ମାନସ ରାଉତ): ଯାଜପୁର ଜିଲାର ପ୍ରମୁଖ ଦୈବୀ ପୀଠ ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ପ୍ରସିଦ୍ଧ ଲାଭ କରିଥିବା ଚଣ୍ଡିଖୋଲର ଚଣ୍ଡିମନ୍ଦିର ଏବେ ତାର ସୌନ୍ଦର୍ଯ୍ୟ ହରାଇବାକୁ ବସିଲାଣି । ଫଳରେ ଦିନକୁ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗୁଛି । ଏକଦା ଏହି ମନ୍ଦିରକୁ ବିଶେଷ ଭାବେ ମାରୁଆଡି ସମ୍ପଦାୟର ଲୋକଙ୍କ ସମାଗମ ହେଉଥିଲା । ମାରୁଆଡି ସମ୍ପ୍ରଦାୟର ଆର୍ଥିକ ସାହାର୍ଯ୍ୟରେ ମନ୍ଦିର ଓ ବେଢାର ଉନ୍ନୟନ କାର୍ଯ୍ୟ କରାଯାଇଛି । ପର୍ଯ୍ୟଟକଙ୍କ ରହିବା ପାଇଁ ପାନ୍ଥଶାଳା ରହିଥିବା ବେଳେ ରକ୍ଷଣା ବେକ୍ଷଣା ଅଭାବରୁ ଘର ଗୁଡିକର କାନ୍ଥଫାଟି ଆଁ କରିଲାଣିତ,ଆଉ କେତେକ ଘରର ଛାତ ଫାଟି ପାଣି ଗଳୁଥିବାର ଦୃଶ୍ୟମାନ ହେଉଛି । ପର୍ଯ୍ୟଟକ ମାନଙ୍କ ପାଇଁ ଚଣ୍ଡିମନ୍ଦିରରେ ରହିଥିବା ପାତି ମାଙ୍କଡ ଗୁଡିକୁ ଆକୃଷ୍ଟ କରୁଥିବା ବେଳେ ଖାଦ୍ୟ ଅଭାବରୁ ଏହି ମାଙ୍କଡଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ତେଣୁ ଯେଉଁ ପାତି ମାଙ୍କଡ ପାଇଁ ଚଣ୍ଡି ମନ୍ଦିର ପ୍ରସିଦ୍ଧ ଲାଭ କରିଥିଲା । ତାହା ଏବେ ହରାଇବାକୁ ବସିଲାଣି ।
ବାବା ଭୈରବାନନ୍ଦ ବ୍ରହ୍ମ·ରୀଙ୍କ ଦ୍ୱାରା ଚଣ୍ଡିମନ୍ଦିର ନିର୍ମାଣ କରାଯାଇଥିଲା । ମନ୍ଦିରର ପୂଜାପାଠ ଓ ରକ୍ଷଣା ବେକ୍ଷଣ ନିମନ୍ତେ ସେ ଏକ ଟ୍ରଷ୍ଟ ଗଠନ କରିଥିଲେ । ବାବାଙ୍କ ଦେହାନ୍ତ ପରେ ଟ୍ରଷ୍ଟ ହିଁ ମନ୍ଦିରର ଦୈନଦିନ କାର୍ଯ୍ୟକୁ ସୁରୁଖୁରୁରେ ତୁଲାଉଥିଲା ବେଳେ ଗତକିଛି ବର୍ଷ ହେବ କିଛି ବ୍ୟକ୍ତି ବିଶେଷ ଟ୍ରଷ୍ଟକୁ ଭାଙ୍ଗି ଏକ ନୂତନ ଟ୍ରଷ୍ଟ ଗଢିବା ଫଳରେ ବିବାଦ ଦେଖାଦେଇ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ମାନ୍ୟବର ହାଇକୋର୍ଟଙ୍କ ନିଦେ୍ର୍ଧଶ କ୍ରମେ ଦେବୋତ୍ତର ବିଭାଗ ମନ୍ଦିରର ରକ୍ଷଣା ବେକ୍ଷଣା ନିଜ ହାତକୁ ନେବାକୁ ନିଦେ୍ର୍ଧଶ ଦେଇଥିବା ବେଳେ ଦେବୋତ୍ତର ବିଭାଗ କେବଳ ଥରୁଟିଏ ମନ୍ଦିର ପରିଦର୍ଶନରେ ଆସି ନିଜର ଦାୟୀତ୍ୱ ଭୁଲି ଯାଇଥିବା ଜଣାପଡିଛି । ଫଳରେ ମନ୍ଦିରର ରକ୍ଷଣା ବେକ୍ଷଣା ସଠିକ ଭାବରେ ହୋଇପାରୁନଥିବା ଜଣାପଡିଛି । ମନ୍ଦିର ବେଢା ଚର୍ତ୍ତୁପାଶ୍ୱର୍ରେ ପଡିଥିବା ପଥର ଗୁଡିକରେ ଶିଉଳି ଲାଗି ଖସଡା ହେବାରୁ ଯାତ୍ରୀ ମାନେ ଦୁର୍ଘଟଣା ଗସ୍ତ ହେବାର ଆଶଙ୍କା କରାଯାଉଛି । ମନ୍ଦିର ସମ୍ମୁଖ ଭାବରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ କୁତ୍ରିମ ଜଳାଶୟ ଖନନ କରାଯାଇ ତାରଜାଲି ଦ୍ୱାରା ଆବଧ କରାଯାଇ ମୃତି ସ୍ଥାପନା କରାଯାଇଥିଲା ।
ଏହା ସହ ଜଳରେ ବିଭିନ୍ନ ପ୍ରକାର ମାଛ ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରୁଥିଲା । ରକ୍ଷଣା ବେକ୍ଷଣା ଅଭାବରୁ ତାରଜାଲି ଭାଙ୍ଗିରୁଜି ଯିବାରୁ ଜଳାଶୟଟି ସଂପୁର୍ଣ୍ଣ ଭାବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ମନ୍ଦିରର ଚର୍ତ୍ତୁପାଶ୍ୱର୍ର ପରିମଳ ବ୍ୟବସ୍ଥା ସଂପୁର୍ଣ୍ଣ ଭାବରେ ଭୁସୁଡି ପଡିଥିବା ଲକ୍ଷ୍ୟ କରାଯାଇଛି । ସଠିକ ଭାବରେ ମନ୍ଦିରର ଚର୍ତ୍ତୁପାଶ୍ୱର୍ ପରିସ୍କାର ପରିଛନତା କରାଯାଉନଥିବାରୁ ପାତି ମାଙ୍କଡ ମାନଙ୍କର ମଳ ଓ ଗଛର ପତ୍ର ପଡି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି ।
ଏହି ପୀଠଟି ପର୍ଯ୍ୟଟନର ମାନ୍ୟତା ପାଇଥିଲା ବେଳେ ଦେବୋତ୍ତର ବିଭାଗର ଉଦାସିନତାରୁ ଦିନ ଦିନକୁ ମନ୍ଦିର ତାର ସୌନ୍ଦର୍ଯ୍ୟ ହରାଉଛି । ଆଗାମୀ କିଛି ମାସ ପରେ ଶୀତ ଋିତୁର ଆଗମନ ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ପର୍ଯ୍ୟଟକ ଏଠାକୁ ଆସିବାର ଆଶଙ୍କା ଥିବାରୁ ଏଥିପ୍ରତି ବିଭାଗ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବୀ କରିଛନ୍ତି ।