ଭୁବନେଶ୍ଵର, ୧୨/୦୧/୨୦୧୯ (ସନ୍ଧାନ ନିଉଜ) : ଉତ୍ତରପ୍ରଦେଶ ବାରବାଙ୍କୀର ନିଧି ଶୁକ୍ଲା ନାମକ ଜଣେ ଯୁବତୀ ସୋସିଆଲ ମିଡିଆରେ ଶ୍ରୀମନ୍ଦିରରେ ସେବାୟତମାନେ ବାନା ବାନ୍ଧିବାକୁ ଯାଇଥିବାର ଫଟୋକୁ ଭାଇରାଲ କରିଛନ୍ତି। ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ପୋଲିସ ତଦନ୍ତ କରୁଥିବା ଜଣାପଡିଛି।
ଗତ ଡିସେମ୍ବର ମାସର ଶେଷ ସପ୍ତାହରେ ମଧ୍ୟ ଶ୍ରୀମନ୍ଦିର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା କରିଥିଲେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଞ୍ଚଳର ଛାତ୍ର ସୋମ୍ ମୋଡ଼ାକ। ସୋମ୍ଙ୍କ ଫେସ୍ବୁକ୍ ଆକାଉଣ୍ଟରେ ଶ୍ରୀମନ୍ଦିର ଫଟୋ ଓ ଭିଡିଓ ସମେତ ଗୁଣ୍ଡିଚା ମନ୍ଦିରର ଫଟୋ ଓ ଭିଡିଓ ଦେଖିବାକୁ ମିଳିଥିଲା। ଭିଡିଓକୁ ଗତ ଡିସେମ୍ବର ୧୮ ଭୋର ୪ଟା ୭ ମିନିଟରେ ଅପ୍ଲୋଡ କରାଯାଇଥିଲା।



