ସେନାରେ ବଡ ନିଯୁକ୍ତି; ମାର୍ଚ୍ଚ ୧୨ ରୁ ୨୪ ଯୋଗ ଦିଅନ୍ତୁ ଗୋପାଳପୁର ର‌୍ୟାଲିରେ

Spread the love

ଯାଜପୁର, ୨୧/୧/୨୦୨୧(ସନ୍ଧାନ ନିଉଜ) ସେନା ନିଯୁକ୍ତି ର‌୍ୟାଲି ପାଇଁ ଚଳିତ ବର୍ଷ ୧୧ ଜାନୁୟାରୀ ଠାରୁ ୨୪ ପେଂବୃୟାରୀ ପର୍ଯ୍ୟନ୍ତ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯାଉଚ୍ଥି ବୋଲି ଆର୍ମି ରିକ୍ର‌୍ୟୁଟମେଣ୍ଟର ନିର୍ଦ୍ଦେଶକ କଲୋନେଲ ହମିନ୍ଦର ସିଂ ଅବଗତ କରାଇଚ୍ଥନ୍ତି । ଉପକୂଳବର୍ତ୍ତ ୧୦ ଟି ଜିଲ୍ଳ୍‌ା ଯଥା- ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ ଓ ପୁରୀ ପାଇଁ ସୋଲଜର ଟେକନିକାଲ, ସୋଲଜର ଟେକନିକାଲ(ଆଭିଏସନ/ଆମୁନିସନ ଏକ୍‌ଜାମିନର) ସୋଲଜର ଟେକନିକାଲ ନର୍ସିଂ ଆସିଷ୍ଟାଣ୍ଟ, ନର୍ସି ଆସିଷ୍ଟାଣ୍ଟ ଭେଟେରିନାରୀ, ସୋଲଜର କ୍ଳ୍‌ର୍କ, ଏସ୍‌.କେ.ଟି.(ଅଲ୍ ଆର୍ମସ୍‌), ସୋଲଜର ଟ୍ରେଡ୍‌ସ୍ ମ୍ୟାନ(ଅଲ୍ ଆର୍ମସ୍‌) ପଦବୀ ପାଇଁ ନିଯୁକ୍ତି ମେଳା ଗଞ୍ଜାମ ଜିଲ୍ଳ୍‌ାର ଗୋପାଳପୁର ଠାରେ ଚଳିତ ବର୍ଷ ମାର୍ଚ୍ଚ ୧୨ ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଅନ୍‌ଲାଇନ୍ ମାଧ୍ୟମରେ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଆବେଦନ ପାଇଁ ୱେବ୍‌ସାଇଟ୍ www.joinindianarmy.nic.in  କୁ ଉପଯୋଗ କରାଯାଇପାରେ । ଆଗ୍ରହୀ ପ୍ରାର୍ଥୀ ଏହାର ସୁଯୋଗ ନେବାକୁ କଲୋନେଲ ଶ୍ରୀ ସିଂ ପରାମର୍ଶ ଦେଇଚ୍ଥନ୍ତି । ଏହି ମନୋନୟନ ସ୍ୱଚ୍ଚ୍ଥ ଓ ନିରପେକ୍ଷ ଭାବେ ସଂପନ୍ନ ହେଉଥିବାରୁ କୈାଣସି କ୍ଷେତ୍ରରେ ଦଲାଲ ବା ଅସାମାଜିକ ବ୍ୟକ୍ତି ମାନଙ୍କ ସହାୟତା ନ ନେବାକୁ ନିଯୁକ୍ତି ନିର୍ଦ୍ଦେଶକ କଲୋନେଲ ଶ୍ରୀ ସିଂ ଅନୁରୋଧ କରିଚ୍ଥନ୍ତି ।

www.joinindianarmy.nic.in

Related Posts

About The Author

Add Comment