ସେତୁ ନିର୍ମାଣ କାର୍ଯ୍ୟରେ ତତ୍ପରତା

Spread the love
  •  
  •  
  •  
  •  
  •  

ପାରାଦୀପ, ୦୭/୦୪/୨୧ (ସନ୍ଧାନ ନିଉଜ) ତାରିଖ ସବଡେଗା ବ୍ଲକ ର ଗଇଲୋ ଠାରେ ଇବ ନଦୀର ସେତୁ ନିର୍ମାଣ କାର୍ଯ୍ୟ କରୋନା ମହାମାରୀ ଯୋଗୁଁ ଶିଥିଳ ଗତିରେ ଚାଲିଥିଲା ।ଦୀର୍ଘ ଦିନର ଅବହେଲା ପରେ ସେତୁ ନିର୍ମାଣ କାର୍ଯ୍ୟରେ ତତ୍ପରତା ଦେଖି ଜୁନ ମାସ ସୁଦ୍ଧା କାର୍ଯ୍ୟ ଶେଷ ହେବାର ଆକଳନ କରାଯାଉଛି । ସବଡେଗା ବ୍ଲକର ଉକ୍ତ ରାସ୍ତାଟି କୁକରିଡ଼ିହି, ରାଏଡିହି ,ରାଜପୁର କୁ ସଂଯୋଗ କରୁଥିବାରୁ ଜନସାଧାରଣ ବର୍ଷାଦିନ ରେ ବହୁ ଅସୁବିଧାର ସମୁଖୀନ ହୋଇ ଥାନ୍ତି  । ଏହି ରାସ୍ତାର ପରିପକ୍ଵ ଦେଖି ସେତୁ କାର୍ଯ୍ୟରେ ତତ୍ପରତା ଦେଖାଦେଇଛି । ବର୍ତ୍ତମାନ ସେତୁ କାର୍ଯ୍ୟ ଶେଷ ହେବାକୁ ବସିଲାଣି । ଜୁନ ମାସ ସୁଦ୍ଧା ଶେଷ ହେବ ବୋଲି ବିଭାଗୀୟ ଅଧିକାରୀ ପୁଷ୍ପାଞ୍ଜଳି ନାଏକ କାର୍ଯ୍ୟ ତଦାରଖ କରୁଥିବା ଯନ୍ତ୍ରୀ ମାନସ ରଞ୍ଜନ ବଢ଼େଇଙ୍କ ସୂତ୍ରରୁ ଜଣା ପଡିଛି । ଏହି କାର୍ଯ୍ୟ ପାରାଦୀପ କଣ୍ଟକସନ କମ୍ପାନୀ ଦ୍ୱାରା ସମ୍ପନ କରାଯାଉଛି ।

Related Posts

About The Author

Add Comment