ସୁବର୍ଣ୍ଣ ଜୟନ୍ତୀ ସମାରୋହ ସରକାରୀ ଉଚ୍ଚ ବିଦ୍ୟାଳୟ ଟିଲୋ ବନ୍ତ ବ୍ଲକ ଭଦ୍ରକ

Spread the love

ବନ୍ତ ବ୍ଲକ ଅନ୍ତର୍ଗତ ଟିଲୋ ଉଚ୍ଚ ବିଦ୍ୟାଳୟ ତାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ମହା ଆଡ଼ମ୍ବରରେ ପାଳନ କରିଛି। ଏହି ସମାରୋହ ରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଭଦ୍ରକ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ। ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ବିଜେପି ନେତା ସୁଧାଂଶୁ ଶେଖର ମହାପାତ୍ର। ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ଥିଲେ ବନ୍ତ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ। ଉତ୍ସଵ ରେ ପୌରହିତ କରି ଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ। ଛାତ୍ର ଛାତ୍ରୀ ଙ୍କ ଦ୍ବାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରା ଯାଇଥିଲା। ନୃତ୍ୟ ଗୀତ ପରିବେଷଣ କରି ଛାତ୍ର ଛାତ୍ରୀ ମାନେ ମୁଖ୍ୟ ଅତିଥି ଓ ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରି ଥିଲେ। କୃତୀ ଛାତ୍ର ଛାତ୍ରୀ ମାନେ ମୂଖ୍ୟ ଅତିଥି ଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ମୂଖ୍ୟ ଅତିଥି ତାଙ୍କ ଅଭିଭାଷଣ ରେ ବିଦ୍ୟାଳୟର ସବୁ ସମସ୍ୟା ଦୂର କରିବାକୁ ଚେଷ୍ଠା କରିବି ବୋଲି ପ୍ରକାଶ କରିଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନ୍ୟୂଜୁ ସନ୍ଧାନ।

Related Posts

About The Author

Add Comment