କବାଟବନ୍ଧ, ୦୬.୧୦ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଲକ ଅଧିନ ରେଖିଦେଇପୁ ପଞ୍ଚାୟତ ରେଖିଦେଇପୁର ନୋଡାଲ ଉଛବିଦ୍ୟାଳର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ବିଦ୍ୟାଳୟର ପୁରାତନ ଛାତ୍ର ଲଚ୍ଛମନ ବାରିକଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ବିଦ୍ୟାଳୟର ଦିବଂଗତ ପୂର୍ବତନ ଶିକ୍ଷକ ସର୍ବଶ୍ରୀ କରୁଣା କର ସାହୁ ଶ୍ରୀକାନ୍ତ ସାହୁ ଓ କେଶବ ଚନ୍ଦ୍ର ଭଞ୍ଜ ଦେଓଙ୍କ ସ୍ମୁତିରେ ଏକମିନିଟି ନିରବ ପ୍ରାର୍ଥନା କରାଯାଇଥିଲା ।ସଭାପତି ଲଚ୍ଛମନ ବାରିକ ପ୍ରାରମ୍ଭିକ ସୂଚନା ଦେବାପରେ କାର୍ଯ୍ୟକ୍ରମରେ ସଫଳ ରୂପାୟନ ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଶତାଧିକ ପୁରାତନ ଓ ବର୍ତ୍ତମାନ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ପରବର୍ତ୍ତୀ ବୈଠକ ଆସନ୍ତା ନବେମ୍ବର ତିନି ତାରିଖଦିନ ଅନୁଷ୍ଠିତ ହୋଇ ସୁବର୍ଣ୍ଣ ଜୟନ୍ତୀ ଲୋଗୋ ଉନ୍ମୋଚନ ସହିତ ଜୁବୁଲି ଟ୍ରି ରୋପଣ କରାଯିବ ବୋଲି ମନୋସ୍ତ କରାଯାଇଥିଲା ।ଏହି ବୈଠକରେ ଶ୍ରୀ ଲଚ୍ଛମନ ବାରିକଙ୍କ ଆବହକତ୍ୱରେ ଏକ ସାଙ୍ଗଠନିକ କମିଟି କରାଯାଇଥିଲା ।ପରବର୍ତ୍ତୀ ବୈଠକକୁ ବହୁ ସଂଖ୍ୟକ ପୂର୍ବତନ ଛାତ୍ର ଛାତ୍ରୀ ଯେପରି ଆସନ୍ତି ସେ ଦିଗରେ ଉପସ୍ଥିତ କମିଟି କର୍ତ୍ତାମାନେ ବିଶେଷ ଧ୍ୟାନ ଦେବା ଉଚିତ ବୋଲି ଆଲୋଚନା ସହିତ ବୈଠକ ଶେଷ କରାଯାଇଥିଲା ।ଏଥିରେ ବହୁ ପୁରାତନ ଓ ବର୍ତ୍ତମାନ ଛାତ୍ର ଛାତ୍ରୀଙ୍କ ସହିତ ବହୁ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।
ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ
|
October 8, 2019 |



