ବାଲେଶ୍ଵର ୨୦/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବାଲେଶ୍ଵର ଜିଲା, ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ନଦୀ ମୁହାଣ, ଚଉମୁଖଠାରେ ହତ ବୃନ୍ଦର ହେବ । ରାଜ୍ୟ, ବିଶେଷ ଭାବେ ଉତ୍ତର ଓଡ଼ିଶାରେ ସମୃଦ୍ଧର ଯୁଗ ଆସିବ ଏହାକୁ ଭିତ୍ତି କରି ଅନେକ ଶିଳ୍ପ ଗଢ଼ିଉଠିବ । ହଜାର ହଜାର ନିଯୁକ୍ତି ସୃଷ୍ଟି ହେବ ଲୋକେ ଏଇମିତି ପ୍ରତିଶ୍ରତି ଶୁଣି ଶୁଣି ୧୪ ବର୍ଷ ବିତିଯିବାକୁ ବସିଛି । ମାତ୍ର ବନ୍ଦରର ନାମଗନ୍ଧ ନାହିଁ ଅନ୍ୟ ପକ୍ଷରେ ବନ୍ଦରକୁ ଲୋକଙ୍କ ବିରୋଧ ତୀବ୍ର ହେଉଛି । ସେହିପରି ବଙ୍ଗ ସରକାର ନିଜ ରାଜ୍ୟର ଉପକୂଳରେ ଦୁଇଟି ବୃହତ ବନ୍ଦରର ଯୋଜନା କରୁଛନ୍ତି । ଏ ପରିପ୍ରେକ୍ଷୀରେ ସରକାର ଲୋକଙ୍କୁ ବୁଝାଇ ଚଉମୁଖ ଠାରେ ବା ଉତ୍ତର ଓଡ଼ିଶା ଉପକୂଳରେ ଅନ୍ୟ କେଉଁଠି ବନ୍ଦର ପାଇଁ ତ୍ବରିତ ପଦକ୍ଷେପ ନ ନେଲେ ବଙ୍ଗ ସରକାରଙ୍କ ଯୋଜନା ପାଇଁ ବନ୍ଦର ସ୍ୱପ୍ନ ହୋଇରହିଯିବ ।
ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି ଯେ ସୁବର୍ଣ୍ଣରେଖା ବନ୍ଦର ହେବ ଦେଶର ଏକ ଗୁରୁତ୍ବପୂର୍ଣ୍ଣ ବନ୍ଦର। ଓଡ଼ିଶାର ଉତ୍ତର ସୀମାନ୍ତ ଅଞ୍ଚଳରେ ଅବସ୍ଥିତି ପାଇଁ ଏହି ବନ୍ଦର ଦେଇ ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାର, ପଶ୍ଚିମ ବଙ୍ଗ, ଉତ୍ତର ପ୍ରଦେଶs ଏବଂ ବାଂଲାଦେଶ ଓ ନେପାଳର ମଧ୍ୟ କାରବାର ୧ ହେବ ବିଭିନ୍ନ ବନ୍ଦର ନିକଟରେ ଡ୍ରାଫଟବା । ସମୁଦ୍ରର ଗଭୀରତା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା । ବିଭିନ୍ନ ବନ୍ଦର ଠାରେ ଡ୍ରାଫଟ ହେଲା, ପ୍ପାରାଦୀପ-୧୪.୫ ମିଟର, ଧାମରା-୧୭.୨, ଚୁ ହଳଦିଆ-୭.୫ ମିଟର । ମାତ୍ର ସୁବର୍ଣ୍ଣରେଖା ମୁହାଣ । ଟିବ ନିକଟରେ ଏହା ସର୍ବାଧୁକ, ୧୮ ମିଟର ଫଳରେ କାଟ ଏଠାକୁ ୧୮୦ ହଜାର ଟନରୁ ଉଦ୍ଧାର ମାଲ ପରିବହନ ଟମ କ୍ଷମତା ଥିବା ସବୁଠାରୁ ବଡ଼ ବଡ଼ ଜାହାକ, ନିଉ ; ପାନାମାକୁ ଆଦି ଆସିପାରିବ । ଆନ୍ଧ୍ର ପ୍ରଦେଶର କ୍ରିଷ୍ପାପତ୍ତମ ବନ୍ଦର ସହ ଏହା ହେବ ଦେଶର ସର୍ବାଧିକ ଡ୍ରାଫଟ ଥିବା ବନ୍ଦର ସୁବର୍ଣ୍ଣରେଖା ବନ୍ଦର ପାଇଁ ୨୦୦୬ ମସିହା , ଡିସେମ୍ବର ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାର ୨ ଦିନ ପରେ, ଡିସେମ୍ବର ୧୮ରେ ଚେନ୍ନାଇର କ୍ରିଏଟିଭ ପୋର୍ଟ ଡେଭଲପମେଣ୍ଟ ଲିମିଟେଡ କମ୍ପାନୀ ସହିତ ବୁଝାମଣାପତ୍ର ସ୍ବାକ୍ଷରିତ ହେଲା । ବୁଷ୍ଟ ବା ବିଲଡ, ୱିନ, ଅପରେଟ, ସେୟାର, ଟ୍ରାନସଫର ନୀତିରେ ହେବାକୁ ଥିବା ଏହି ବନ୍ଦର ପାଇଁ ପୁଣି ୨୦୦୮ ମସିହା, ଜାନୁଆରୀ ୧୧ରେ ଚୁକ୍ତିନାମା ହେଲା ଇତିମଧ୍ୟରେ ଆବଶ୍ୟକ,୯୬୨ ଏକର ଜମିରୁ ୬୯୨ ଏକର କମ୍ପାନୀକୁ ଦିଆଯାଇଛି ବାକି ଜମିରୁ ୧୨୮ ଏକର ୯୦ଟି ପରିବାରର ଜବରଦଖଲରେ ରହିଛି । ମାତ୍ର ବନ୍ଦର ହ୍ରାମ ଆଗେଇଲା ନାହିଁ ।
୨୦୧୮ ମସିହାରେ ଟାଟା ଷ୍ଟିଲ ବନ୍ଦରରେ ୫୧ଆ । ପ୍ରତିଶତ ମୂଳ ଧନ ଖଟାଇ ଭାଗୀଦାର ହେବ ବୋଲି ଚୁକ୍ତି କଲା । ବ୍ୟୟ ଅଟକଳ ୫ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଲା । ବନ୍ଦରର ବାର୍ଷିକ ପଣ୍ୟ ଇସ କାରବାର କ୍ଷମତା ୨୫ ନିୟୁତ ଟନରୁ ୮୦ ନିୟୁତ ପାକ ଟନ ହେବ ବୋଲି କୁହାଗଲା । ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବୃଆରୀ ୧୩, ୨୦୧୯ରେ ବାଲେଶ୍ୱରରେ, ଯୁବ ସମାବେଶରେ ବନ୍ଦରର ଶିଳାନ୍ୟାସ କରିବା ସହ ୧୨ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି କହିଥିଲେ । ବନ୍ଦର କାମ ଖୁବ ଶୀଘ୍ର ଆରମ୍ଭ ହୋଇ ୩୬ ମାସରେ ସରିବ ବୋଲି କୁହାଗଲା । ଟାଟା ଷ୍ଟିଲ ନିଜର ଜାମସେଦପୁର ଓ କଳିଙ୍ଗ ନଗର ଇସ୍ପାତ କାରଖାନା ପାଇଁ ଏହି ବନ୍ଦର ଦେଇ କାରବାର କରିବ । ଏବେ କମ୍ପାନୀ ପାରାଦୀପ ଓ ଧାମରା ବନ୍ଦର ଉପରେ ନିର୍ଭର କରୁଛି । ଟାଟାନଗର ଠାରୁ ସୁବର୍ଣ୍ଣରେଖା ମୁହାଣକୁ ଦୂରତା ୨୭୦ କିମି ଓ ଧାମରାକୁ ୩୭୪ କିମି ଫଳରେ ରେଳରେ ଟନ ପିଛା ମାଲି ଭଡ଼ା ୧୫୦ରୁ ୨୫୦ ଟଙ୍କା କମ ପଡ଼ିବ । ଟାଟା ଷ୍ଟିଲ ସହ ଦେଶର । ପୂର୍ବାଞ୍ଚଳର ବିଭିନ୍ନ ଇସ୍ପାତ କାରଖାନା ସୁବର୍ଣ୍ଣରେଖା ମୁହାଣ ବନ୍ଦର ଦେଇ କାରବାର ଚରିବେ ଇସ୍ପାତ କାରଖାନାଗୁଡ଼ିକ ଅଷ୍ଟ୍ରେଲିଆ, ନିଉଜଲାଣ୍ଡ ଓ ଦକ୍ଷିଣ ଆଫ୍ରିକାରୁ କୋକିଂ କୋଲ ଆମଦାନୀ କରିଥାନ୍ତି । ସୁବର୍ଣ୍ଣରେଖା ମୁହାଣ ବନ୍ଦର ଦେଇ କୋକିଂ କୋଲ – ଆମଦୀନ ସହ ଅନ୍ୟ କୋଇଲା, ଲୁହା ପଥର, ଚୁନ, ଇସ୍ପାତ, ଏଲପିଜି, ଏଲଏନଜିର କାରବାର ହେବ । ମାତ୍ର ବନ୍ଦର ନିର୍ମାଣ କାମର ଦେଖା ନାହିଁ ।
ସୁବର୍ଣ୍ଣରେଖା ବନ୍ଦରକୁ ଲକ୍ଷ୍ୟରେ ରଖି ବାଲିଆପାଳ ଅଞ୍ଚଳରେ ୭୮ ହଜାର କୋଟି ଟଙ୍କାର ପୁଞ୍ଜିରେ ପେଟ୍ରୋକେମିକାଲସ ଶିଳ୍ପ ହେବବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଲେ । ଏହି ପେଟ୍ରୋକେମିକାଲସ ଓ ବନ୍ଦର ପ୍ରକଳ୍ପକୁ ଲୋକେ ତୀବ୍ର ବିରୋଧ କରୁଛନ୍ତି । ଅନ୍ୟ ପକ୍ଷରେ ପଶ୍ଚିମ ବଙ୍ଗର ହଳଦିଆ ବନ୍ଦର ପୋତି ହୋଇଯାଉଥିବାରୁ ସେଠିକା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ସୀମା ଠାରୁ ୨୮ କିମି ଓ ଚଉମୁଖ ଠାରୁ ୪୮ କିମି ଦୂର ତାଜପୁର ଠାରେ ୧୬ ହଜାର କୋଟି ଟଙ୍କାରେ ବୃହତ ବନ୍ଦର କରିବାକୁ ବଦ୍ଧପରିକର। ସାଗର ଦୀପରେ ମଧ୍ୟ ୩ ହଜାର କୋଟି ଟଙ୍କା ବ୍ୟୟରେ ଆଉ ଏକ ବନ୍ଦ କରିବେ । ତାଜପୁର ଠାରୁ ରେଳ ପଥ ମାତ୍ର ୧୧ କିମି ଓ ଜାତୀୟ ରାଜପଥ ୫ କିମି ଦୂର । ଏଠାରେ ମଧ୍ୟ ସମୁଦ୍ରର ଡ୍ରାଫଟ ବା ଗଭୀରତା ୧୬ ମିଟର ଥିବାରୁ ବଡ଼ ବଡ଼ ଜାହାଜ ଆସିପାରିବ । ସେଠାରେ ବନ୍ଦର ହେଲେ ସୁବର୍ଣ୍ଣରେଖା ମୁହାଣରେ କେହି ବନ୍ଦର କରିବାକୁ ଆଗ୍ରହୀ ହେବେନି ।
ତଥାପି ସୁବର୍ଣ୍ଣରେଖା ମୁହାଣ ନିକଟରେ । ସମୁଦ୍ରର ଗଭୀରତା ୧୮ ମିଟର ଥିବାରୁ ଅତି ବଡ଼ ବଡ଼ ଜାହାଜ ତାଜପୁର ଅପେକ୍ଷା ଏଠାକୁ ଆସିବାକୁ ଅଧିକ ପସନ୍ଦ କରିବେ ସୁବର୍ଣ୍ଣରେଖା ବନ୍ଦର ହେଲେ ତାଜପୁର, ହଳଦିଆ ବନ୍ଦରର କାରବାର ବେଶ ପ୍ରଭାବିତ ହେବ ବୋଲି ପଶ୍ଚିମ ବଙ୍ଗର ଅଧିକାରୀମାନେ ମଧ୍ୟ ଆଶଙ୍କା କରୁଛନ୍ତି । ଏ ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଚଉମୁଖରେ ବନ୍ଦର ପାଇଁ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ମତ ନେବା ଉଚିତ ସରକାର ଲୋକଙ୍କୁ ବୁଝାଇବାରେ ବିଫଳ ହେଲେ ସୁବର୍ଣ୍ଣରେଖା ନଦୀର ଉତ୍ତର ପଟ କାନିଆ, ବିଚିତ୍ରପୁରରେ ବା ଚାନ୍ଦିପୁର ନିକଟରେ ବନ୍ଦର ନିର୍ମାଣ କରାଇବା ଆବଶ୍ୟକ କାରଣ ତାଜପୁରରେ ବୃହତ ବନ୍ଦର ହେଲେ ଓଡ଼ିଶାର ଉତ୍ତର ଉପକୂଳରେ ଆଉ ବନ୍ଦର ହୋଇପାରିବନି ।



