ସୁନ୍ଧାପାନୀ ଜଙ୍ଗଲ ରେ ଭୟଙ୍କର ଗାଡି ଦୁର୍ଘଟଣା, ତିନି ଜଣ ଆହତ ଜଣେ ମୃତ୍ୟୁ

Spread the love

ସୁନ୍ଦରଗଡ଼ ତା:୦୧-୧୦-୨୦୨୬ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ ) ଗତ ତା:୩୦-୦୯-୨୦୨୬ରିଖ ବୁଧବାର ଦିନ ରାତି ପ୍ରାୟ ୯ଟା ସମୟ ରେ ତଲସରା ଥାନା ଅନ୍ତର୍ଗତ ସୁନ୍ଧାପାନୀ ଜଙ୍ଗଲ ଠାରେ ଏକ ଭୟଙ୍କର ଗାଡି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ତଲସରା ଥାନା ଅନ୍ତର୍ଗତ କାଦୋପାନୀ ଗ୍ରାମର ପିଣ୍ଟୁ ପ୍ରଧାନ (୨୮)ଏକ ଚାରି ଚାକିଆ ବୋଲେରୋ ଯାନ ଯାହାର ନମ୍ବର ଓ ଆର ୧୪ଏଲ ୮୪୫୯ଯୋଗେ ନିଜର ଝିଅ ରହୁଥିବା କୁସେରପାନୀ (ଝାରଖଣ୍ଡ )କୁ ଝିଅ କୁ ଆଣିବା ପାଇଁ ଯାଇଥିଲେ l ସେଠାରୁ ନିଜ ଝିଅ ସହିତ ବଡଶଳା ଜଗତ ମାଝୀ ଓ ଡ୍ରାଇଭର ଉପେନ୍ଦ୍ର କୁମାର ରଜକ ସହିତ ଘରକୁ ଫେରୁଥିଲେ l ଫେରିଲା ସମୟ ରେ ସୁନ୍ଧାପାନୀ ଜଙ୍ଗଲ ରେ ଭାରସାମ୍ୟ ହରାଇ ଏକ ଶାଳ ଗଛରେ ଗାଡି ପିଟି ହୋଇ କ୍ଷତ ବିକ୍ଷତ ହୋଇ ପଡ଼ିଥିଲେ l ଏହା ଦେଖି ପାଖ ଗ୍ରାମବାସି ତଲସରା ଥାନା କୁ ସୁଚନା ଦେବା ସହିତ ୧୦୮ଆମ୍ବୁଲାନ୍ସ କୁ ଫୋନ କରି ସବଡେଗା ଚିକିତ୍ସାଳୟ କୁ ପହଞ୍ଚାଇ ଥିଲେ l ଚିକିତ୍ସାଳୟରେ ଡାକ୍ତର ପରୀକ୍ଷା କରିବା ପରେ ପିଣ୍ଟୁ ପ୍ରଧାନ ଙ୍କୁ ମୃତ୍ୟୁ ଘୋଷଣା କରିବା ସହିତ ବାକି ୩ଜଣ ଙ୍କୁ ଚିକିତ୍ସା କରିଥିଲେ l ସବଡେଗା ଡାକ୍ତରଖାନା ରୁ ପିଣ୍ଟୁ ପ୍ରଧାନ ଙ୍କ ଘରକୁ ଫୋନ ଯୋଗେ ଅବଗତ କଲା ପରେ ପିଣ୍ଟୁ ଘରୁ ପରିବାର ଲୋକେ ପହଞ୍ଚିଲେ l ଏ ନେଇ ତଲସରା ଥାନା କୁ ଏକ ଲିଖିତ ଅଭିଯୋଗ ଦିଆଯାଇଥିଲା l ଅଭିଯୋଗ ପାଇ ତଲସରା ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଲୟ କୁ ପଠାଇ ଥିଲେ l

Related Posts

About The Author

Add Comment