ସୁନ୍ଦରଗଡ ସରପଞ୍ଚ ସଂଘ ପକ୍ଷରୁ ସମ୍ପର୍କ ସମାବେଶ ୨.୦ ଅନୁଷ୍ଠିତ

Spread the love

ସୁନ୍ଦରଗଡ ତା;୧୪/୧୨/୨୦୨୫(ସନ୍ଧାନ ନ୍ୟୁଜ) ସରପଞ୍ଚ ସଂଘ ୨.୦ ଲହୁଣୀପଡ଼ା ବ୍ଲକ ଖଣ୍ଡାଧାର ରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ସୁନ୍ଦରଗଡ ଜିଲ୍ଲାର ପ୍ରତ୍ୟେକ ବ୍ଲକର ସମସ୍ତ ସରପଞ୍ଚ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।ଏହି ସମାବେଶରେ ବିଗତ ବିବରଣୀ ବିଷୟରେ ଆଲୋଚନା କରାଯାଇଥିବା ବେଳେ ଏହି ୨୦୨୨-୨୦୨୭ ପର୍ଯ୍ୟାୟରେ ଏକ ନୂତନ ଇତିହାସ ରଚନା ହୋଇଥିବା ଜଣାପଡିଥିଲା । ଏହି ପର୍ଯ୍ୟାୟରେ  ପଞ୍ଚାୟତ ସ୍ତରରୁ ରାଜ୍ୟ ସ୍ତରରେ ସଂଘ ଗଠନ ହେବା ସହିତ ରାଜ୍ୟ ସରକାର ତରଫରୁ ୧୫ ଦଫା ଦାବିରେ ତିନୋଟି ଦାବି ପୂରଣ ହୋଇଥିବା ଜଣାପଡିଥିଲା । ଆଗାମୀ ଦିନରେ ସରପଞ୍ଚ ସଂଘ ପକ୍ଷ କୁ ଏକତ୍ରିତ ରହି ବିଗତ ଦିନରେ ବିଜେଡି ସରକାର ରହିଥିବା ବେଳେ ତିନ ଦଫା ପୁରଣ  ହୋଇଥିବା ବେଳେ ଏବେ ବିଜେପିର ଡବଲ ଇଞ୍ଜିନ ସରକାର ଆଗାମୀ ଦାବି ରଖି ଦାବି ପୂରଣ କରିବାପାଇଁ ସ୍ଥିରୀକୃତ ହୋଇଥିବା ଜଣାପଡିଥିଲା । ପଞ୍ଚାୟତ ର ଉନ୍ନତି ପାଇଁ ପ୍ରତ୍ୟେକ କ୍ଷେତ୍ରକୁ ଅନୁଧ୍ୟାନ କରି ସବୁ ସମୟରେ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରିବାକୁ ସବଡେଗା ବ୍ଲକ ସଭାପତି ଗଣେଶ ପ୍ରଧାନ ମତ ରଖିଥିଲେ ।  ଏହି କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ଉଗ୍ରେଶନ କିଶାନ ଙ୍କ ପ୍ରତିନିଧତ୍ଵ ରେ ହୋଇଥିବା ବେଳେ ଜିଲ୍ଲା ସମ୍ପାଦକ ତ୍ରିଲୋଚନ ପ୍ରଧାନ ସମସ୍ତ କାର୍ଯ୍ୟ ତୁଲାଇଥିଲେ । ତା ସହିତ ହିମଗିର ବ୍ଲକ ସଭାପତି ସଭାରେ ବିଗତ ଚାରିବର୍ଷ ର ପ୍ରତ୍ୟେକ ବିବରଣୀ ବିଷୟରେ ଅବଗତ କରାଇବା ସହିତ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବା ପରେ  କିପରି ପେନସନ ବ୍ୟବସ୍ଥା ଆଗାମୀ ଦିନରେ ପାରିତ ହେବ ସେ ବିଷୟରେ ଦୃଢ଼ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ସ୍ଥିର କରାଯାଇଥିଲା । ଜିଲ୍ଲାର ସମସ୍ତ  ସରପଞ୍ଚ ଏକମତ  ହୋଇ ସଭାକୁ ସାଫଲ୍ୟ କରିଥିଲେ ।

Related Posts

About The Author

Add Comment