ରାଉରକେଲା, ୧୨/୦୪ (ସନ୍ଧାନ ନିୟୁଜ/ସୁବୋଧ ନାୟକ) : ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ଦୁଇ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ରାଉରକେଲା ସହରରେ ଲୋକଙ୍କ ମଧ୍ୟରେ ଛନକା ପଶିଛି ! ଦୁଇ ଜଣ କରୋନା ଆକ୍ରନ୍ତଙ୍କ ମଧ୍ୟରୁ ଜଣେ ବୃଦ୍ଧ ଓ ଜଣେ ଯୁବକ ଥିବା ଜଣାପଡିଛି । ବୃଦ୍ଧଙ୍କ ନିଜାମୁଦ୍ଦିନ ଲିଙ୍କ ଥିବା ଜଣାପଡିଛି । ସେ ମାର୍ଚ୍ଚ ୫ ତାରିଖରେ ରାଉରକେଲାରୁ ଉତ୍କଳ ଏକ୍ସପ୍ରେସରେ ବାହାରିଥିଲେ। ୬ରୁ ୧୦ ତାରିଖ ଯାଏ ଦିଲ୍ଲୀରେ ରହିଥିଲେ ଓ ନିଜାମୁଦ୍ଦିନ ଯାଇଥିଲେ। ୧୦ ତାରିଖରେ ନିଜାମୁଦ୍ଦିନରୁ ବିଳାସପୁର ସମ୍ପର୍କକ୍ରାନ୍ତି ଏକ୍ସପ୍ରେସର ଏସ୍-୪ ବଗି ୪୯ ନମ୍ବର ସିଟ୍ରେ ଫେରିଥିଲେ। ୧୧ ତାରିଖରେ ବିଳାସପୁରରୁ କନେକ୍ଟିଂ ଟ୍ରେନ୍ରେ ରାଉରକେଲା ପହଞ୍ଚି ବିଶ୍ରାକୁ ଭଡ଼ା ଅଟୋରେ ଯାଇଥିଲେ । ବିଶ୍ରା ଅଂଚଳରେ ରାଉରକେଲା ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଉଛି ।
ଅପରପକ୍ଷରେ ରାଉରକେଲାର ମୁସଲିମ ସମ୍ପ୍ରଦାୟ ରହୁଥିବା ନାଳ ରୋଡ ରେ ରାଉରକେଲା ପୁଲିସ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ଦିଆଯାଇଛି । ବିଶ୍ରା ବ୍ଲକର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ। ବିଶ୍ରା ନିକଟ ବନ୍ଧମୁଣ୍ଡା, କୁକୁଡ଼ା ଗେଟ, ଜରେଇକେଲା ଅଂଚଳ ରେ ପୁଲିସ୍ର ଘନଘନ ପାଟ୍ରୋଲିଂ ଚାଲିଛି । କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ଆସୁଥିବା ସମସ୍ତ ବାସିନ୍ଦା ଘର ଭିତରେ ରହିବେ। ୪୮ ଘଣ୍ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଲୋକଙ୍କୁ ଅନୁରୋଧ କରିଛନ୍ତି।
ସୁନ୍ଦରଗଡରେ ଦୁଇ କରୋନା ପଜେଟିଭ : ଘରୁ ନବାହାରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଅନୁରୋଧ
|
April 12, 2020 |