ସୁଜନପୁର ବ୍ୟାଙ୍କରୁ ଚୋରୀ ୩ ଗିରଫ

Spread the love

ଯାଜପୁର ସଦର, ୨୧/ ୦୩ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁଜନପୁର ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଶାଖାରୁ ଚୋରି କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ବ୍ୟାଙ୍କର ସ୍କାଏ ଲାଇଟ ଭାଙ୍ଗି ବ୍ୟାଙ୍କୁ ପ୍ରବେଶ କରିଥିଲେ । ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଏହି ଚୋରମାନେ ଭାଙ୍ଗିଦେଇଥିଲେ । ବ୍ୟାଙ୍କର କମ୍ପ୍ୟୁଟରକୁ ଚୋରୀ କରିବା ସହିତ ଷ୍ଟ୍ରଙ୍ଗରୁମକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ବ୍ୟାଙ୍କର ଶାଖା ପରିଚାଳକ ବିପିନ ବିହାରୀ ସାହୁ ୧୦ଟା ସମୟରେ ବ୍ୟାଙ୍କକୁ ଆସି ବ୍ୟାଙ୍କରେ କମ୍ପ୍ୟୁଟର ଓ ସିସିଟିଭି ନଥିବା ଦେଖି ସଦର ଥାନରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ସଦର ଥାନା ଆଇଆଇସି ମାନସ ରଂଜନ ଚକ୍ର ଘଟଣା ସ୍ଥଳରେ ପହଁଞ୍ôଚ ତଦନ୍ତ କରିଥିବା ବେଳେ, ଏସଆଇ ଶ୍ରୀ ପଣ୍ଡା ତିକ୍ଷ୍ଣ ନଜର ରଖିଥେôଲ । କୌଣସି ସୁତ୍ରରୁ ଖବର ପାଇ ଏସ୍‌ଆଇ ପଣ୍ଡା ଜମଧର ପଂଚାୟତ ପହିଡ଼ି ଗ୍ରାମର ରତ୍ନାକର ବେହେରା(୨୩), କୁଝାଲା ଗ୍ରାମର ଗିରିଶ ସେଠୀ(୨୪) ଶ୍ୟାମସୁନ୍ଦରର ଅନୁକୁଳ ଚନ୍ଦ୍ର ସାହୁ(୨୩)କୁ ଗିରଫ କରିବା ସହିତ ଚୋରୀ ହୋଇଥିବା ଜିନିଷକୁ ଜବତ କରିଥିଲେ । ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଚି ।

Related Posts

About The Author

Add Comment