ସି.ଆଇ.ଟି.ୟୁ ଓ ଏ.ଆଈ.ଟି.ୟୁସି ର ପ୍ରତିବାଦ ଆନ୍ଦୋଳନ

Spread the love

ବାରିପଦା ୧୧/୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ସି.ଆଇ.ଟି.ୟୁ ଓ ଏ.ଆଈ.ଟି.ୟୁ ସି ତରଫରୁ ଜିଲ୍ଲାପାଳ (ମୟୁରଭଞ୍ଜ) ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ଓ ଏହା ସହିତ ଏକ ୧୦ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଛି । ଗତକାଲି ସଂଗଠନ ଦ୍ବୟରେ ଫରୁ ଦେଶବ୍ୟାପୀ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ଏବଂ ମୟୂରଭଞ୍ଜ ସଟଡାଉନ୍ ପାଇଁ ଆଜି ଏହା ବାରିପଦା  ସେଗୁଡିକ ହେଉଛି ସମସ୍ତଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇଦେବା , ପ୍ରତ୍ୟେକ ଲୋକକୁ ପ୍ରତିମାସ ୧୦ କିଗ୍ରା ଚାଉଳ ୬ ମାସ ପାଇଁ ପ୍ରଦାନ କରିବା ,ଆୟକର ପରିସରଭୁକ୍ତ ନଥିବା ପ୍ରତ୍ୟେକ ପରିବାର କୁ ମାସକୁ ୭୫୦୦ ଟଙ୍କା ୬ ମାସ ଯାଏଁ ଦେବା,ମନେରଗା କାମରେ ଦୈନିକ ୬୦୦ ଟଙ୍କା ଏବଂ ବର୍ଷକୁ ଅନ୍ୟୁନ ୨୦୦ ଦିନର କାମ ଯୋଗାଇବା , ସହରାଞ୍ଚଳରେ କାମର ଗ୍ୟାରେଣ୍ଟି ପାଇଁ ଆଇନ ତିଆରି କରିବା ଅତ୍ୟାବଶ୍ୟକ ପଣ୍ୟ ଆଇନ୍  ଏବଂ ଲେବର କାର୍ଡକୁ ପ୍ରତ୍ୟାହାର କରିବା ସାଧାରଣ ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ବନ୍ଦ କରିବା , ରାଜ୍ୟ ସରକାର ଘୋଷଣା କରିଥିବା ନିଯୁକ୍ତି ବନ୍ଦ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ଏବଂ ପେଟ୍ରୋଲ ଓ ଡିଜେଲ ଉପରେ ବର୍ଦ୍ଧିତ ଟିକସକୁ ବାତିଲ କରିବା ।

     ଆଡଭୋକେଟ ରବି ଗୋସ୍ୱାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଯେଉଁ ମାନେ ବକ୍ତବ୍ୟ ରଖିଥିଲେ ସେମାନେ ହେଲେ ଶ୍ରୀ ଅମଲ ଦେ , ଜଗବନ୍ଧୁ ମିଶ୍ର ଓ ରଘୁନାଥ ପଣ୍ଡା , ବକ୍ତାମାନେ ୧୦ ଦଫା ଗୁଡ଼ିକ ସହିତ ପ୍ରଶାସନ କୋଭଡି-୧୯ର ମୁକାବିଲାରେ ବିଫଳର ପ୍ରତିବାଦରେ ମତବ୍ୟକ୍ତ କରିଥିଲେ । ଅନ୍ୟ ଯେଉଁମାନେ ଏ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସେମାନେ ହେଲେ ଅକ୍ଷୟ କୁମାର ଖୁଣ୍ଟିଆ କ୍ଷଣିକ ସାଶମଲ ମନତୀ ମହାନ୍ତ ,ପ୍ରମିଳା ମହାନ୍ତ ,ମଞ୍ଜରୀ ସିଂ ଶ୍ରୀକାନ୍ତ ସାମଳ ସୁଦର୍ଶନ ରାଉତ , ରଥ ସିଂ , ମନୋରଞ୍ଜନ ପରିଡା , ଗଙ୍ଗାଧର ସାମଲ , ଅଶୋକ ଭଞ୍ଜଦେଓ ,କମଲ ମହାନ୍ତ ,ଏସକେ କାସେଦ ରାୟ, ସତ୍ୟନାରାୟଣ ସେଠୀ ,ଜଟିଆ ନାଏକ ,ଦାଶରଥି ରାଉତ ସୁବାସ ତ୍ରିପାଠୀ, ଅଶୋକ ବେହେରା , ବିଧିଞି ସିଂ ଚୈତନ୍ୟ ପାତ୍ର , ନନ୍ଦିନୀ କୁମାର ଦାସ ନୀଳକଣ୍ଠ ମହାନ୍ତ , ନରେଶ ମହାନ୍ତ, ରଘୁନାଥ ମହାନ୍ତ ପ୍ରମୁଖ ।

Related Posts

About The Author

Add Comment