ସୁନ୍ଦରଗଡ ତା:୮/୧୯/୨୦୨୧ ( ସନ୍ଧାନ ନିଉଜ/ରାଜୁ ପଟେଲ ) ଭାରତ ଡାଲମିଆ ଗୃପ ରାଜଗାଙ୍ଗପୁର ସ୍ଥିତ ଓସିଏଲ ସିମେଣ୍ଟ କାରଖାନା ଲାଞ୍ଜିବେରନା ସ୍ଥିତ ଚୁନ ପଥର ଖଣିପାଇଁ ଅଧିକରଣ ଜମିପାଇଁ ଜନଶୁଣାଣୀ ପାଇଁ ଗତମାସ ୨୩ ଓ୨୫ତାରିଖରେ ପାଞ୍ଚଟି ପଞ୍ଚାୟତରେ ଜନ ଶୁଣାଣୀକୁ ବିପୁଳ ସଂଖ୍ୟା ରେ ବିରୋଧ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଗତସପ୍ତାହ ପରିବେଶ ପକ୍ଷରୁ ଏକ ବୈଠକ
ସ୍ଥାନୀୟ ଗୃହରେ ହେବାବେଳେ ରାଜଗାଙ୍ଗପୁର ଅଞ୍ଚଳରୁ ଶତାଧିକ ମହିଳା ଓ ପୁରୁଷ ଆସି ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ । ଆଜି ପୁଣି ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଆସି ଜମି ଅଧିକରଣ ବନ୍ଦ ଉଦେଶ୍ୟରେ ଏକ ରାଲି କରିବା ସହ କମ୍ପାନୀ ଓ ଜିଲ୍ଲାପାଳ ବିରୋଧରେ
ଆନ୍ଦୋଳନ କରିଛନ୍ତି ଓ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ଜିଲ୍ଲାପାଳ ଜରିଆରେ ପ୍ରଦାନ କରିଛନ୍ତି । କୌଣସି ପରିପେକ୍ଷିରେ ମଧ୍ୟ ଅଞ୍ଚଳବାସୀ ତାଙ୍କ ଭିଟାମାଟି ଛାଡିବେ ନାହିଁ ଆଉ କାରଖାନା ପାଇଁ ଜାଗା ଦିଆଯିବ ନାହିଁ ଓ ଏହା ଅତିଶୀଘ୍ର ବିଚାରକୁ ନ ନେଲେ ଆନ୍ଦୋଳନ ଆଉ ତୀବ୍ରତର ହେବ ବୋଲି ଆଦିବାସୀ ନେତା ଜଜ ତିର୍କୀ ଜଣାଇଛନ୍ତି ।ତାଙ୍କ ସହିତ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା ମଧ୍ୟ ଉପସ୍ଥିତ
ଥିଲେ ।
ସିମେଣ୍ଟ କାରଖାନା ଜମି ଅଧିକରଣକୁ ବିରୋଧ କଲେ ଅଞ୍ଚଳ ଆଦିବାସୀ, ଜିଲ୍ଲାପାଳ କାର୍ଯାଳୟ ସମ୍ମୁଖରେ ଧାରଣା
|
October 9, 2021 |



