ସିନ୍ଧୁକେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ର ସମସ୍ୟା ବଢ଼ିବାରେ ଲାଗିଛି।

Spread the love

ଭଦ୍ରକ ୩୦/୯/୨୬ (ସନ୍ଧାନ ନ୍ୟୁଜ) ଜିଲ୍ଲା ଅନ୍ତର୍ଗତ ବନ୍ତ ବ୍ଲକର ଏକ ପୁରାତନ ଉଚ୍ଚ ବିଦ୍ୟାଳୟ ସିନ୍ଦୁକେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟ୧୯୬୯ ମସିହା ରେ ସ୍ଥାପିତ ହୋଇଥିଲା। ଏହି ବିଦ୍ୟାଳୟ ରେ ପ୍ରାୟ ଚାରି ଶହ ଛାତ୍ର ଛାତ୍ରୀ ପାଠ ପଢନ୍ତି। ବଡ ଦୁର୍ଭାଗ୍ୟ ର କଥା ଏହି ବିଦ୍ୟାଳୟ ରେ ଶିକ୍ଷକ ନାହାଁନ୍ତି ଓ ଶ୍ରେଣୀ ଗୃହ ନାହିଁ। ପ୍ରଧାନ ଶିକ୍ଷକ ପଞ୍ଚାୟତ ସରପଞ୍ଚ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି କିନ୍ତୁ କେହି ତାଙ୍କ କଥା ଶୁଣିନଥିବା ସେ ପ୍ରକାଶ କରିଛନ୍ତି। ଶିଶୁ ବାଟିକା ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏ ବିଦ୍ୟାଳୟ ରେ ପଢ଼ୁ ଥିବା ବେଳେ ଏହି ବିଦ୍ୟାଳୟ ପ୍ରତି ଏତେ କଠୋର କାହିଁକି ରାଜ୍ୟ ସରକାର। ଏ ସବୁ ସମସ୍ୟା କୁ କେବେ ଦୁର କରିବେ ରାଜ୍ୟ ସରକାର। ନୂତନ ଶିକ୍ଷା ନୀତି ଅନୁସାରେ କୌଣସି ବିଦ୍ୟାଳୟ ରେ ଶିକ୍ଷକ ଅଭାବ ରହିବେ ନାହିଁ ବୋଲି ଉଲ୍ଲେଖ ଥାଇ ମଧ୍ୟ ଏ ବିଦ୍ୟାଳୟ କୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର ଙ୍କ ଶିକ୍ଷା ବିଭାଗ। ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ କେବେ ଏ ବିଦ୍ୟାଳୟ କୁ ପରିଦର୍ଶନ କରି ନାହାଁନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଡି ଇ ଓ ତାଙ୍କ ଅଫିସ ରେ ବସି କଣ ଶିକ୍ଷା ଅନୁଷ୍ଠାନ ର ସମସ୍ୟା ସମାଧାନ କରିଦେବେ? ଭଦ୍ରକ ଜିଲ୍ଲାର ଶିକ୍ଷା ଅଧିକାରୀ ଙ୍କୁ ଆମେ ଆମ ଦୈନିକ ଖବର କାଗଜ ସନ୍ଧାନ ତରଫ ରୁ ଅନୁରୋଧ କରୁଛୁ ସେ ଶୀଘ୍ର ଏହି ବିଦ୍ୟାଳୟ କୁ ଯାଇ ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପ ନିଅନ୍ତୁ, ନଚେତ୍ ଏହି ସମସ୍ୟା ଏକ ବିରାଟ ଜନ ଆନ୍ଦୋଳନ ର ରୂପ ଧାରଣ କରିବ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନୀୟୁଜୁ ସନ୍ଧାନ।

Related Posts

About The Author

Add Comment