ସିଂହାପୁର ଯାତ୍ରା ସ୍ଥଳକୁ ପର୍ଯ୍ୟଟନ ସ୍ଥଳି ମାନ୍ୟତା,ପରିଚାଳନା କମିଟିର ଅନିୟମିତତା ନେଇ ଜିଲାପାଳଙ୍କୁ ଫେରାଦ

Spread the love

ରସୁଲପୁର,୪/୪ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସିଂହାପୁର ଯାତ୍ରା ସ୍ଥଳକୁ ପର୍ଯ୍ୟଟନ ସ୍ଥଳି ମାନ୍ୟତା ପ୍ରଦାନ ଦାବି ହୋଇଛି । ଏଥିସହ ଯାତ୍ରା ପରିଚାଳନା କମିଟିର ଅନିୟମିତତାକୁ ନେଇ ଯାଜପୁର ଜିଲାପାଳଙ୍କୁ ଆଜି ଖୋଦ୍ ସ୍ଥାନୀୟ ସରପଂଚ ଆରତୀ ପହି ଫେରାଦ ହୋଇଛନ୍ତି । କମିଟିର ମନମୁଖୀ କାର୍ଯ୍ୟ ସହ ଯାତ୍ରା ଆଳରେ ଲକ୍ଷ ଲକ୍ଷ ଟଙ୍କା ହଡପ୍ ହେଉଥିବା ନେଇ ଅଭିଯୋଗରେ ଦର୍ଶଯାଇଛି ।
ଅଭିଯୋଗରୁ ଜଣାଯାଏ ଓଡିଶା ପ୍ରସିଦ୍ଧ ସିଂହାପୁର ଯାତ୍ରା ବହୁ ପୁରୁଣା । ରାଜରାଜୁଡା ଶାସନ ଅମଳରୁ ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଛି । ମାତ୍ର ଉକ୍ତ ଯାତ୍ରା ପରିଚାଳନା ପାଇଁ ସ୍ଥାୟୀ କମିଟି ନାହିଁ । ଏକ ଅସ୍ଥାୟୀ କମିଟି ଜରିଆରେ ଯାତ୍ରା ପରିଚାଳନା ଆଳରେ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ଆତ୍ମସାତ୍ ହେଉଛି । କମିଟିରେ ସାର୍ବଜନୀନ ନିଷ୍ପତି ନିଆଯାଉ ନାହିଁ । ବ୍ୟକ୍ତି ନିଷ୍ପତ୍ତିରେ କମିଟି ଚାଲୁଛି । ଯାତ୍ରା ପଡିଆ ଓ ପ୍ରଭୂ ନାରାୟଣ ଗୋସାଇଁଙ୍କ ଜଳାଶୟ ବିଜେ ସ୍ଥଳି ମଧୁତୀର୍ଥ ପୁଷ୍କରଣୀ ପଂଚାୟତ ଅଧିନରେ ରହିଛି । ଏହି ସବୁ ସ୍ଥାନର ଉନ୍ନତୀକରଣ ପାଇଁ ପଂଚାୟତ ଅର୍ଥ ବ୍ୟୟ କରାଯାଉଛି । ମାତ୍ର ଏ ବାବଦକୁ ଟଙ୍କାଟିଏ ଅର୍ଥ ପଂଚାୟତ ତହବିଲ୍କୁ ଆସୁନାହିଁ । ଏ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିଥିବା ଉଦେଶ୍ୟ ପୂରଣ ହେବାରେ ବାଧାକ ସାଜୁଛି । ଏହାକୁ ବିରୋଧ କରି ସରପଂଚ ଶ୍ରୀମତୀ ପହି ଯାତ୍ରା କମିଟିରୁ ଇସ୍ତଫା ଦେବା ସହ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି । ଯାତ୍ରା ଅବସରରେ ଯାତ୍ରା ପଡିଆ ଓ ପୁଷ୍କରଣୀକୁ ନିଲାମ ଦାଇତ୍ୱ ପଂଚାୟତକୁ ପ୍ରଦାନ କରାଯାଉଛି । ଯାତ୍ରା ଅବଧିକୁ ୩ଦିନ ମଧ୍ୟରେ ସୀମିତ ରଖାଯାଉ । ଏହାକୁ ୫ଦିନ ପର୍ଯ୍ୟନ୍ତ କମିଟି ବଢାଇବା ପାଇଁ କରାଯାଉଥିବା ଅସାଧୁ ପ୍ରୟାସକୁ ଅନୁମତି ପ୍ରଦାନ କରାନଯାଉ । ଯାତ୍ରା ଅବସରରେ ଦର୍ଶନକୁ ଶୃଙ୍ଖଳିତ କରବା ଦିଗରେ ଗୁରୁତ୍ୱ ପ୍ରଦାନ କରାଯାଉ । ଆଧୁନିକତା ନାଁରେ ଯାତ୍ରାର ପରମ୍ପରା ଭଙ୍ଗ କରାନଯାଉ । ଏ ଦିଗରେ ରାଜପରିବାର ନିୟାମବଳୀକୁ କଡ୍ଡାକଡ୍ଡି ଭାବରେ ପାଳନ କରାନଯାଉ । ଏକ ସ୍ଥାୟୀ ଓ ପଂଜିକୃତ କମିଟି ଗଠନ କରିବା ଦିଗରେ ଗୁରୁତ୍ୱ ପ୍ରଦାନ ଭଳି ପ୍ରମୁଖ ଦାବିକୁ ନେଇ ଜିଲାପାଳ, ଉପ-ଜିଲାପାଳ, ରସୁଲପୁର ବିଡିଓ, ତହସିଲଦାରଙ୍କୁ ଅବଗତ କରାଇଛନ୍ତି । ତେବେ ଚଳିତ ବର୍ଷ ଯାତ୍ରା ପୂର୍ବରୁ କମିଟିର କର୍ମକର୍ତ୍ତା ଓ ସରପଂଚଙ୍କ ମଧ୍ୟରେ ଚାଲିଥିବା ଟଣାଓଟରା ଏକ ରୋଚକ ସ୍ଥିତିରେ ପହଁଚିଛି । ଏହାକୁ ସଠିକ୍ ଢଙ୍ଗରେ ପରିଚାଳନା କରାନଗଲେ ଯାତ୍ରାରେ ବିଶୃଙ୍ଖଳା ଉପୁଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।

Report- J Rout, Rasulpur

Related Posts

About The Author

Add Comment