ସାମ୍ବାଦିକଙ୍କୁ ବର୍ବରୋଚିତ ଆକ୍ରମଣର ନିନ୍ଦାକଲା ସାମ୍ବାଦିକ ସଙ୍ଘ

Spread the love

ଜେନାପୁର, ୧୫/୬ (ସନ୍ଧାନ ନିୟୁଜ) ସମାଜରେ ଦିନକୁ ଦିନ ବଢିଚାଲିଛି ବିଭିନ୍ନ ପ୍ରକାର ଅସାମାଜିକ କର୍ଯ୍ୟ । ଅନ୍ୟାୟ ,ଅନିତି ,ଦୁର୍ନିତି,ଭ୍ରଷ୍ଟାଚାର, ରାଜନୈତିକ ଘଟଣାକ୍ରମ ସବୁ ଘଟି ଚାଲିଥିବାରୁ ସମାଜର ଚତୁର୍ଥସ୍ତମ୍ବ ଭାବରେ ସାମ୍ବାଦିକମାନେ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଇ ଘଟିଯାଉଥିବା ଘଟଣା ,ବିଭିନ୍ନ ସୁଚନା,ସରକାରି ଦୋଷ ଦୁର୍ବଳତା ଓ ବିଭିନ୍ନ ସମାସ୍ୟାକୁ ଲୋକ ଲୋଚନକୁ ଆଣୁଛନ୍ତି । ତୃଣମୁଳ ସ୍ଥରରୁ ଦେଶ ବିଦେଶ ର ଅନେକ ରୋଚକ ଖବର ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ନିରନ୍ତର ପ୍ରଚେଷ୍ଟା ଅବିସ୍ମରଣିୟ । ଏପରି ସମାୟରେ ସାମ୍ବାଦିକଟିଏ ଖବର ସଂଗ୍ରହ ସମୟରେ ଅନେକ ଘାତ ପ୍ରତିଘାତ ସମ୍ମୁଖିନ ହେଉଥିବା ଏକ ଦୈନଦିନ ଖବରରେ ପରିଣତ ହୋଇଛି । ଅନେକ ସମୟରେ ଏହି ଜାଗ୍ରତ ପ୍ରହରି ମାନଙ୍କୁ ଅସାଧୁ ଓ ଅସାମାଜିକ ଲୋକମାନଙ୍କର ଆକ୍ରମଣର ଶିକାର ହେବାକୁ ପଡୁଛି । ଏପରି ଭାବେ ସାମ୍ବାଦିକମାନେ ଅସୁରକ୍ଷିତ ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ କେତେବେଳେ ସରକାରି ଦୁର୍ନିତି ଗ୍ରସ୍ତ ଅଧିକାରୀଙ୍କ ଆକ୍ରମଣର ଶିକାର ହେଉଛନ୍ତି ତ କେଉଁଠି ଜିବନ ହରାଉଛନ୍ତି । ଉତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ଅଭିଯୋଗରେ ଦୀଲ୍ଲିର ଜଣେ ସାମ୍ବାଦିକ ଜେଲ ଜିବା ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ସେହି ଉତରପ୍ରଦେଶ ସାମଲି ଜିଲ୍ଲାର ଏକ ରେଳ ଦୁର୍ଘଟଣାର ଖବର ସଂଗ୍ରହ କରୁଥିବା କିଛି ସାମ୍ବାଦିକଙ୍କ ଉପରେ ରେଳବାଇ ପୋଲିସ ଜଘନ୍ୟ ଆକ୍ରମଣ କରିବା ସହ ସେମାନଙ୍କ ମଧ୍ୟରୁ ଜଣକୁ ମାଡମାରି ପରିସ୍ରା ପିଆଇବା ଘଟଣା ସାରା ଦେଶରେ ଏବେ ଆଲୋଡନ ସୃଷ୍ଟି କରିଛି । ଏଥି ନେଇ ମିଳିତ ସ୍ୱର ଉତ୍ତୋଳନ କରି ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦାବି କରି ଯାଯପୁର ଜିଲ୍ଲା ଧର୍ମଶାଳା ବ୍ଲକ ନେତାଜୀ ସାମ୍ବାଦିକ ସଂଘ ତରଫରୁ ଏକ ମୌନ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ସ୍ଥାନୀୟ ଜେନାପୁର ଠାରେ ଥିବା ସଂଘ କାର୍ଯ୍ୟାଳୟ ଠାରେ ସଂଘ ତରଫରୁ ଏକ ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇଥିଲା । ଏଥିରେ ସଂଘର କର୍ମକର୍ତ୍ତା ଓ ଉପଦେଷ୍ଟା ମାନେ ରେଳବାଇ ପୋଲିସର ଏତାଦୃଶ ଅମାନବିୟ କାର୍ଯ୍ୟର ପ୍ରତିବାଦରେ କଳାପଟି ବାନ୍ଧି ପ୍ରତିବାଦ କରିବା ସହ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଆଇନ ଅନୁଯାଇ ଦଣ୍ଡିତ କରିବାକୁ ସଂଘ ତରଫରୁ ଦାବି କରାଯାଇଥିଲା । ସାମ୍ବାଦିକ ଶଙ୍କର ପ୍ରତାପ ଦାସ, ବସନ୍ତ କୁମାର ନାୟକ,ଶୁସାନ୍ତ ଖଟୁଆ,ବିନୋଦ ପରିଡା,ଶୁସାନ୍ତ ଗୋସôାୟତ,ଅଶୋକ ଦାସ,ବାବୁଲି ରାଉତ,ସୌମ୍ୟ ରଂଜନ ପଣ୍ଡା,ସୁବ୍ରତ ସାହୁ,ବିନୟ ଜେନାମଣି,ପ୍ରଶାନ୍ତ ସାମଲ,ସୁନିଲ ଶତପଥି,ପ୍ରଭାତ କୁମାର ସାହୁ,ସନ୍ତୋଷ ଶତପଥି ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କପ୍ରତି ସରକାରଙ୍କ ବୈମାତୃକ ମନୋଭାବର ତୀବ୍ର ସମାଲୋଚନା କରିବା ସହିତ ତୁରନ୍ତ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବି କରିଥିଲେ ।

Related Posts

About The Author

Add Comment