କଟକ( ସନ୍ଧାନ ନିଉଜ) : କଟକ ସଦର ୪୨ ମୌଜ ଦଧିବାମନପୁର ସ୍ଥିତ ମା ଭୁଆସୁଣୀ ଯାତ୍ରା ପଡ଼ିଆରେ ମା ଭୁଆସୁଣୀ ଯୁବ ନାଟ୍ୟ ପରିଷଦ ନିବେଦିତ ସାମାଜିକ ନାଟକ “କାହାଣୀ କାନ୍ଦୁଛି ଆଖି ଲୁଚେଇ” ପରିବେଷଣ ହୋଇଯାଇଛି । ପରିଷଦର ସଭାପତି ବ୍ରହ୍ମାନନ୍ଦ ଦାଶ, ସମ୍ପାଦକ କ୍ଷୀରୋଦ କୁମର ପଟ୍ଟନାୟକଙ୍କ ନେତୃତ୍ୱରେ ପରିଷଦର ସଦସ୍ୟ ମାନେ ଏକ ମାସ ହେବ ନାଟକ ପ୍ରସ୍ତୁତ କରିଥିଲେ । ଏହି ନାଟକକୁ ନିର୍ଦ୍ଦେଶକ ସମରେନ୍ଦ୍ର କୁମର ମହାପାତ୍ର ଆନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟନ କରିଥିବାବେଳେ ସହ ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ସାହୁ,ଡନ ସାର ସମ୍ମାନିତ ଅତିଥି, ଗ୍ରାମ ଅଧିକାରୀ କୃଷ୍ଣଚାନ୍ଦ୍ର ଦାଶ,ମହନ୍ତ ଦୁର୍ଯ୍ୟୋଧନ ପଣ୍ଡା,ବାଜର କମିଟ ଉପସଭାପତି କେଳୁ ଭୋଇ,ଦିଲ୍ଲୀପ ମିଶ୍ର, ସହକାରୀ ଶିକ୍ଷକ ମହେନ୍ଦ୍ର କୁମାର ମହାପାତ୍ର,ଅଜୟ ଦଳାଇ,ସୁବନ୍ୟାସ ମହାନ୍ତି,ଲିଙ୍ଗରାଜ ନାୟକ,ଅନିଲି ସହୁ,ସୁନିଲ ସାହୁ, ଭାଗ୍ୟଧର ସାମଲ,ପୂର୍ଣ୍ଣଚନ୍ଦ୍ର ଦେବତା,ବାପି ସହୁ, ଚିତ୍ତ ରଞ୍ଜନ ଦାସ,ଲକ୍ଷ୍ମୀଧର ଦାସ ପ୍ରମୁଖ ସହଯୋଗ କରିଥିଲେ । ଶିକ୍ଷାବିତ ପ୍ରବୀଣ କୁମାର ନାୟକ ସହିତ ଦଧିବାମନପୁର ଗ୍ରାମର ଯୁବକ ମାନେ ଉପସ୍ଥିତ ରହି ସହଯୋଗ କରିଥଲେ । ଏହି ଅବସରରେ ପରିଷଦର ସଭାପତି ବ୍ରହ୍ମାନନ୍ଦ ଦାଶ ଆସନ୍ତା ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବା ସହ ଚାରି ରାତି ଡ୍ରାମା ଟର୍ଣ୍ଣ।ମେଣ୍ଟ କରାଯିବ । ଇତ୍ୟାବସରରେ ୪୨ମୌଜାର ୬ ଗୋଟି ଡ୍ରାମା କ୍ଲବକୁ ସମ୍ମାନିତ କରାଯାଇଛି । ବଉଳକୁଦ ମା ଶାରଳା ଡ୍ରାମାଟିକ କ୍ଲବ,ଗୋପିନାଥ ଡ୍ରାମାଟିକ କ୍ଲବ ବହଳପଡା,ମା ମଙ୍ଗଳା ଡ୍ରାମାଟିକ କ୍ଲବ,ଧୁଳିଶ୍ୱର୍ ଡ୍ରାମାଟିକ କ୍ଲବ,ସରିଚୁଆଁ ଡ୍ରାମାଟିକ କ୍ଲବ, ଏବଂ ବରାଳ ଡ୍ରାମାଟିକ କ୍ଲବର ସଭାପତି ଓ ସମ୍ପାଦକଙ୍କୁ ସମ୍ମାନିତ କରଯାଇଥିଲା । ସଭାପତି ବ୍ରହ୍ମାନନ୍ଦ ଦାଶ ଘୋଷଣ କରିଛନ୍ତି ସୁବର୍ଣ୍ଣ ଜୟନ୍ତୀରେ ଆସନ୍ତା ବର୍ଷ ଚାରି ରାତି ଡ୍ରାମା ଟର୍ଣ୍ଣ।ମେଣ୍ଟ କରାଯିବ । ଏହି ମଞ୍ଚକୁ ପର୍ଶୁରାମ ବେହେରା ପରିଚାଳନା କରିଥିଲେ ।
ସାମାଜିକ ନାଟକ “କାହାଣୀ କାନ୍ଦୁଛି ଆଖି ଲୁଚେଇ” ମଞ୍ଚସ୍ଥ
|
May 4, 2023 |