ସାମାଜିକ ଦୂରତ୍ୱ ଓ ଗ୍ରାହକ ସେବା ଯୋଗାଇବାରେ ବିଫଳ ଚଣ୍ଡିଖୋଲ ଷ୍ଟେଟ ବ୍ୟାଙ୍କ

Spread the love

ଚଣ୍ଡିଖୋଲ, ୧୩/୦୮(ସନ୍ଧାନ ନିୟୁଜ/ସନ୍ତୋଷ ରାଉତ)-ସଂପ୍ରତି କରୋନା ମହାମାରୀ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିବା ବେଳେ ଏହାକୁ ପାଳନ କରିବାରେ ଅନେକ ଯାଗାରେ ବ୍ୟତିିକ୍ରମ ଦେଖିବାକୁ ମିଳୁଛି । ଚଣ୍ଡିଖୋଲ ଏକ ବ୍ୟସ୍ତବହୁଳ ବ୍ୟବସାୟୀକ ପେଣ୍ଠସ୍ଥଳି ହୋଇଥିବା ବେଳେ କରୋନା କଟକଣାକୁ ପାଳନ କରିବାରେ ଚଣ୍ଡିଖୋଲ ଷ୍ଟେଟ ବ୍ୟାଙ୍କ ଅବହେଳା ପ୍ରଦର୍ଶନ କରୁଛି । କେତେକ କ୍ଷୁଦ୍ର ବ୍ୟବସାୟୀ ବ୍ୟାଙ୍କରେ ଟଙ୍କା ନେଣଦେଣ ପାଇଁ ଯାଉଥିଲେ ବି କରୋନା କଟକଣା ଆଳ ଦେଖାଇ ସେମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଅଛି । ବ୍ୟାଙ୍କ ମଧ୍ୟକୁ ପ୍ରବେଶ ପୂର୍ବରୁ ଲୋକମାନଙ୍କୁ ସମଦୂରତା ରକ୍ଷା କରି ଧାଡିରେ ଠିଆ କରିବା ପାଇଁ ଦାୟିତ୍ୱରେ ଥିବା ବ୍ୟାଙ୍କର ସୁରକ୍ଷା କର୍ମୀ ଏହାର ଖିଲାପି କରୁଥିବା ଦେଖିବାକୁ ମିଳୁଛି । ଏହି ବ୍ୟାଙ୍କରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଗଣା ଯୋଜନାର ଅର୍ଥରାଶି ପାଇବା ପାଇଁ ଲୋକମାନଙ୍କର ଭିଡ ହୋଉଥିବାବେଳେ କ୍ଷୁଦ୍ର ବ୍ୟବସାୟୀ ଓ ବିଭିନ୍ନ ବ୍ୟବସାୟିକ ସଂସ୍ଥା ସଠିକ ସମୟରେ ଟଙ୍କା ନେଣଦେଣ କରିବାର ସୁଯୋଗ ପାଇ ପାରୁ ନାହାନ୍ତି । ବ୍ୟାଙ୍କ ପକ୍ଷରୁ ଟଙ୍କା ଉଠାଣ ଓ ରଖିବା ପାଇଁ ଲଗାଯାଇଥିବା ମେସନିଟି ବାରମ୍ବାର ଖରାପ ହେଥିବାରୁ ଲୋକମାନେ ବ୍ୟାଙ୍କ ମଧ୍ୟକୁ ଯାଇ ଏହି ସୁବିଧା ମଧ୍ୟ ପାଇବାରେ ବିଳମ୍ବ ହେଉଅଛି । ଯାହା ଫଳରେ ବ୍ୟବସାୟୀ ପାଇଁ ଲକ୍ଷ ରଖିଥିବା ଲକ୍ଷ ସ୍ଥଳରେ ପହଂଚି ନପାରି କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି । ଏ ସଂପର୍କରେ ବ୍ୟାଙ୍କର ପରିଚାଳକଙ୍କୁ ପଚାରିବାରୁ ସରକାରଙଯକ ଗାଇଡଲାଇନ ଅନୁଯାୟୀ ଆମେ କାର୍ଯ୍ୟ କରୁଅଛୁ । ଏହାକୁ ସମସ୍ତେ ପାଳନ କରିବା ସହ ବ୍ୟାଙ୍କରେ ସେମାନଙ୍କ ଆବଶ୍ୟକୀୟ କାର୍ଯ୍ୟ କରିବାକୁ ପଡିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଏଠାରେ ପ୍ରଶ୍ନ ଉଠେ ବ୍ୟାଙ୍କ ବାହାରେ ସୁରକ୍ଷା କର୍ମୀଙ୍କ ଅବହେଳା ଓ ବ୍ୟାଙ୍କ ମଧ୍ୟରେ ପରିଚାଳନାଗତ ତୃଟି ପାଇଁ ଘରୋଇ ବ୍ୟାଙ୍କକୁ ସାଧାରଣ ଲୋକ ଆପାଣାଉଥିବା ଦେଖିବାକୁ ମିଳୁଛି । ସରକାରୀ ବ୍ୟବସ୍ଥାରେ ପରିଚାଳିତ ବ୍ୟାଙ୍କ ଗୁଡିକ ଯଦି ସାଧାରଣ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ନଦିଏ ଏହିସବୁ ବ୍ୟାଙ୍କ ଉପରେ ନିର୍ଭର କରୁଥିବା ବ୍ୟବସାୟୀ ମାନେ ହତାଶ ହେବା ସହ ଘରୋଇ ବ୍ୟାଙ୍କକୁ ଆପାଣାଇବାକୁ ବାଧ୍ୟ ହେଉଛନ୍ତି । ସରକାର ଏଥିପ୍ରତି ଦୃଷ୍ଟି ଦେବାସହ ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହେଉଅଛି ।

Related Posts

About The Author

Add Comment