କୋଇଡା, (ସନ୍ଧାନ ନିୟୁଜ୍/ଲମ୍ବୋଦର ବାରିକ) ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ମାଲଦା ପଂଚାୟତର ଓରାଘାଟ ଗ୍ରାମରେ ଜଣେ ନାବାଳକ ପୁଅର ଟାଙ୍ଗିଆ ଚୋଟରେ ମାଉସୀ ମାର ଶୋଚନୀୟ ମୃତୁ୍ୟ ଘଟିଥିବା ଜଣାଯାଇଛି । ସୂଚନା ମୁତାବକ ଶନିବାର ବିଳମ୍ବିତ ରାତିରେ ଘରୋଇ କଳିରୁ ନାବକଳ ଜଣଙ୍କ ନିଜ ମାଉସୀ ମା ଜେମା ମୁଣ୍ଡା(୩୫)ଙ୍କ ମଧ୍ୟରେ କଳି ହୋଇଥିଲା ଏଥିରେ ଉତକ୍ଷିପ୍ତ ହୋଇ ପୁତାରା ଏକ ଟାଙ୍ଗିଆରେ ମାଉସୀ ମାକୁ ଆର୍କମଣ କରିଥିଲା । ଫଳରେ ମାଉସୀ ମାର ଘଟଣାସ୍ଥଳରେ ମୁତୁ୍ୟ ହୋଇଥିଲା ।
ଜେମା ମୁଣ୍ଡାଙ୍କ ସ୍ୱାମୀ ସ୍ୱର୍ଗତ ପର୍ଶୁ ମୁଣ୍ଡାଙ୍କ ୨ୟ ପତ୍ମୀ ଥିଲେ । ପୂର୍ବରୁ ପର୍ଶୁୂଙ୍କର ପ୍ରଥମଙ୍କ ପତ୍ନୀଙ୍କ ମତୁ୍ୟ ହୋଇଥିବା ବେଳେ ତାଙ୍କର ତିନୋଟି ସନ୍ତାନ ରହିଥିଲେ । ତିନୋଟି ସନ୍ତାନଙ୍କ ଲାଳନ ପାଳନ କରିବା ପାଇଁ ପର୍ଶୁ ୨ୟ ବିବାହ ଜେମାଙ୍କ କରିଥିଲେ । ତାଙ୍କର ମଧ୍ୟ ୨ଟି ସନ୍ତାନ ହୋଇଥଲେ । ଏବେ ଜେମାଙ୍କ ମୃତୁ୍ୟ ହେବା ପରେ ୫ଜଣ ସନ୍ତାନ ଅନାଥ ହୋଇପଡିଛନ୍ତି । ଜିଲ୍ଲା ପ୍ରଶାସନ ସେମାନଙ୍କର ଭରଣପୋଷଣ ଭାର ନେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।