ସାପ କାମୁଡ଼ାରେ ପଞ୍ଚମ ଶ୍ରେଣୀ ଛାତ୍ରୀ ମୃତ୍ୟୁ

Spread the love

ଯାଜପୁର,/୩୧/୦୫/(.ସନ୍ଧାନ ନିଉଜ): ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମଖଣ୍ଡ ପଂଚାୟତ କୁଳକୁରାଂଶ ଗ୍ରାମର ଚାଷୀ ସୁବାସ ଚନ୍ଦ୍ର ସାହୁଙ୍କ ଦଶ ବର୍ଷର ଝିଅ ବିଜୟା ଲକ୍ଷୀ ସାହୁଙ୍କର ଏକ ବିଷଧର ସାପ କାମୁଡ଼ାରେ କଟକ ବଡ ଡାକ୍ତରଖାନରେ ମୃତ୍ୟୁ ଘଟିଥିବା ଜଣାଯାଇଛି | ଝିଅଟି ସ୍ଥାନୀୟ ଅଭିରାମ ପରମହଂସ ନୋଡାଲ ଉ. ପ୍ରା. ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିବା ପ୍ରକାଶ | ଆଜି ସକାଳ ପ୍ରାୟ ୮ ଟା ସମୟରେ ଘର ଅଗଣାରେ ଖେଳୁଥିବା ବେଳେ ଏକ ସାପ ତାଙ୍କୁ କାମୁଡି ଦେଇଥିଲା | ତାଙ୍କୁ ସାଙ୍ଗେ ସାଙ୍ଗେ ଧର୍ମଶାଳା ଡାକ୍ତରଖାନାକୁ ନିଆଯାଇ ଥିଲା | ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା | କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ପରେ ଶବ ବ୍ୟବଚ୍ଛେଦ କରାଯାଇ ଶବ ସତ୍କାର କରାଯାଇଥିଲା |

Related Posts

About The Author

Add Comment