ସାନିଟାଇଜେସନ କରିବାକୁ ଦାବି କଲେ ସ୍ଥାନୀୟ ବାସିନ୍ଦା

ରାଉରକେଲା,୦୧/୦୮/୨୦୨୦ (ସନ୍ଧାନ ନିଉଜ): କରୋନା କୋପ ଥମିବାରେ ନାଁ ନେଉନି! ଦକ୍ଷିଣ ରାଉରକେଲା ସମେତ୍ ସାରନଗରୀ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଟପିଲାଣି । ମାତ୍ର ଏଯାଏ ପ୍ରଶାସନ ପକ୍ଷରୁ ସାରନଗରୀରେ ଥିବା ବସ୍ତି ଓ କଲୋନୀ ଗୁଡ଼ିକରେ ସାନିଟାଇଜେନ(ରାସାନିୟକ ବିଶୋଧନ) ନହେବା କାରଣରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସାରନଗରୀରେ ଥିବା ବସ୍ତି ଗୁଡ଼ିକ ମଧ୍ୟରେ ଟାଙ୍ଗରପାଲୀ ବସ୍ତି, କଇଁଥାବସା, ଲେଙ୍ଗଡ଼ାବସା, ମୁଣ୍ଡା ବସ୍ତି, ହାଟିଙ୍ଗଟୋଲା ଓ ଆହୁରି ଛୋଟମୋଟ ବସ୍ତି ରହିଛି । ସେହିପରି ଲେବର କଲୋନୀ, ବ୍ରିଟାନିଆ କଲୋନୀ,  ଏବିସି କଲୋନୀ, କନଷ୍ଟ୍ରକସନ କଲୋନୀ, ଆରଏଚ କଲୋନୀ ଆଦି ରହିଛି । କିଛି ଦିନ  ତଳେ ନବକୃଷ୍ଣନଗର ଅଂଚଳରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେହି ଅଂଚଳରେ ଆରଏମସି ପକ୍ଷରୁ ସାନିଟାଇଜ କରାଯାଇଥିଲା । ମାତ୍ର ଅନ୍ୟ ଅଂଚଳ ସମେତ ଫର୍ଟିଲାଇଜର ଟାଉନସିପ ଅଂଚଳକୁ ରାସାନିୟକ ବିଶୋଧନ କରାଯାଇ ନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏହାଦ୍ୱାରା ଏହି ସବୁ ଅଂଚଳରେ କରୋନାର ପ୍ରଭାବ ବଢିପାରେ ବୋଲି ଲୋକେ ଆଶଙ୍କା କରିଛନ୍ତି । ଏଣୁ ଅତିଶୀଘ୍ର ପ୍ରଶାସନ ଉପରୋକ୍ତ ଅଂଚଳରେ ରାସାନିୟକ ବିଶୋଧନ କରିବାକୁ ଦାବି ହୋଇଛି ।

Related Posts

About The Author

Add Comment