ସାଂପ୍ରତିକ ଭାରତର ବୈଶ୍ୱିକ ସମ୍ପର୍କ ବିଷୟକ ୱେବିନାର୍ ଆୟୋଜିତ

Spread the love
ଭୁବନେଶ୍ୱର, ୦୫/୧୦/୨୦୨୦ (ସନ୍ଧାନ ନିଉଜ)  ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ତରଫରୁ  ସପ୍ତଦଶ ଇ-ପାଠ୍ୟଚକ୍ର   ଗୁଗଲ୍ ମିଟ୍ ମାଧ୍ୟମରେ ତା ୦୪/୧୦/୨୦୨୦,  ରବିବାର ଅପରାହ୍ନ ୩.୦୦ ଘଟିକା ବେଳେ ଆୟୋଜିତ ହେଇଜାଇଛି । ଏଥିରେ ଆମେରିକିୟ ସାମ୍ବାଦିକା ଭେନସ୍ ଉପାଧ୍ୟାୟ ମୁଖ୍ୟ ଅତିଥିଋପେ ଯୋଗଦାନ କରି ଭାରତ ଏବଂ ଚୀନ୍, ଆମେରିକା,ପାକିସ୍ଥାନ,ମଧ୍ୟ ପୂର୍ବ  ଏବଂ ଦକ୍ଷିଣ ଏସିୟ ଦେଶ ସହ ଭାରତର ସମ୍ପର୍କ ଏବଂ ଭବିଷ୍ୟତର ସମ୍ଭାବନା ବିଷୟରେ ଆଲୋଚନା କରିଥିଲେ । ଏଥିରେ ଭାରତର ବିଭିନ୍ନ ପ୍ରାନ୍ତରୁ  ଯୁବପିଢିଗଣ ଯୋଗଦାନ କରି ନିଜ ଜିଜ୍ଞାସା ଗୁଡିକର ସମାଧାନ କରିଥିଲେ । ପ୍ରାରମ୍ଭରେ ବୈତରଣୀ ଦଳର ସଂଯୋଜିକା ଅହଲ୍ୟା ଗୋଚ୍ଛାୟତ ଗଣେଶ ଏବଂ ସରସ୍ୱତୀଙ୍କ ବନ୍ଦନା ପରିବେଷଣ କରିଥିଲା । ଏହି ସଭାରେ  ଆଜୀବନ ସଦସ୍ୟ ଡ. ନିଶାମଣି କର ପୌରୋହିତ୍ୟ କରି ଅନୁଷ୍ଠାନର ବିଭିନ୍ନ ବିଭଗ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାରେ ସଂଯୋଜନା କରିଥିଲେ  ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ସହାୟକ ପ୍ରଫେସର୍ ତଥା ଆଜୀବନ ସଦସ୍ୟ ଡ ନେତାଜୀ ଅଭିନନ୍ଦନ। ବିବେକାନନ୍ଦ ଯୁବସଂସଦ ପରିଚାଳନା ସମିତିର ନର୍ମଦା ଦଳର ସ୍ୱୟଂଶ୍ରୀ ବାରିକ,ଲିଟୁ ସେଠି ଏବଂ ଅଭିପ୍ସା ମିଶ୍ର ସଭା ପରିଚାଳନା କରିଥିଲେ । ଶେଷରେ ଆଜୀବନ ସଦସ୍ୟ ଡ. ଦେବୀଲାଲ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଆଗାମୀ ରବିବାର ଗାନ୍ଧିଙ୍କ ଦର୍ଶନରେ ସାମ୍ୟତା ବିଷୟରେ ୱେବିନାର୍ ଆୟୋଜିତ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତରଞ୍ଜନ ନାୟକ  ସୂଚନା ଦେଇଛନ୍ତି ।

Related Posts

About The Author

Add Comment