ଯାଜପୁର ,୨୩/୯(ସନ୍ଧାନ ନିୟୁଜ): ସ୍ଥାନୀୟ ନୟା ନୀଳକଣ୍ଠପୁରଠାରେ ସହିଦ ବାଜିରାଉତଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତହୋଇଯାଇଛି। ଗଣ ସଙ୍ଗଠନ ଛୋଟ ମୋର ଗାଁଟିର ସଭାପତି ଦେବବ୍ରତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସହିଦ ବାଜିରାଉତଙ୍କ ପୁତୁରା କୋଦଣ୍ଡ ରାଉତ, ଶତ୍ରୁଘ୍ନ ରାଉତ ଓ କୁଳମଣି ରାଉତ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ସହିଦ ବାଜିରାଉତଙ୍କ ସ୍ମୃତିରେ ପ୍ରକାଶିତ ହେବାକୁ ଥିବା ଏକ ସ୍ମରଣିକା ଚୂଡ଼ାନ୍ତ ହୋଇଥିଲା। ସହିଦଙ୍କ ସ୍ମୃତିରେ ବର୍ଷବ୍ୟାପୀ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରାଯିବା ପାଇଁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତ ହୋଇଥିଲା। ଏହି ଅବସରରେ ଛୋଟ ମୋର ଗାଁଟି ସଙ୍ଗଠନ ପକ୍ଷରୁ ଦୀପ୍ତିମୟ ନାୟକ, କଳ୍ପନା ସାମଲ ଓ ଗବେଷକ ମାନସ କୁମାର ରାଉତ, ଅଭିନାଶ ସାହୁ,ନିରଞ୍ଜନ ଖିଲାର, ସୌଭାଗ୍ୟ କୁମାର ରାଉତ, ମୃତ୍ୟୁଞ୍ଜୟ ଦେଓ, ବଦ୍ରି ନାରାୟଣ ଜେନା ଓ ଦେବାଶିଷ ନାୟକ ସମେତ ସହିଦ ପରିବାରର କୋକିଳ ରାଉତ, କମଳି ରାଉତ, କନକ ରାଉତ ଓ ବସନ୍ତ ରାଉତ ଉପସ୍ଥିତ ଥିଲେ। ଢେଙ୍କାନାଳ ବିଧାୟକ ତଥା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ବାଜିରାଉତ ସ୍ମୃତି ପରିଷଦର ସଭାପତି କୋଦଣ୍ଡଧର ସାହୁ ସ୍ମରଣିକା ପାଇଁ ଶୁଭେଚ୍ଛା ବାର୍ଷା ଦେଇଥିବାରୁ ତାଙ୍କୁ ତୃପ୍ତି ପାଠାଗାର ଅଧ୍ୟକ୍ଷ ତଥା ସହ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ, ଆସନ୍ତା ଅକଟୋବର ୫ ତାରିଖ ସହିଦ ବାଜିରାଉତଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଉଛି।
ସହିଦ ବାଜିରାଉତଙ୍କ ଜନ୍ମ ଶତବାର୍ଷିକୀ ପାଇଁ ପ୍ରସ୍ତୁତି ଶେଷ
|
September 24, 2025 |



