ସହାୟତାର ହାତ ବଢାଇଲେ ରାମଦୋଳି ଯୁବକ ସଂଘ

Spread the love

ବାରିପଦା,୨୩/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ଲଘୁଚାପ ଯୋଗୁଁ ଗତ ତିନି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ବିଶୋଇ ଅଞ୍ଚଳରେ ସୋମବାର ରାତିରୁ ବୁଧବାର ରାତି ପର୍ଯ୍ୟନ୍ତ ୩ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିଲା । ମୁଷଳ ଧାରା ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳରୁ ପ୍ରଭାବିତ ହେଉଥିବା ନାଳ ଗୁଡିକର ଜଳସ୍ତର ବୃଦ୍ଧି ପାଇବା ସହିତ ତୀବ୍ର ଗତିରେ ପ୍ରଭାବିତ ହୋଇ କୂଳ ଲଘିଥିଲା । ଦୁଇ ଦିନ ଲଗାଣ ବର୍ଷାର ପ୍ରଭାବରେ ଏହି ବ୍ଲକ ବିଶୋଇ ପଞ୍ଚାୟତ ଧାନା ଗ୍ରାମର ସ୍ବର୍ଗତ ମହେଶ୍ଵର ପାତ୍ରଙ୍କ ସ୍ତ୍ରୀ ସୁଲୋଚନା ପାତ୍ର (୬9)ବାସହରା ହୋଇ ପଡି ଥିବା ସୂଚନା ମିଳିଛି । ବହୁ କଷ୍ଟରେ ଜୀବନ ଯାପନ କରୁଥିବା ଅସହାୟ ସୁଲୋଚନା ଏକ ନଡ଼ା ଛପର ଘର କରି ରହୁଥିଲେ । ଲଗାଣ ବର୍ଷା ଫଳରେ ତାଙ୍କ ଘରଟିର ଚାଳ ଛପର ନଷ୍ଟ ହେବା ସହିତ କାନ୍ଥ ପଡ଼ିଯାଇଛି । ଗ୍ରାମର କିଛି ସେଚ୍ଛାସେବୀ ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଆରଆଇଙ୍କୁ ଜଣାଇଥିଲେ। । ଖବରପାଇ ଆର.ଆଇ ପ୍ରଶାନ୍ତ କୁମାର ବେହେରା ସହକର୍ମୀଙ୍କ ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଅସହାୟ ବୃଦ୍ଧାଙ୍କୁ ପଲିଥିନ ଦେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି । ଅସହାୟ ବିଧବା ବୃଦ୍ଧାଙ୍କୁ ପକ୍କା ଘର ପାଇଁ ସରକାରୀ । ସହାୟତା ଯଥାଶୀଘ୍ର ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ଲଗାଣ ବର୍ଷାରେ ବିଧବା ସୁଲୋଚାନ ପାତ୍ରଙ୍କ ଘର ଭାଙ୍ଗିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ । ବିଜାତଳାର ଅଗ୍ରଣୀ ରାମଦୋଳି ଯୁବକ ସଂଘ ସେହି ଦୁଃସ୍ଥ ପରିବାରକୁ ସହାୟତାର ହାତ ବଢାଇଲା । ସଂଘ ସରକାରୀ ସହାୟତାକୁ ଅପେକ୍ଷା ନକରି ତୁରନ୍ତ । ତାରପଲିନ, ଚାଉଳ, ଡାଲି, ଆଳୁ, ତେଲ, ଲୁଣ ଦେଇ ଆସିଥିବା ସଂଘ ପ୍ରତିଷ୍ଠାତା ସୁରେନ୍ଦ୍ର ମୁଣ୍ଡା ସୂଚନା ଦେଇଥିଲେ। ସଂଘର ସଦସ୍ୟ ଭୁବନ ମୁଣ୍ଡା, ମହେଶ୍ୱର ମୁଣ୍ଡା, ବୁଧୁରାମ ମୁଣ୍ଡା, ଛୋଟରାୟ ମୁର୍ମ, କାରିଆ ମୁର୍ମ ପରିବାର ସଦସ୍ୟକୁ ଏହି ସାମଗ୍ରୀ ମାନ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ ବିଧବା ସୁଲୋଚନା ତାଙ୍କ ପୁଅ ମହେଶ୍ଵର ଦୁଇ ଜଣ ନାତି ନାତୁଣୀକୁ ନେଇ ସେହି ଘରେ ରହନ୍ତି । ମହେଶ୍ବରଙ୍କ ସ୍ତ୍ରୀ ପୁଅ ଝିଅକୁ ଛାଡି ଅନ୍ୟତ୍ର ପଳାଇଥିବା ବେଳେ ଶିଶୁ ଦୟଙ୍କ ସମ୍ପୂର୍ଣ୍ଣ ଦାୟିତ୍ବ ଏବେ ମାଆ ସୁଲୋଚନା ଓ ପୁଅ ମହେଶ୍ୱର ଉପରେ ହିଁ ଅଛି । ସୁଲୋଚନା କେବଳ ଭଭା ଓ ରାସନ ସାମଗ୍ରୀ ପାଉଥିବା ବେଳେ ସରକାରୀ ଘରଟିଏ ପାଇଁ ଅପେକ୍ଷା କରିଥିବା କହିଥିଲେ । ଅଗ୍ରଣୀ ରାମଦୋଳି ଯୁବକ ସଂଘ ଦୁଃସ୍ଥ ଅବହେଳିତ ପରିବାର ତଥା ବ୍ୟକ୍ତି ବିଶେଷଙ୍କୁ ସହାୟତାର ହାତ ବଢାଉଥିବାରୁ ହିତାଧିକାରୀଙ୍କ ମୁହଁରେ ହସ ଫୁଟିଛି । ସଂଘର ଏତାଦୃଶ ମହତ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରା ଯାଇଛି ।

Related Posts

About The Author

Add Comment